ଘାଟିରେ ଖସିପଡିଲା ବସ୍, ୫୧ ଜଣଙ୍କ ମୃତ୍ୟୁ
ମେକ୍ସିକୋ ସ୍ଥିତ ଗ୍ୱାଟେମାଲାରେ ବଡ଼ ଦୁର୍ଘଟଣା, ୫୧ ଜଣଙ୍କର ଚାଲିଗଲା ପ୍ରାଣ
ନୂଆଦିଲ୍ଲୀ: ଏକ ବଡ଼ ଦୁର୍ଘଟଣା ଖବର ସାମ୍ନାକୁ ଆସିଛି। ମେକ୍ସିକୋର ଗ୍ୱାଟେମାଲାରେ ଏହି ମର୍ମନ୍ତୁଦ ଦୁର୍ଘଟଣାଟି ଘଟିଛି। ଏକ ଦ୍ରୁତଗତିରେ ଆସୁଥିବା ବସ୍ ଘାଟିରେ ଖସିପଡିଛି।
ଏହି ଦୁର୍ଘଟଣାରେ ୫୧ ଜଣଙ୍କ ପ୍ରାଣହାନି ଘଟିଛି। ସୂଚନା ମିଳିବା ମାତ୍ରେ ସ୍ଥାନୀୟ ପୋଲିସର ଟିମ ଘଟଣାସ୍ଥଳରେ ପହଞ୍ଚି ବସରେ ଥିବା ଲୋକଙ୍କୁ ଉଦ୍ଧାର କରୁଛି।
ମେକ୍ସିକୋ ପାଖରେ ଅବସ୍ଥିତ ଗ୍ୱାଟେମାଲା ରାଜଧାନୀର ଉତ୍ତର ପ୍ରବେଶ ଦ୍ୱାରରେ ଥିବା ହ୍ରଦରେ ଏହି ଦୁର୍ଘଟଣାଟି ଘଟିଛି। ଏକ ଯାତ୍ରୀବାହୀ ବସ୍ ରାସ୍ତାରେ ଏକ ଗାଡ଼ି ଦ୍ୱାରା ଦୁର୍ଘଟଣାଗ୍ରସ୍ତ ହୋଇଥିଲା।
ଏହାପରେ ବସଟି ଘାଟିରୁ ଖସିପଡିଥିଲା। ଯାହାଫଳରେ ୭୫ ଜଣ ଯାତ୍ରୀଙ୍କ ମଧ୍ୟରୁ ୫୧ ଜଣଙ୍କର ମୃତ୍ୟୁ ଘଟିଛି। ସୁରକ୍ଷା କର୍ମୀ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।