ନୂଆଦିଲ୍ଲୀ: କମ୍ ସମୟରେ ଲାଭବାନ ହେବା ସହ ଅଧିକ ଟଙ୍କା ରୋଜଗାର କରିବା ପାଇଁ ସମସ୍ତେ ଚେଷ୍ଟା କରୁଛନ୍ତି । କିନ୍ତୁ ଅନେକଙ୍କ କ୍ଷେତ୍ରରେ ଏହା ସମ୍ଭବ ହୋଇପାରେ ନାହିଁ । ତେବେ ଆପଣ ମଧ୍ୟ ଯଦି ଏହିଭଳି କିଛି ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଛନ୍ତି, ତେବେ ଦେଶରେ ‘କଳା ସୁନା’ର ବ୍ୟବସାୟ ଆରମ୍ଭ କରିପାରନ୍ତି । ଦେଶରେ କଳାସୁନା ଅର୍ଥାତ ମଇଁଷିର ବ୍ୟବସାୟ ଆପଣଙ୍କୁ ମାଲାମାଲ କରି ଦେଇପାରେ । ଗାଉଁଲି ପରିବେଶ ସହ ସମ୍ପୃକ୍ତ ଏହି ବ୍ୟବସାୟ ଆପଣଙ୍କୁ ଖୁବ ସହଜରେ ଆପଣଙ୍କ ଲକ୍ଷ୍ୟରେ ପହଞ୍ଚାଇପାରିବ ।
କିଛି ଭଲ ଏବଂ ଲାଭଜନକ ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଥିଲେ ଆପଣ ମୁରରା ମଇଁଷି ପାଳନ ବ୍ୟବସାୟ ଆରମ୍ଭ କରି ପାରନ୍ତି । ମଇଁଷିମାନଙ୍କ ମଧ୍ୟରେ ମୁରରା ପ୍ରଜାତିର ମଇଁଷି ସର୍ବୋତ୍ତମ ବୋଲି କୁହାଯାଏ । ଅନ୍ୟ ମଇଁଷିମାନଙ୍କ ମଧ୍ୟରେ ଏମାନଙ୍କ କ୍ଷୀର ମଧ୍ୟ ଖୁବ ସୁନ୍ଦର ହୋଇଥାଏ । ତେଣୁ ଦେଶରେ ଏମାନଙ୍କ ଡିମାଣ୍ଡ ମଧ୍ୟ ଅଧିକ ରହିଛି । ଖାସ ଏହି କାରଣ ପାଇଁ ଲୋକମାନେ ଏହାକୁ କଳା ସୁନା ବୋଲି କହିଥାନ୍ତି ।
ତେବେ ଯଦି ଏହି ବ୍ୟବସାୟରେ ଲାଭର କଥା ଯଦି କୁହାଯାଏ, ମଇଁଷି ପାଳନ କରି ଆପଣ ଖୁବ ଅଧିକ ଲାଭବାନ ହୋଇପାରିବେ । ଏହି ମଇଁଷି ପାଳନ କରିବା ଦ୍ୱାରା ଦୁଗ୍ଧଜାତୀୟ ବିଭିନ୍ନ ବ୍ୟବସାୟ ମଧ୍ୟ ଆରମ୍ଭ କରିପାରିବେ । ଭଲଭାବେ ଏମାନଙ୍କ ପାଳନ କରାଗଲେ ଅନ୍ୟ ମଇଁଷିମାନଙ୍କ ତୁଳନାରେ ଅଧିକ କ୍ଷୀର ଦେଇଥାନ୍ତି ।