Budget 2025 LIVE: ବଜେଟରେ ଅର୍ଥମନ୍ତ୍ରୀ ସୀତାରମଣଙ୍କ ବଡ ଘୋଷଣା

ୟୁନିଅନ୍ ବଜେଟ୍ 2025: ସମସ୍ତ ଜିଲ୍ଲା ଡାକ୍ତରଖାନାରେ କର୍କଟ କେନ୍ଦ୍ର
ସମସ୍ତ ଜିଲ୍ଲା ଡାକ୍ତରଖାନାରେ କର୍କଟ କେନ୍ଦ୍ର ଖୋଲାଯିବ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି।

ୟୁନିଅନ୍ ବଜେଟ୍ 2025: ବିହାରରେ 3 ଟି ନୂତନ ବିମାନବନ୍ଦର
ଗବେଷଣା ପାଇଁ 20 ହଜାର କୋଟି ଟଙ୍କା ଘୋଷଣା। ବିହାରରେ 3 ଟି ନୂତନ ବିମାନବନ୍ଦର ନିର୍ମାଣ ହେବ। ଆରମ୍ଭ ହେବ ଜ୍ଞାନ ଭାରତମ ମିଶନ।

ଦୀର୍ଘ ସମୟ ଧରି ବିଚାରାଧୀନ ଥିବା 50 ହଜାର ବିଲଡିଂ ନିର୍ମାଣ ହେବ। 50 ଟି ପର୍ଯ୍ୟଟନ ସ୍ଥାନ ବିକଶିତ ହେବ। 100 ଟି ନୂଆ ସହର UDAN ଯୋଜନାରେ ଯୋଗଦେବେ। ମେଡିକାଲ ଟୁରିଜିମ ବୃଦ୍ଧି ପାଇବ।

UDAN ଯୋଜନା ଘୋଷଣା: ୧୨୦ଟି ନୂଆ ସ୍ଥାନ ପାଇଁ ଉଡାନ ଯୋଜନାର ଘୋଷଣା। ଉଡାନ ସ୍କିମରେ ୪ କୋଟି ନୂଆ ଯାତ୍ରୀ ଯୋଡ଼ି ହେବାର ରହିଛି ଲକ୍ଷ୍ୟ। ବିହାରରେ ନୂଆ ଫିଲ୍ଡ ଏୟାରପୋର୍ଟ ଖୋଲିବ। ପାହାଡ଼ ଅଞ୍ଚଳରେ ଛୋଟ ଏୟାରପୋର୍ଟ, ହେଲିପ୍ୟାଡ଼ କରାଯିବ ନିର୍ମାଣ।