fbpx

କ’ଣ ଚା’ ପିଇବା ଦ୍ୱାରା କରୋନା ସଂକ୍ରମଣକୁ ରୋକା ଯାଇପାରିବ? ଜାଣନ୍ତୁ ସତ

ନୂଆଦିଲ୍ଲୀ: ଭାରତରେ କରୋନା ମହାମାରୀର ଦ୍ୱିତୀୟ ଲହର ହଇଚଇ ସୃଷ୍ଟି କରୁଛି । ଏହି ରୋଗ ସହିତ ଲଢିବା ପାଇଁ ଲୋକଙ୍କ ପାଖରେ ସଠିକ୍ ସୂଚନା ରହିବା ଆବଶ୍ୟକ । କିନ୍ତୁ କରୋନା ବିଷୟରେ ଅନେକ ମିଥ୍ୟା ଖବର ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହିପରି ଏକ ମିଥ୍ୟା ଖବରରେ ଦାବି କରାଯାଇଛି ଯେ, ଚା’ ପିଇବା ଦ୍ଵାରା କରୋନା ସଂକ୍ରମଣକୁ ରୋକାଯାଇପାରିବ ।

ଏହି ଖବରର କ୍ଲିପ୍ ସୋସିଆଲ ମିଡିଆରେ ସେୟାର କରାଯାଉଛି । ଏହି ମିଥ୍ୟା ଖବରରେ କୁହାଯାଇଛି ଯେ ଯଦି କେହି ଦିନକୁ ତିନିଥର ଚା ପିଉଛନ୍ତି, ତେବେ ସେ କରୋନା ସଂକ୍ରମିତ ହେବେ ନାହିଁ ।

ଭାରତ ସରକାରଙ୍କ ଟ୍ୱିଟର ହ୍ୟାଣ୍ଡେଲ PIBFactCheck ଏହି ଦାବିକୁ ସମ୍ପୂର୍ଣ୍ଣ ଫେକ୍ ବୋଲି କହିଛି । ଚା’ ପିଇବା ଦ୍ୱାରା କରୋନା ଭାଇରସ୍ ସଂକ୍ରମଣକୁ ରୋକାଯାଇପାରିବ ବୋଲି କୌଣସି ବୈଜ୍ଞାନିକ ପ୍ରମାଣ କରିନଥିବା ପିଆଇବିଫାଷ୍ଟଚେକ୍ ପକ୍ଷରୁ କୁହାଯାଇଛି ।

PIBFactCheck କହିଛି ଯେ, କୋଭିଡ -୧୯ କୁ ଏଡାଇବା ପାଇଁ ବାରମ୍ବାର ହାତ ଧୋଇବା, ମାସ୍କ ଲଗାଇବା ଏବଂ ସାମାଜିକ ଦୂରତା ଅନୁସରଣ କରିବା ଆବଶ୍ୟକ ।

Get real time updates directly on you device, subscribe now.