Budget 2025: ଆଜି ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ, ଫୋକସରେ ଏହି ସବୁ ସେକ୍ଟର

ନୂଆଦିଲ୍ଲୀ: ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦେଶର ସାଧାରଣ ବଜେଟ୍ ଉପସ୍ଥାପନ କରିବେ । କ୍ରମାଗତ ୮ମ ଥର ପାଇଁ ଆଜି ଦିନ ୧୧ଟାରେ ଅର୍ଥମନ୍ତ୍ରୀ ସଂସଦରେ ବଜେଟ୍ ଉପସ୍ଥାପନ କରିବେ ।

ମୁଦ୍ରାସ୍ଫୀତି, ଟିକସ୍ ରିଆତିକୁ ନେଇ ହୋଇପାରେ ବଡ଼ ଘୋଷଣା । ବର୍ତ୍ତମାନ ପୂର୍ଣ୍ଣାଙ୍ଗ ବଜେଟ୍ ଉପରେ ଦେଶବାସୀଙ୍କ ନଜର ।

କେଉଁ ସେକ୍ଟର ଉପରେ ଫୋକସ୍‌:

– ମଧ୍ୟବିତ୍ତ ବର୍ଗ: ମୁଦ୍ରାସ୍ଫୀତି ଏବଂ ସ୍ଥିର ଦରମା ସହ ସଂଘର୍ଷ କରୁଥିବା ମଧ୍ୟବିତ୍ତ ବର୍ଗଙ୍କୁ ଏହି ବଜେଟରୁ ଆଶ୍ୱସ୍ତି ମିଳିପାରେ । ଆୟକରରେ ରିଅତି ଆଶା ରହିଛିା

– ରିସାଇକ୍ଲିଂ ଇକୋସିଷ୍ଟମ: ଭାରତ ବିଶ୍ୱର ତୃତୟ ବୃହତ୍ତମ ଇ- ଆବର୍ଜନା ଉତ୍ପାଦନକାରୀ । ଏଠରେ ବାର୍ଷିକ ୩୨ ଲକ୍ଷରୁ ଉର୍ଦ୍ଧ୍ୱ ଟନର ଇ- ଆବର୍ଜନା ସୃଷ୍ଟି ହୋଇଥାଏ ।

ସମୟର ଚାହିଦାକୁ ଦୃଷ୍ଟିରେ ରଖି ସ୍ଥୟୀତ୍ୱ ଏବଂ ସମ୍ବଳ ଦୃଷ୍ଟିରୁ ଆତ୍ମନିର୍ଭରତା ଉପରେ ପୂର୍ବଅପେକ୍ଷା ଏହି ବଜେଟ୍ ଅଧିକ ଧ୍ୟାନ ଦେବ ବୋଲି ଆଶା କରାଯାଉଛି ।

– ଶିଳ୍ପ ଏବଂ ସେବା କ୍ଷେତ୍ର: ଆର୍ଥିକ ସର୍ଭେ ୨୦୨୪-୨୫ ଅନୁଯାୟୀ ରାଜ୍ୟଗୁଡ଼ିକର ଶିଳ୍ପ କିମ୍ବା ସେବା କ୍ଷେତ୍ରରେ ଅଭିବୃଦ୍ଧି ହାସଲ କରିବା ପାଇଁ ପ୍ରାଥମିକତା ଆଧାରରେ ବ୍ୟବସାୟ ସଂସ୍କାର ଉପରେ ଗୁରୁତ୍ୱାରୋପ କରାଯିବ ।

– ଭିତ୍ତିଭୂମି ନିବେଶ: ଆର୍ଥିକ ସର୍ଭେ ୨୦୨୪-୨୫ରେ କୁହାଯାଇଛି ଯେ ଉଚ୍ଚ ଅଭିବୃଦ୍ଧି ହାର ବଜାୟ ରଖିବା ପାଇଁ ଆଗାମୀ ୨ ଦଶନ୍ଧୀ ମଧ୍ୟରେ ଭାରତକୁ ଭିତ୍ତିଭୂମି ନିବେଶକୁ ସ୍ଥିର ଭାବେ ବୃଦ୍ଧି କରିବାକୁ ପଡ଼ିବ ।

– କୃଷି: କୃଷି କ୍ଷେତ୍ରକୁ ଆହୁରି ମଜବୁତ କରିବା ପାଇଁ ନୂତନ ଯୋଜନା ଆସିପାରେ । କୃଷକ ସମ୍ମାନ ନିଧି ରାଶି ବୃଦ୍ଧି ହେବାର ସମ୍ଭବନା ରହିଛି । କିଷାନ କ୍ରେଡିଟ୍ କାର୍ଡ଼ ଋଣ ୫ ଲକ୍ଷ ଯାଏଁ ବୃଦ୍ଧି ହୋଇପାରେ ।
– ରୋଜଗାର ସମ୍ଭାବନା: କେନ୍ଦ୍ର ସରକାର ସୁପାରିଶ ଅଧୀନ ‘ଇଣ୍ଟେଗ୍ରେଟେଡ୍ ନ୍ୟାସନାଲ ଏମ୍ପ୍ଲୟମେଣ୍ଟ ପଲିସି’ ଆଣିପାରନ୍ତିା ଏଥିରେ ନିଯୁକ୍ତି ପ୍ରଦାନକାରୀ ମନ୍ତ୍ରଣାଳୟର ଯୋଜନାଗୁଡ଼ିକୁ ଗୋଟିଏ ପ୍ଲାଟଫର୍ମରେ ଆଣିବାକୁ ପ୍ଲାନ୍ ରହିଛି ।

ଗ୍ରାମାଞ୍ଚଳ ସ୍ନାତକଙ୍କ ପାଇଁ ଇଣ୍ଟର୍ଣ୍ଣସିପ୍ ଘୋଷଣା ହୋଇପାରେ ।

– ସ୍ୱାସ୍ଥ୍ୟ: ମେଡିକାଲ କଲେଜଗୁଡ଼ିକରେ ସିଟ୍ ସଂଖ୍ୟା ବୃଦ୍ଧି କରିବା ପାଇଁ ଘୋଷଣା ହୋଇପାରେ । ଏହା ବ୍ୟତୀତ କିଛି ଚିକିତ୍ସା ଉପକରଣ ଉପରେ ଆମଦାନୀ ଶୁଳ୍କ ମଧ୍ୟ ହ୍ରାସ ହୋଇପାରେ । ହେଲଥ ବଜେଟ୍ ଓ ଆୟୁଷ୍ମାନ କାର୍ଡ଼ ଲିମିଟ୍ ବୃଦ୍ଧି ସମ୍ଭାବନା ।