ହୋଇ ଯାଆନ୍ତୁ ସତର୍କ… ଏହି ଡବାକୁ ଘରେ ରଖନ୍ତୁ ନାହିଁ, ନଚେତ୍ ଆପଣ ହେବେ ଏହି ବଡ଼ ରୋଗର ଶିକାର
କ୍ୟାନ୍ସର ହେବାର ଆଶଙ୍କା ୩୦୦% ବଢ଼ିଯାଏ । ହୃଦରୋଗ ସାଙ୍ଗକୁ ଥାଇରଏଡ୍ ମଧ୍ୟ ହୋଇଥାଏ ।
ଓଡ଼ିଶା ଭାସ୍କର: ଘରେ ଘରେ ଏବେ କଳା ପ୍ଲାଷ୍ଟିକ୍ ଡବା ଦେଖିବାକୁ ମିଳୁଛି । ସାଧାରଣତଃ ଅନଲାଇନ୍ ଖାଦ୍ୟ ଅର୍ଡର କଲେ ରେଷ୍ଟୁରାଣ୍ଟ ଓ ହୋଟେଲରେ ଏହି ଡବା ଦେଇଥାନ୍ତି । ଖାଦ୍ୟ ଖାଇବା ପରେ ଏହି ଡବା ଗୁଡ଼ିକୁ ଆଉଥରେ ବ୍ୟବହାର କରିବା ପାଇଁ ଏହାକୁ ଧୋଇ ରଖାଯାଏ ।
କନ୍ତୁ ଆପଣ ଜାଣିଛନ୍ତି କି ଏହି କଳା ପ୍ଲାଷ୍ଟିକ୍ ଡବା ଆମ ଶରୀର ପାଇଁ କେତେ ଭଲ ବା ଖରାପ?
ହେବ କ୍ୟାନ୍ସର : ଏହି ପ୍ଲାଷ୍ଟିକ ଡବାରେ ଗରମ ଖାଦ୍ୟ ରଖିବା କିମ୍ବା ମାଇକ୍ରୋୱେଭ୍ରେ ଏହି ଡବାରେ ଖାଦ୍ୟ ରଖି ଗରମ କରିବା କ୍ଷତିକାରକ । ହିଟ୍ ଯୋଗୁ ବିଷାକ୍ତ କେମିକାଲ ଡବାରୁ ବାହାରେ ଏବଂ ଏହା ଖାଦ୍ୟରେ ମିଶି ଆମ ଶରୀର ମଧ୍ୟକୁ ଯାଏ, ଯାହାର ଦେହ ଖରାପ କରିବାରେ ବଡ଼ ଭୂମିକା ରହିଥାଏ ।
ଡାକ୍ତରଙ୍କ ମତରେ ଏହି କଳା ଡବାରୁ ଖାଦ୍ୟ ଖାଇବାଦ୍ୱାରା କ୍ୟାନ୍ସର ହେବାର ଆଶଙ୍କା ୩୦୦% ବଢ଼ିଯାଏ ।
ଗୁରୁଗ୍ରାମ ମେଦାନ୍ତ କ୍ୟାନ୍ସର କେୟାର ସିନିୟର ଡିରେକ୍ଟର ଡା. କାଞ୍ଚନ କୌରଙ୍କ ମତରେ, ଏହି ପ୍ଲାଷ୍ଟିକ ପାଇଁ କେବଳ କ୍ୟାନ୍ସର କରାଇବ ତା’ ନୁହେଁ, ଏହାଦ୍ୱାରା ପିସିଓଡି, ଥାଇରଏଡ୍ ଭଳି ରୋଗ ହୋଇଥାଏ ।
ବିଷାକ୍ତ କେମିକାଲ ଛଡ଼ା ପ୍ଲାଷ୍ଟିକ୍ କଣିକା ସବୁ ଖାଦ୍ୟରେ ମିଶି ପେଟକୁ ଯାଏ । ଯାହା ହୃଦରୋଗ ସାଙ୍ଗକୁ କ୍ୟାନ୍ସର କରାଏ ।