Budget 2025: ଟିକସଦାତାଙ୍କୁ ମିଳିପାରେ ଆଶ୍ବସ୍ତି, ବଢିବ ଆୟକର ଛାଡ ସୀମା!

ନୂଆଦିଲ୍ଲୀ: ଟିକସଦାତାଙ୍କୁ ମିଳିପାରେ ଆଶ୍ବସ୍ତି । ବଢିପାରେ ଆୟକର ଛାଡ ସୀମା । ଆସନ୍ତା ବର୍ଷ ଫେବୃାଆରୀ 1 ତାରିଖରେ ଉପସ୍ଥାପନ ହେବାକୁ ଥିବା ବଜେଟରେ କମ୍ ଆୟ ବର୍ଗର ଟିକସଦାତାଙ୍କୁ ବଡ ଆଶ୍ବସ୍ତି ମିଳିବାର ସମ୍ଭାବନା ରହିଛି । ଯେଉଁ ବ୍ୟକ୍ତିମାନଙ୍କର ଆଦାୟ  3ରୁ 7 ଲକ୍ଷ ଟଙ୍କା ସେମାନଙ୍କର 3ରୁ 7 ଲକ୍ଷ ଟଙ୍କା ସେମାନଙ୍କୁ ଟିକସ ହ୍ରାସର ଲାଭ ମିଳିପାରେ । ଅନେକ ମିଡିଆ ରିପୋର୍ଟ ଅନୁସାରେ, ନୂଆ ବଜେଟରେ ଅନେକ ପରିବର୍ତ୍ତନ ଆଣିବା ନେଇ ସରକାର ଚେଷ୍ଟା ଜାରି ରଖିଛନ୍ତି । ନୂଆ ବ୍ୟବସ୍ଥା ଅଧୀନରେ ଛାଡ ସୀମାକୁ 3 ଲକ୍ଷ ଟଙ୍କାରୁ ଆହୁରି ଅଧିକକୁ ବଢାଇପାରନ୍ତି ।

ରିପୋର୍ଟ ଅନୁସାରେ, ନିମ୍ନ ଆୟ ବର୍ଗଙ୍କ ପାଇଁ ଏହା ଲାଭଦାୟୀ ହେବ  । କିନ୍ତୁ ଉଚ୍ଚ ଟିକସ ସ୍ଲାବ ପାଇଁ କୌଣସି ପରିବର୍ତ୍ତନ ଆଶା କରାଯାଉ ନାହିଁ । ନୂଆ ସରକାର ଗଠନ ପରେ ଜୁଲାଇରେ ଉପସ୍ଥାପିତ ବଜେଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆର୍ଥିକ ବର୍ଷ 2024-25 ପାଇଁ ଟିକସ ବ୍ୟବସ୍ଥାରେ ଟିକ୍ସ ଦାତାଙ୍କୁ କିଛି ମାତ୍ରାରେ ଆଶ୍ବସ୍ତି ଦେଇଥିଲେ । 7 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ କୌଣସି ଟିକସ ଦେବାକୁ ପଡିବ ନାହିଁ ବୋଲି କୁହାଯାଇଥିଲା । ଏହାସହିତ ଷ୍ଟାଣ୍ଡାଡ ଡିଟେକ୍ସନ ସୀମାକୁ 50 ହଜାରରୁ ବଢାଇ 75 ହଜାର ଟଙ୍କା କରାଯାଇଥିଲା ।

ସିଆଇସିଆଇର ମହାନିର୍ଦ୍ଦେଶକ ଚନ୍ଦ୍ରଜିତ ବାନାର୍ଜୀ କହିଛନ୍ତି, ବିଶ୍ବ ଅର୍ଥ ବ୍ୟବସ୍ଥା ଧୀମା ଗତିରେ ଚାଲୁଛି । କିନ୍ତୁ ଭାରତ ଦ୍ରୁତ ଗତିରେ ବଢୁଛି । ଆର୍ଥିକ ସ୍ଥିରତା ପାଇଁ ବିବେକପୂର୍ଣ୍ଣ ରାଜକୀୟ ବ୍ୟବସ୍ଥା କରିବାକୁ ହେବ । ତେବେ ଆସନ୍ତା ଫେବୃଆରୀରେ ବଜେଟ ରହିଥିବା ବେଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ପ୍ରାକ ବଜେଟ୍ ବୈଠକ ଆରମ୍ଭ ହୋଇସାରିଛି ।