fbpx
BSKY
BJD YOUTH SKY
BJD MS SKY

ବ୍ରହ୍ମପୁର ଯିବାବେଳେ ଓଲଟାଇଲା ବସ: ଘଟଣାସ୍ଥଳରେ ୨୩ ଯାତ୍ରୀଙ୍କୁ…

ମୋହନା: ହିମାଚଳ ପ୍ରଦେଶ କୁଲୁ ବଞ୍ଜାର ଭ୍ୟାଲି ଘଆଗିରେ ଏକ ଟୁରିଷ୍ଟ ବସ୍ ଓଲଟି ପଡିଛି । ଫଳରେ ଘଟଣା ସ୍ଥଳରେ ୭ ଜଣ ଯାତ୍ରାଙ୍କ ମୃତ୍ୟୁ ହୋଇଛି ଏବଂ  ୨୩ ଜଣ ଯାତ୍ରୀ ସୁରକ୍ଷିତ ଅଛନ୍ତି । ତେବେ କିଛି ଯାତ୍ରୀ ଆହତ ହୋଇଥିବା ଜଣା ପଡିଛି । ସମସ୍ତ ଆହାତଙ୍କୁ ନିକଟସ୍ଥ ମେଡିକାଲକୁ ନେଇଥିବା ଜଣା ପଡିଛି । ଏହି ଆହାତଙ୍କ ମଧ୍ୟ ୧୦ ଜଣ ଗୁରୁତର ଭାବରେ ଆହାତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୫ ଜଣଙ୍କୁ ଜୋନା ହସ୍ପିଟାଲ ଏବଂ ଅନ୍ୟ ୫ ଜଣଙ୍କୁ ବଞ୍ଜାର ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ତେବେ ଏହି ଟୁରିଷ୍ଟି ବସ୍ ଟି ରାୟଗଡାରୁ ବ୍ରହ୍ମପୁର ଯାଉଥିବା ବେଳେ ରାଇସିଂ ଘାଟିରେ ଏହି ଦୁର୍ଘଟଣା ଘଟିଥିବା ଜଣା ପଡିଛି । ତେବେ ଏହି ବସରେ ରାଜସ୍ଥାନ, ହରିୟାଣା, ମଧ୍ୟପ୍ରଦେଶ ଏବଂ ଦିଲ୍ଲୀର ଯାତ୍ରୀ ଥିଲେ । ଏହି ଘଟଣାର ଖବର ପାଇ ମୋହନା ପୋଲିସ ଏବଂ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରିଥିବା ଜଣା ପଡିଛି ।

 

Get real time updates directly on you device, subscribe now.