Breaking: ପୁଣି ରାଜଧାନୀ ଛାତି ଉପରେ ଗଡ଼ିଲା ମୁଣ୍ଡ, ବିଲ୍ଡରଙ୍କୁ ପିଟିପିଟି ଅତି ନିର୍ମମ ଭାବେ ହତ୍ୟା
ପୁଣି ଥରେ ଭୁବନେଶ୍ୱରରେ ହତ୍ୟାକାଣ୍ଡ। ପିଟିପିଟି ବିଲ୍ଡରଙ୍କୁ ଅତି ନିର୍ମମ ଭାବେ ହତ୍ୟା କଲେ ଦୁର୍ବୃତ୍ତ।
ଭୁବନେଶ୍ୱର: ପୁଣି ରାଜଧାନୀରେ ଗଡ଼ିଲା ମୁଣ୍ଡ। ରାଜଧାନୀ ଛାତି ଉପରେ ପୁଣି ଏକ ମର୍ଡର। ରାଜଧାନୀ ଭୁବନେଶ୍ୱରରେ ବିଲ୍ଡରଙ୍କୁ ଅତି ନିର୍ମମ ଭାବେ ହତ୍ୟା। ବିଚ୍ ରାସ୍ତାରେ ବିଲ୍ଡରଙ୍କୁ ପିଟିପିଟି ମାରିଦେଲେ ଦୁର୍ବୃତ୍ତ।
ହଁ ଆଜି ଭୁବନେଶ୍ୱର ଏୟାରଲିଫ୍ଟ ଥାନା ସୁନ୍ଦରପଦାରେ ଏହି ହତ୍ୟାକାଣ୍ଡ ଘଟିଥିବା ସୂଚନା ମିଳିଛି। ହତ୍ୟାକାଣ୍ଡର ପ୍ରକୃତ କାରଣ ଜଣା ପଡିନଥିବା ବେଳେ, ଜମିବାଡ଼ି ପଜେସନ ପାଇଁ ଯାଇଥିବା ବେଳେ ହତ୍ୟାକାଣ୍ଡ ଘଟିଥିବା କୁହାଯାଉଛି।
ଜମିବାଡିକୁ କେନ୍ଦ୍ର କରି ରାଜଧାନୀ ଛାତି ଉପରେ ଏତେ ବଡ଼ ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ମୃତ ବିଲ୍ଡରଙ୍କ ଘର ଏୟାରଲିଫ୍ଟ ଥାନା ଭୀମପୁର ଅଞ୍ଚଳରେ। ଘଟଣାସ୍ଥଳରେ ଓୟାରଲିଫ୍ଟ ଥାନା ପୋଲିସ ପହଞ୍ଚି ଛାନଭିନ୍ କରୁଛି। କ୍ୟାପିଟାଲ ହସ୍ପିଟାଲରେ ମୃତଦେହକୁ ରଖାଯାଇଛି।