ଓଲଟିଲା ଯାତ୍ରୀବାହୀ ବସ୍; ଥିଲେ 50ରୁ ଅଧିକ ଯାତ୍ରୀ, ଉଦ୍ଧାର କାର୍ଯ୍ୟ ଜାରି

କନ୍ତିଓକାଟେଣୀରେ ଓଲଟିଲା ବସ । ବସ ଓଲଟିବାରୁ 20ରୁ ଅଧିକ ଯାତ୍ରୀ ଗୁରୁତର । ଉଦ୍ଧାର କାର୍ଯ୍ୟ ଜାରି ।

କାମାକ୍ଷାନଗର: କନ୍ତିଓକାଟେଣୀରେ ଓଲଟିଲା ବସ । ବସ ଓଲଟିବାରୁ 20ରୁ ଅଧିକ ଯାତ୍ରୀ ଗୁରୁତର । ସମସ୍ତଙ୍କୁ ଅଁଳାବେରେଣୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି ।

ପରଜଙ୍ଗରୁ ଭୁବନେଶ୍ବର ଯାଉଥିଲା ଯାତ୍ରୀବାହୀ ବସ । ବସରେ ଥିଲେ 50ରୁ ଅଧିକ ଯାତ୍ରୀ । କାମାକ୍ଷାନଗର ଅଗ୍ନିଶମ ବାହିନୀ ଦ୍ବାରା ଉଦ୍ଧାର କାର୍ଯ୍ୟ ଜାରି ରହିଛି ।