ନୂଆଦିଲ୍ଲୀ: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଅଗଣିତ ଲୋକଙ୍କ ପାଇଁ ଆଣିଛି ଖୁସି ଖବର । ପିଏନବି ଆପଣଙ୍କୁ ଶସ୍ତା ଘର କିଣିବାକୁ ସୁଯୋଗ ଦେଉଛି । ଏହାକୁ ନେଇ ବ୍ୟାଙ୍କ ନିଜେ ଟ୍ୱିଟ କରି ଜଣାଇଛି । ଯଦି ଆପଣ ଘର କିଣିବାକୁ ଚାହୁଁଛନ୍ତି ତେବେ ଏହା ଆପଣଙ୍କ ପାଇଁ ସବୁଠାରୁ ବଡ ସୁଯୋଗ । ଆସନ୍ତା କାଲି ଅର୍ଥାତ ୨୯ ନଭେମ୍ବରରେ ଆପଣ ଘର କିଣିପାରିବେ । ଆସନ୍ତୁ ଜାଣିବା କିପର ଜାଗା ସହ ଘରକୁ କିଣିବେ ।
ପିଏନବି ନିଜ ଅଫିସିୟାଲ ଟ୍ୱିଟରେ ଲେଖିଛି ଯେ, ମେଗା ଇ-ଆକ୍ସନରେ ଲୋକ ଭାଗ ନେଇ ନିଜ ସ୍ୱପ୍ନର ଘର ତିଆରି କରିପାରିବେ । ଆପଣ ଏଥିରେ କମରସିଆଲ ଏବଂ ରେସିଡେଣ୍ଟିଆଲ ପ୍ରପର୍ଟୀ ପାଇଁ ଇଛୁକ, ତେବେ ଏହାକୁ ଆପଣ କିଣିପାରିବେ । ୧୩୦୮୨ଟି ଆବାସିକ ଗୁଣ ପାଇଁ ବିଡ୍ କରିପାରିବେ । ଏହାଛଡା ଆକ୍ସନରେ ଆପଣ ୨୫୪୪ ଟି ବାଣିଜ୍ୟିକ ପ୍ରପର୍ଟୀ, ୧୩୩୯ଟି ଭିତ୍ତିଭୂମି ଜାଗା, ୯୮ଟି କୃଷି ପାଇଁ ଜମି କିଣି ପାରିବେ । ଏହି ଆକ୍ସନରେ ଆପଣ ସବୁ ପ୍ରକାର ଜମି କିଣିବାର ସୁଯୋଗ ପାଇପାରିବେ ।
ଏହି ଆକ୍ସନ ବିଷୟରେ ଅଧିକ ତଥ୍ୟ ଜାଣିବା ପାଇଁ ଆପଣ ଅଫିସିଆଲ ଲିଙ୍କ https://ibapi.in/ କୁ ଯାଇ ଜାଣିପାରିବେ । ପିଏନବି ବ୍ୟାଙ୍କ ହେଉ କି ଦେଶର ଅନ୍ୟ ବ୍ୟାଙ୍କ ସମୟ ସମୟରେ ସମ୍ପତ୍ତିର ନିଲାମ କରିଥାନ୍ତି । ବ୍ୟାଙ୍କ ତରଫରୁ ଇ-ଆକ୍ସନରେ ଏହି ସମ୍ପତ୍ତି ଗୁଡିକୁ ବିକ୍ରି କରାଯାଇଥାଏ । ତେବେ ଯେଉଁ ସମ୍ପତ୍ତି କିଣିବା ପରେ ମାଲିକ ବ୍ୟଙ୍କର ଋଣ ସୁଝି ନଥାନ୍ତି । ସେହି ବ୍ୟକ୍ତିର ଜମିକୁ ବ୍ୟାଙ୍କ ନିଜ ଅକ୍ତିଆରକୁ ନେଇ ଆସି ଏହାକୁ ନିଲାମ କରିଦେଇଥାଏ ।