fbpx

କରୋନା ନେଲା ଏକ କଳାକାରଙ୍କ ଜୀବନ, ମୃତ୍ୟୁ ପୂର୍ବରୁ ଫେସବୁକରେ ଦେଇଥିଲେ ଖବର

ନୁଆଦିଲ୍ଲୀ, ୯/୦୫(ଓଡିଶା ଭାସ୍କର) : କରୋନାରେ ଚାଲିଗଲେ ଆଉ ଜଣେ କଳାକାର । ନେଟଫ୍ଲିକ୍ସ ଫିଲ୍ମ ୟୁନିଫ୍ରୀଡମ୍ ରେ ନଜର ଆସିଥିବା ଅଭିନେତା ରାହୁଲ ଭୋରାଙ୍କ ଆଜି କରୋନାରେ ମୃତ୍ୟୁ ଘଟିଛି । ଦୀର୍ଘ ଦିନ ହେବ ସେ କରୋନାରେ ସଂକ୍ରମିତ ହୋଇ ମରଣ ସହ ଲଢ଼େଇ କରୁଥିଲେ । ତାଙ୍କ ପରଲୋକ ହୋଇଥିବା ଖବର ବିଷୟରେ ଥିଏଟର୍ ନିର୍ଦ୍ଦେଶକ ଏବଂ ପ୍ଲେ ରାଇଟର୍ ଅରବିନ୍ଦ ଗୌର ସୋସିଆଲ ମିଡିଆରେ ସୁଚନା ଦେଇଛନ୍ତି । ତେବେ ରାହୁଲ ମୃତ୍ୟୁ ପୂର୍ବରୁ ଫେସବୁକ୍ ରେ ଏକ ପୋଷ୍ଟ କରିଥିଲେ । ଯେଉଁଥିରେ ସେ କହିଥିଲେ ଯେ, ସେ ନିଜ ମୃତ୍ୟୁ ଖବର ପରୋକ୍ଷରେ ଦେଇଥିଲେ ।

ସେ ତାଙ୍କ ପୋଷ୍ଟରେ ଲେଖିଥିଲେ ଯେ, ‘ମୋତେ ଭଲ ଚିକିତ୍ସା ମିଳିଥିଲେ ବଞ୍ଚିଯାଇଥାନ୍ତି । ତୁମର ରାହୁଲ ଭୋରା ।’ ଜଣେ ମୃତ ବ୍ୟକ୍ତି ଭଳି ସେ ଫେସବୁକ୍ ପୋଷ୍ଟରେ କିଛି କଥା ଉଲ୍ଲେଖ କରିଥିଲେ । ସେ ଲେଖିଥିଲେ ଯେ, ‘ଖୁବଶୀଘ୍ର ଜନ୍ମ ନେବି ଏବଂ ଭଲ କାର୍ୟ୍ୟ କରିବି । ଏବେ ସାହସ ହରାଇଦେଇଛି ।’ ତେବେ ସେ ବୋଧ ହୁଏ ଜାଣିଥିଲେ ଯେ, ସେ ଆଉ ରହିବେନି । ଠିକ୍ ସେହି ଭଳି ଇଙ୍ଗିତ କରି ସେ ଫେସବୁକ୍ ରେ ଲେଖିଥିଲେ ।


ତାଙ୍କ ମୃତ୍ୟୁ ସଂକ୍ରାନ୍ତରେ ଅରବିନ୍ଦ ଗୌର ସୁଚନା ଦେଇ ଲେଖିଛନ୍ତି ଯେ, ‘ରାହୁଲ ଭୋରା ଆଉ ନାହାନ୍ତି। ମୋର ସବୁଠୁ ଯୋଗ୍ୟ କଳାକାଳ ଏ ଦୁନିଆରେ ଆଉ ନାହାନ୍ତି। ତାଙ୍କୁ ରାଜୀବ ଗାନ୍ଧୀ ହସ୍ପିଟାଲରୁ ଆୟୁଷ୍ମାନ, ଦ୍ବାରକା ସିଫ୍ଟ କରାଯାଇଥିଲା କିନ୍ତୁ ତାଙ୍କୁ ବଞ୍ଚାଇପାରିଲେ ନାହିଁ। ପ୍ଳିଜ୍ ଆମକୁ କ୍ଷମା କରିଦେବ ରାହୁଲ, ଆମେ ତୁମର ଅପରାଧୀ।’

Get real time updates directly on you device, subscribe now.