fbpx

ମଇଁଷିର ମୂଲ୍ୟ ୧୦ କୋଟି! ରହିବା ପାଇଁ ଏସି ରୁମ, ଖାଇବା ପାଇଁ ଡ୍ରାଏ ଫ୍ରୁଟ୍ସ: କ’ଣ ରହିଛି ଏହା ପଛର କାରଣ

Advertisement

ବିହାର: ବିହାରର ରାଜଧାନୀ ପାଟନାରେ ବିହାର ଡୈରୀ ଏବଂ କ୍ୟାଟଲ ଏକ୍ସପୋ ୨୦୨୩ର ତିନି ଦିନିଆ ପ୍ରଦର୍ଶନୀ ଆୟୋଜିତ ହୋଇଛି। ଏହି ପ୍ରଦର୍ଶନୀରେ ଦୁଗ୍ଧ ଏବଂ ପଶୁପାଳନ ସହ ଜଡିତ ଅନେକ କମ୍ପାନୀର ଷ୍ଟଲ ସ୍ଥାପନ କରାଯାଇଛି । ଏହି ସମୟରେ ଏକ ମଇଁଷିକୁ ମଧ୍ୟ ସେଠାରେ ଉପସ୍ଥାପନ କରାଯାଇଛି । ତେବେ ଏହି ମଇଁଷି ବର୍ତ୍ତମାନ ଆଲୋଚନାର ବିଷୟ ପାଲଟିଛି। ବର୍ତ୍ତମାନ ଏହାର ଚିତ୍ର ସୋସିଆଲ ମିଡିଆରେ ଅଧିକ ଭାଇରାଲ ହେବାରେ ଲାଗିଛି।

ଏହି ମଇଁଷିର ମୂଲ୍ୟ ୧୦ କୋଟି ଟଙ୍କା ରହିଛି । ହରିୟାଣାରୁ ପାଟନାରେ ପହଞ୍ଚିଥିବା ଏହି ମଇଁଷିର ନାଁ ଗୋଲୁ-୨ ରହିଛି । ତେବେ ଗୋଲୁ ତାଙ୍କ ଦୁଗ୍ଧ ଫାର୍ମରେ ଥିବା ଏକ ଏସି ରୁମରେ ରୁହନ୍ତି ବୋଲି ଜଣାପଡ଼ିଛି। ଏହା ସହିତ ଖାଦ୍ୟରେ ଗୋଲୁ ପ୍ରତିଦିନ ପାଞ୍ଚ କିଲୋ ଆପଲ୍ ଏବଂ ପାଞ୍ଚ କିଲୋ ଚଣା ଖାଇବା ସହିତ କୋଡ଼ିଏ ଲିଟର କ୍ଷୀର ପିଇଥାନ୍ତି । ପ୍ରତିଦିନ ଦୁଇ ଜଣ ବ୍ୟକ୍ତି ଗୋଲୁଙ୍କୁ ମାଲିସ୍ ମଧ୍ୟ କରିଥାନ୍ତି । ହରିୟାଣାର ଜଣେ କୃଷକ ଏ ନେଇ ସୂଚନା ଦେଇଛନ୍ତି।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଗୋଲୁ ନାମକ ଏହି ମଇଁଷିକୁ ହରିୟାଣାରୁ ପାଟନାକୁ ଅଣାଯାଇଛି। ଏହି ମଇଁଷିଟି ମୁରା ପ୍ରଜାତିର ଅଟେ । ତେବେ ଏହି ମଇଁଷିର ମୂଲ୍ୟ ପ୍ରାୟ ୧୦ କୋଟି ଟଙ୍କା ହୋଇଥିବା ଏହାର ମାଲିକ କହିଛନ୍ତି। ଏଥିପାଇଁ ମାଲିକ ନରେନ୍ଦ୍ର ସିଂ ମଧ୍ୟ ରାଷ୍ଟ୍ରପତିଙ୍କଠାରୁ ପଦ୍ମଶ୍ରୀ ଗ୍ରହଣ କରିଛନ୍ତି। ତେବେ ଏହି ମଇଁଷିର ଉପଯୋଗ ପ୍ରଜନନ ପାଇଁ କରାଯାଇଥାଲ ବୋଲି ଜଣାପଡ଼ିଛି । ୧୦ କୋଟି ଟଙ୍କା ମୂଲ୍ୟର ଏହି ମଇଁଷିର ମାଲିକ ନରେନ୍ଦ୍ର ସିଂ କହିଛନ୍ତି ଯେ ସେ ପ୍ରତିଦିନ ଗୋଲୁକୁ ସାଧାରଣ ଖାଦ୍ୟ ଖାଇବାକୁ ଦେଇଥାନ୍ତି । ପ୍ରତି ମାସରେ ପ୍ରାୟ ୫୦ ରୁ ୬୦ ହଜାର ଟଙ୍କା ଗୋଲୁ ପାଇଁ ଖର୍ଚ୍ଚ ହୋଇଥାଏ । ଏହି ମଇଁଷିକୁ ପୂର୍ବରୁ ଅନେକ କୃଷକ ମେଳାରେ ପ୍ରଦର୍ଶିତ କରାଯାଇଛି ବୋଲି କହିଛନ୍ତି ଏହାର ମାଲିକ ।

ଏହାର ମାଲିକ କହିଛନ୍ତି ଯେ- ଆମର ପ୍ରୟାସ ହେଉଛି ଯେ ଦେଶର ଚାଷୀମାନେ ଏହିପରି ମଇଁଷି ଦ୍ୱାରା ଉପକୃତ ହୋଇପାରିବେ । ବର୍ତ୍ତମାନ ସୋସିଆଲ ମିଡିଆରେ ଏହି ମଇଁଷିକୁ ନେଇ ଚର୍ଚ୍ଚା ଜୋର ଧରିଛି ।

Get real time updates directly on you device, subscribe now.