fbpx

ଅକ୍ଷୟ ତୃତୀୟାରେ ସୁନା, ଚାନ୍ଦି କିଣିବା ହୋଇଥାଏ ଶୁଭ: ରାଶି ଅନୁସାରେ କିଣନ୍ତୁ ଏହି ଧାତୁ, ଉଜ୍ୱଳ ହେବ ଭାଗ୍ୟ 

ହିନ୍ଦୁ ଧର୍ମରେ ଅକ୍ଷୟ ତୃତୀୟା ବହୁତ ଶୁଭ ହୋଇଥାଏ । ଏହି ଦିନରେ ଚାଷୀ ଭାଇ କ୍ଷେତରେ ଅଖିମୁଠି ଅନୁକୂଳ କରିଥାନ୍ତି । ଏହି ଦିନରେ ସୁନା ଚାନ୍ଦି ଆଦି କିଣିବାର ମାନ୍ୟତା ରହିଛି । ମାନ୍ୟତା ରହିଛି ଯେ ଏହି ଦିନରେ ଧାତୁରେ ମା ଲକ୍ଷ୍ମୀଙ୍କୁ ଘରକୁ ଆସିଥାନ୍ତି । ଅକ୍ଷୟ ତୃତୀୟା ପର୍ବ ବୈଶାଖ ମାସ ଶୁକ୍ଳ ପକ୍ଷ ତୃତୀୟା ତିଥିରେ ପାଳନ କରାଯାଇଥାଏ । ଚଳିତ ବର୍ଷ ମେ ୩ ତାରିଖରେ ପାଳନ ହେବ ଅକ୍ଷୟ ତୃତୀୟା  । ତେବେ ଅକ୍ଷୟ ତୃତୀୟା ଦିନ ଯଦି ଆପଣ ରାଶି ଅନୁଯାୟୀ ଅଳଙ୍କାର କିମ୍ବା ଧାତୁ କିଣୁଛନ୍ତି, ତେବେେ ଆପଣଙ୍କ ଭାଗ୍ୟ ଉଜ୍ୱଳ ହୋଇପାରେ । ଆସନ୍ତୁ ଜାଣିବା କେଉଁ ରାଶିର ଜାତକଙ୍କୁ କେଉଁ ଧାତୁ କିଣିବା ଶୁଭ ହେବ ।

ମେଷ: ରାଶି ରାଶିର ଲୋକମାନେ ଏହି ଦିନ ତମ୍ବା କିମ୍ବା ସୁନା କିଣି ପାରିବେ  । ପ୍ରକୃ୍ତରେ ଏହି ରାଶିର ସ୍ୱାମୀ ଗ୍ରହ ମଙ୍ଗଳଙ୍କ ପାଇଁ ଶୁଭ ଧାତୁ ତମ୍ବା ଅଟେ ।

ବୃଷ: ଏହି ରାଶିର ସ୍ୱାମୀ ଗ୍ରହ ଶୁକ୍ର ହୋଇଥିବାରୁ ଏହି ଦିନ ରୂପା କିଣିବା ଉଚିତ୍  । ଶୁକ୍ରଙ୍କ ପାଇଁ ହୀରା ରତ୍ନ ମୁଖ୍ୟ ବୋଲି ବିବେଚନା କରାଯାଏ।

ମିଥୁନ: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ମିଥୁନ ରାଶିର ଲୋକଙ୍କ ସ୍ୱାମୀ ଗ୍ରହ ହେଉଛି ବୁଧ। ତେଣୁ, ଅକ୍ଷୟ ତୃତୀୟା ଦିନ ମିଥୁନ ରାଶିର ବ୍ୟକ୍ତି ବାସନ କିମ୍ବା ଅଳଙ୍କାର କିଣିବା ଉଚିତ୍  ।

କର୍କଟ: କର୍କଟ ରାଶିର ଲୋକମାନେ ଏହି ଦିନ ରୂପା କିଣିପାରିବେ  । ଏହି ରାଶିର ସ୍ୱାମୀ ଗ୍ରହ ଚନ୍ଦ୍ର ହୋଇଥିବାରୁ ରୂପା ଶୁଭ ହେବ  ।

ସିଂହ: ସୂର୍ଯ୍ୟ ଏହି ରାଶିର ସ୍ୱାମୀ ଗ୍ରହ ହୋଇଥିବାରୁ ଅକ୍ଷୟ ତୃତୀୟା ଦିନ ସିଂହ ରାଶିର ବ୍ୟକ୍ତି ତମ୍ବା କିମ୍ବା ସୁନା କିଣିପାରିବେ ।

କନ୍ୟା: ଏହି ରାଶିର ସ୍ୱାମୀ ଗ୍ରହ ବୁଧ ଅଟେ ଏବଂ ଅକ୍ଷୟ ତୃତୀୟା ଦିନ ପିତ୍ତଳ କିଣିବା ଶୁଭ ହେବ  ।

ତୁଳା: ଅକ୍ଷୟ ତୃତୀୟାରେ ତୁଳା ରାଶିର ଲୋକମାନେ ରୂପା କିଣି ପାରିବେ  । ଏହି ରାଶିର ସ୍ୱାମୀ ଗ୍ରହ ହେଉଛି ଶୁକ୍ର।

ବିଛା: ଏହି ରାଶିର ଲୋକଙ୍କ ପାଇଁ ଏହି ଦିନ ତମ୍ବା କିଣିବା ଭଲ ହେବ  ।

ଧନୁ ରାଶି: ଏହି ରାଶିର ସ୍ୱାମୀ ଗ୍ରହ ବୃହସ୍ପତି ହୋଇଥିବା ହେତୁ ଅକ୍ଷୟ ତୃତୀୟା ଦିନ ପିତ୍ତଳ କିମ୍ବା ସୁନା କିଣିବା ଧନୁ ରାଶି ଲୋକଙ୍କ ପାଇଁ ସର୍ବୋତ୍ତମ ହେବ।

ମକର ରାଶି: ମକର ରାଶିର ଲୋକମାନେ ଅକ୍ଷୟ ତୃତୀୟା ଦିନ ଇସ୍ପାତ କିମ୍ବା ଲୁହା ବାସନ କିଣି ପାରିବେ । ଏହି ରାଶିର ସ୍ୱାମୀ ଗ୍ରହ ହେଉଛନ୍ତି ଶନିଦେବ ।

କୁମ୍ଭ: କୁମ୍ଭର ସ୍ୱାମୀ ଗ୍ରହ ଶନିଦେବ ହୋଇଥିବାରୁ ସେମାନେ ଲୁହା ବାସନ ମଧ୍ୟ କିଣିବା ଉଚିତ୍  ।

ମୀନ:  ଏହି ରାଶିର ସ୍ୱାମୀ ଗ୍ରହ ହେଉଛନ୍ତି ବୃହସ୍ପତି  । ଏହି ରାଶିର ବ୍ୟକ୍ତିମାନେ ଅକ୍ଷୟ ତୃତୀୟା ଦିନ ପିତ୍ତଳ ଧାତୁ କିଣିପାରିବେ  । ସୁନା ମଧ୍ୟ କିଣି ପାରିବେ  ।

Get real time updates directly on you device, subscribe now.