fbpx

ଧନ ବର୍ଷା କରାଇବ ବୁଦ୍ଧ-ଗୁରୁଙ୍କ ମିଳନ, ଜାଣନ୍ତୁ କେଉଁ ଲକି ରାଶିଙ୍କ ଆରମ୍ଭ ହେଉଛି Golden Period

ଓଡ଼ିଶା ଭାସ୍କର: ମାର୍ଚ୍ଚ ୨୬ରେ ବୁଦ୍ଧ ଗ୍ରହ ମେଷ ରାଶିରେ ପ୍ରବେଶ କରୁଛି । ମେଷ ରାଶିରେ ପୂର୍ବରୁ ଗୁରୁଙ୍କ ଅବସ୍ଥାନ ରହିଛି । ଫଳରେ ମେଷ ରାଶିରେ ବୁଦ୍ଧ ଏବଂ ଗୁରୁ ଏକାଠି ହେଉଛନ୍ତି । ସେମାନଙ୍କ ମିଳନ କିଛି ରାଶିଙ୍କ ପାଇଁ ଶୁଭ ରହିବ । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ବୁଦ୍ଧ ଦେବ ହେଉଛନ୍ତି ଧନ, ବ୍ୟାପାର, ବୁଦ୍ଧି ଏବଂ ବାଣୀର କାରକ । ତେଣୁ ମେଷ ରାଶିରେ ବୁଦ୍ଧ ଏବଂ ବୃହସ୍ପତିଙ୍କ ମିଳନ ଆଗାମୀ ୧୫ ଦିନ ପାଇଁ ୩ଟି ରାଶିଙ୍କ ଭାଗ୍ୟ ଚମକାଇବ ।

୧. କର୍କଟ ରାଶି: ବୁଦ୍ଧ-ଗୁରୁଙ୍କ ମିଳନ କର୍କଟ ରାଶିମାନଙ୍କ ପାଇଁ ଫଳପ୍ରଦ ରହିବ । ସେମାନଙ୍କୁ ଚାକିରି ଏବଂ ବ୍ୟାପାରରେ ବଡ଼ ଲାଭ ମିଳିବାର ସମ୍ଭାବନା ରହିଛି । ପ୍ରୋମୋସନ ମିଳିବା ସହ ଆର୍ଥିକ ଲାଭର ଯୋଗ ସୃଷ୍ଟି ହେଉଛି । କ୍ୟାରିୟର ସହ ଜଡ଼ିତ ନୂତନ ଅଫର ମିଳିପାରେ । ଜୀବନରେ ସୁଖ, ସମୃଦ୍ଧି ବୃଦ୍ଧି ପାଇବ ।

୨. ସିଂହ ରାଶି: ଦେବଗୁରୁ ବୃହସ୍ପତି ଏବଂ ବୁଦ୍ଧଙ୍କ ମିଳନ ସିଂହ ରାଶି ପାଇଁ ଶୁଭ ଅଟେ । ଭାଗ୍ୟ ଦେବତାଙ୍କ କୃପା ଦୃଷ୍ଟି ରହିବ । ପ୍ରତେକ କାର୍ଯ୍ୟରେ ସଫଳତା ମିଳିବ । ଜୀବନରେ ଦେଖାଦେଇଥିବା ସମସ୍ୟା ଦୂର ହେବ । ଅର୍ଥ ରୋଜଗାର କରିବା ସହ ସଞ୍ଚୟ ମଧ୍ୟ କରିବେ । ଧାର୍ମିକ ଏବଂ ମାଙ୍ଗଳିକ କାର୍ଯ୍ୟରେ ଯୋଗ ଦେଇପାରିବେ । ଦେଶ- ବିଦେଶ ଯାତ୍ରାର ସଂଯୋଗ ରହୁଛି । ପରୀକ୍ଷାରେ ସଫଳତା ମିଳିବ ।

୩. ମକର ରାଶି: ମକର ରାଶିରେ ବୁଦ୍ଧ-ଗୁରୁଙ୍କ ମିଳନ ଜୀବନରେ ସୁଖ, ସମୃଦ୍ଧି ଓ ଶାନ୍ତି ବୃଦ୍ଧି କରିବ । ବାହନ ଏବଂ ପ୍ରପର୍ଟି କିଣିବାକୁ ଯୋଜନାରେ ସଫଳତା ମିଳିପାରେ । ଧନ ଲାଭର ଯୋଗ ରହିଛି । ଏହା ସହ ଧନ ସଞ୍ଚ କରିବାରେ ମନ ବଳାଇପାରନ୍ତି । ପୈତୃକ ସମ୍ପତ୍ତି ପ୍ରାପ୍ତ ହୋଇପାରେ । ବ୍ୟବସାୟ ଭଲ ଚାଲିବା ସହ ଲାଭରେ ବୃଦ୍ଧି ହେବ ।

Get real time updates directly on you device, subscribe now.