ମୁମ୍ବାଇ– ବସ ଓଲଟି ୧୦ ଜଣଙ୍କ ମୃତ୍ୟୁ, ୩୦ରୁ ଅଧିକ ଗୁରୁତର । ଦୁର୍ଘଟଣା ସ୍ଥାନରେ ସାଧାରଣ ଲୋକଙ୍କ ସହ ପୋଲିସ, କ୍ରେନ ସବୁ ଉଦ୍ଧାରରେ ଲାଗିପଡିଥିଲେ । ଆହତଙ୍କୁ ଉଦ୍ଧାର କରି ତୁରନ୍ତ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହି ଦୁର୍ଘଟଣା ମହାରାଷ୍ଟ୍ରର ଭାଣ୍ଡାରା-ଗୋଣ୍ଡିଆ ମଧ୍ୟରେ ହୋଇଛି । ବସ ଯାତ୍ରୀଙ୍କୁ ନେଇ ଯାଉଥିବା ବେଳେ ଗୋଣ୍ଡିଆ-ଅର୍ଜୁନି ରାସ୍ତାରେ ଯାଉଥିବା ବେଳେ ତୋଲା ଗାଁ ନିକଟରେ ଡ୍ରାଇଭର ବସ ଉପରୁ ନିୟନ୍ତ୍ରଣ ହରାଇଥିଲେ ଓ ବସ ରାସ୍ତା କଡକୁ ଖସିପଡିଥିଲା । ଦୁର୍ଘଟଣାରେ ୧୦ ମୃତ୍ୟୁ ହୋଇଥିବା ବେଳେ ଆଗକୁ ଏହି ମୃତ୍ୟୁସଂଖ୍ୟା ବୃଦ୍ଧି ନେଇ ଆଶଙ୍କା କରାଯାଉଛି ।
ବସଟି ରାଜ୍ୟ ପରିବହନ ବିଭାଗର । ଦୁର୍ଘଟଣା ପରେ ତୁରନ୍ତ ସମସ୍ତ ଆହତଙ୍କୁ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ଜଣାଇବା ସହ ମୃତକଙ୍କ ପିରବାରକୁ ୧୦ ଲକ୍ଷ ସହାୟତା ରାଶି ଘୋଷଣା କରିଛନ୍ତି ।
ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡଣବିସ ଏକ୍ସରେ ନିଜ ପୋଷ୍ଟ ମାଧ୍ୟମରେ ମୃତକ ପରିବାର ପ୍ରତି ସମବେଦନା ଜଣାଇଛନ୍ତି । ଦୁର୍ଘଟଣା ପରେ ତୁରନ୍ତ ହିଁ ସମସ୍ତ ଆହତଙ୍କୁ ଘରୋଇ ହସ୍ପିଟାଲରେ ଭର୍ତ୍ତି କରି ସେମାନଙ୍କ ଚିକିତ୍ସା କରାଯାଇଛ । ଗୋଣ୍ଡିଆ ଜିଲ୍ଲାପାଳଙ୍କୁ ଆହତଙ୍କ ସମସ୍ତ ଚିକିତ୍ସା ଭାର ନେବାକୁ ନିଦ୍ଦେଶ ଦେଇଥିବା ଉଲ୍ଲେଖ କରିଛନ୍ତି । ଏଥିସହ ସେ ସମସ୍ତ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଥିବା ଏକ୍ସରେ କହିଛନ୍ତି ।