fbpx

ଆଜିଠାରୁ ଘର ତିଆରି ହେବ ମହଙ୍ଗା! ହୋମ୍ ଲୋନ୍ ଉପରେ ମିଳିବନି ଏହି ଅତିରିକ୍ତ ରିହାତି

Advertisement

ନୂଆଦିଲ୍ଲୀ: ଦେଶରେ ଆଜିକାଲି ମୁଦ୍ରାସ୍ଫୀତି ବଢ଼ିବାରେ ଲାଗିିଛି । ଏପରି ପରିସ୍ଥିତିରେ ଘର କିଣିବା ଆହୁରି ମହଙ୍ଗା ହୋଇପଡିଛି । ପ୍ରଥମ ଥର ପାଇଁ ଗୃହ ନିର୍ମାଣକାରୀମାନେ ଯେଉଁମାନେ ହୋମ୍ ଲୋନ ପରିଶୋଧ ଉପରେ ୩.୫୦ ଲକ୍ଷ ସୁଧ ଉପରେ ବାର୍ଷିକ ଟ୍ୟାକ୍ସ ଛାଡ ସୁବିଧା ଲାଭ କରୁଛନ୍ତି, ସେମାନଙ୍କୁ ଆଜିଠାରୁ ଅର୍ଥାତ୍ ୧ ଏପ୍ରିଲ ୨୦୨୨ ରୁ ଏକ ବଡ଼ ଝଟକା ଲାଗିବାକୁ ଯାଉଛି । ପ୍ରଥମ ଥର ଘର କିଣୁଥିବା ଲୋକଙ୍କୁ ଧାରା ୮୦ଇଇଏ ଅଧିନରେ ଅତିରିକ୍ତ ଟ୍ୟାକ୍ସ ଛାଡ଼ର ଫାଇଦା ଦେବା ବନ୍ଦ କରିବାକୁ ଯାଉଛନ୍ତି କେନ୍ଦ୍ର ସରକାର ।

ଆଜିଠାରୁ ଆପଣଙ୍କୁ ହୋମ୍ ଲୋନ୍ ଉପରେ ୧.୫ ଲକ୍ଷ ଟଙ୍କା ଅତିରିକ୍ତ ରିହାତି ମିଳିବ ନାହିଁ, କାରଣ ସରକାର ଏହି ଟିକସ ଛାଡ ଅବଧି ବଢ଼ାଇନାହାଁନ୍ତି । ବଜେଟ୍ ୨୦୨୨ ରେ ସରକାର ଏହି ଟିକସ ଛାଡ ପାଇଁ ସମୟସୀମା ବୃଦ୍ଧି କରିବାକୁ ଘୋଷଣା କରି ନାହାଁନ୍ତି । ଏହି କାରଣରୁ ନୂଆ ଆର୍ଥିକ ବର୍ଷ ଅର୍ଥାତ୍ ୨୦୨୨-୨୩ରେ ହୋମ୍ ଲୋନ୍ ଉପରେ ଏହି ରିହାତିର ଫାଇଦା ମିଳିବ ନାହିଁ । ହୋମ୍ ଲୋନ୍ ଉପରେ ଏହି ଟିକସ ଛାଡ ୧ ଏପ୍ରିଲ ୨୦୧୯ ରୁ ୩୧ ମାର୍ଚ୍ଚ ୨୦୨୨ ପର୍ଯ୍ୟନ୍ତ ଉପଲବ୍ଧ ଥିଲା ।

Get real time updates directly on you device, subscribe now.