fbpx

ଅଳ୍ପ ମଦ ପିଇବା ହୋଇପାରେ କି ଘାତକ ? WHO ଦେଲା ଏପରି ଚେତାବନୀ

ଲୋକମାନେ ପ୍ରାୟତଃ ବିଶ୍ୱାସ କରନ୍ତି କରନ୍ତି କି, ଟିକିଏ ମଦ ପିଇବା ଦ୍ୱାରା ଶରୀରକୁ କିଛି କ୍ଷତି ହୋଇନଥାଏ । କିନ୍ତୁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଅର୍ଥାତ୍ WHOର କହିବା ମୁତାବକ, କିଛି କିଛି ପିଇବା ଦ୍ୱାରା ଶରୀରରେ ଅନେକ ସାଇଡ୍ ଇଫେକ୍ଟ ହୋଇପାରେ । WHOର କହିବା ଅନୁଯାୟୀ, ଏପରି କୌଣସି ମାପକାଠି ନାହିଁ ଯେଉଁଥିରେ କୁହାଯାଇପାରେ ଯେ ଏତେ ପରିମାଣର ମଦ୍ୟପାନ କରିବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ନୁହେଁ । ଦି ଲାନସେଟ୍ ହେଲ୍ଥ ଜର୍ଣ୍ଣାଲରେ WHOର କହିବା ମୁତାବକ, ମଦ୍ୟପାନ କରିବା ଦ୍ୱାରା ସାତ ପ୍ରକାରର କର୍କଟ ରୋଗ ହେବାର ଆଶଙ୍କା ବଢ଼ିଥାଏ ।

ଡକ୍ଟର କାରିନା ଫରେରା କହିଛନ୍ତି ଯେ, ଶରୀର ପାଇଁ ସୁରକ୍ଷିତ ମଦ୍ୟପାନର ପରିମାଣ ବିଷୟରେ କିଛି କୁହାଯାଇପାରିବ ନାହିଁ । ମଦ୍ୟପାନ ଦ୍ୱାରା ଯକୃତ, ପାଟି, ପେଟ, ସ୍ତନ ଏବଂ କୋଲୋନ୍ କର୍କଟ ରୋଗର ଆଶଙ୍କା ବଢ଼ିଯାଇଥାଏ । ଯଦି ପ୍ରଥମରୁ କ୍ୟାନ୍ସର ସେଲଗୁଡ଼ିକ ବୃଦ୍ଧି ପାଉଛି, ତେବେ ଏହା ସେଗୁଡ଼ିକୁ ଆହୁରି ବଢ଼ାଇପାରେ ।

ବ୍ରାଣ୍ଡର କୌଣସି ଫରକ୍ ନାହିଁ :-

WHO କହିଛି ଯେ, ମଦ୍ୟପାନ କେତେ ମହଙ୍ଗା ଏବଂ କେଉଁ ବ୍ରାଣ୍ଡ ତାହା ଗୁରୁତ୍ୱପୂର୍ଣ୍ଣ ନୁହେଁ । ଯେକୌଣସି ରୂପରେ ମଦ୍ୟପାନ କରିବା କ୍ଷତିକାରକ । ତେଣିକି ଆପଣ ଏହାକୁ କମ୍ ମାତ୍ରାରେ କାହିଁକି ନା ନିଅନ୍ତୁ । ଏପରିକି ଗୋଟିଏ ବୁନ୍ଦା ମଧ୍ୟ କ୍ଷତି କରିପାରେ । ଅଧିକ ମଦ୍ୟପାନ କଲେ ଶରୀରରେ ରୋଗ ହେବାର ଆଶଙ୍କା ଅଧିକ ବଢ଼ିବ । ଯକୃତ ବ୍ୟତୀତ ମଦ୍ୟପାନ କିଡନୀ ଏବଂ ଅନ୍ତନଳୀକୁ ମଧ୍ୟ କ୍ଷତି ପହଞ୍ଚାଏ ।

ଯେଉଁମାନେ ଶସ୍ତା ମଦ ପିଉଛନ୍ତି, ସେମାନଙ୍କ ମୃତ୍ୟୁ ଏବଂ ଡାକ୍ତରଖାନାରେ ଭର୍ତ୍ତି ହେବାର ଆଶଙ୍କା ଅଧିକ । ଗରିବ ଏବଂ ବଞ୍ଚିତ ବର୍ଗର ଲୋକଙ୍କ କ୍ଷେତ୍ରରେ ଏହିପରି ମାମଲା ଅଧିକ ଦେଖାଯାଏ । ଅଳ୍ପ ପରିମାଣର ମଦ୍ୟପାନ ମଧ୍ୟ ଧୀର ବିଷ ଭାବରେ କାମ କରିଥାଏ । ଏହା ଏକ ସୁସ୍ଥ ବ୍ୟକ୍ତିରେ ଅନେକ ରୋଗ ସୃଷ୍ଟି କରିପାରେ ।

ରିସର୍ଚ୍ଚରେ କୁହାଯାଇଛି ଯେ, ତମାଖୁ ଏବଂ ସିଗାରେଟ୍ ଭଳି ମଦ୍ୟପାନ ମଧ୍ୟ କର୍କଟ ରୋଗ ସୃଷ୍ଟି କରିଥାଏ, କିନ୍ତୁ ଲୋକମାନେ ଏହା ଜାଣନ୍ତି ନାହିଁ । ମଦ୍ୟପାନ ହେତୁ କୋଲୋନ୍ କର୍କଟ ରୋଗ ବଢ଼ିପାରେ । ଏହା ପ୍ରାୟ ୨୦୦ ରୋଗର କାରଣ ହୋଇପାରେ । ମଦ୍ୟପାନ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ଦୁର୍ବଳ କରିଥାଏ, ଯେଉଁ କାରଣରୁ ଯକ୍ଷ୍ମା ହେବାର ଆଶଙ୍କା ଥାଏ ।

ଯଦି ଜଣେ ଗର୍ଭବତୀ ମହିଳା ମଦ୍ୟପାନ କରନ୍ତି, ତେବେ ଏହା ତାଙ୍କ ପିଲାକୁ ମଧ୍ୟ ପ୍ରଭାବିତ କରିଥାଏ । କିନ୍ତୁ ଏହା ଚିନ୍ତାର ବିଷୟ ଯେ, ସାରା ବିଶ୍ୱରେ ମଦ୍ୟପାନ କରୁଥିବା ଲୋକଙ୍କ ସଂଖ୍ୟା ଲଗାତାର ବୃଦ୍ଧି ପାଉଛି । ଏଭଳି ପରିସ୍ଥିତିରେ ରୋଗ ହେବାର ଆଶଙ୍କା ମଧ୍ୟ ବଢ଼ିବାରେ ଲାଗିଛି ।

Get real time updates directly on you device, subscribe now.