fbpx

ସାବଧାନ! କରୋନାରୁ ସୁସ୍ଥ ହେବା ପରେ ବ୍ୟବହାର କରନ୍ତୁ ନାହିଁ ଏହି ଜିନିଷ, ହୋଇପାରନ୍ତି ପୁନଃ ସଂକ୍ରମଣ

ଦେଶରେ କରୋନାର ଦ୍ୱିତୀୟ ଲହର ଭୟାବହତା ସ୍ଥିତି ଲାଗିରହିଛି । ବହୁ ପରିମାଣରେ ଲୋକେ ସୁସ୍ଥ ମଧ୍ୟ ହେଉଛନ୍ତି  ।  ତେବେ ଆପଣ ଜାଣନ୍ତି କି କୋଭିଡରୁ ସୁସ୍ଥ ହେବା ପରେ, ଆପଣ କୋଭିଡ ସମୟରେ ବ୍ୟବହାର କରିଥିବା କିଛି ଜିନିଷର ବ୍ୟବହାର ବନ୍ଦ କରିବା ଉଚିତ୍ । ତେବେ କ’ଣ ସେହି ଜିନିଷ ଯାହା ଆପଣ କରୋନାରୁ ସୁସ୍ଥ ହେବା ପରେ ବ୍ୟବହାର କରିବା ବନ୍ଦ କରିବା ଉଚିତ ଆସନ୍ତୁ ଜାଣିବା ।

ଯଦି ଆପଣ କରୋନାରେ ପୀଡିତ ହୋଇ ଆରୋଗ୍ୟ ହୋଇଛନ୍ତି, ତେବେ ଏଭଳି ଅନେକ ଜିନିଷ ରହିଛି ଯାହା ଆପଣ କରୋନା ସମୟ ମଧ୍ୟରେ ବ୍ୟବହାର କରିଛନ୍ତି, ସେଗୁଡିକର ବ୍ୟବହାର କରୋନାରୁ ଠିକ ହେବା ପରେ ବନ୍ଦ କରିଦେବା ଉଚିତ, ନଚେତ୍ ଆପଣ ପୁନର୍ବାର ସଂକ୍ରମିତ ହୋଇପାରନ୍ତି । ଡାକ୍ତର ଏବଂ ବିଶେଷଜ୍ଞମାନେ ଏ ବିଷୟରେ ଚେତାବନୀ ଦେଇଛନ୍ତି । ସେହି ଜିନିଷଗୁଡ଼ିକ କ’ଣ ଏବଂ ଏହାକୁ କାହିଁକି ବ୍ୟବହାର ବନ୍ଦ କରିବା ଉଚିତ୍ ଜାଣନ୍ତୁ ।

ଆମ ମଧ୍ୟରୁ ଅନେକ କରୋନାରେ ପୀଡିତ ହୋଇ ସୁସ୍ଥ ହୋଇସାରିଛନ୍ତି, କିନ୍ତୁ ବୋଧହୁଏ ସେମାନେ ଜାଣନ୍ତି ନାହିଁ ଯେ କୋଭିଡ ପରି ସଂକ୍ରାମକ ରୋଗରୁ ମୁକ୍ତି ପାଇବା ପରେ ମଧ୍ୟ ଆମେ କ’ଣ ସତର୍କତା ଅବଲମ୍ବନ କରିବା ଉଚିତ୍ । ନିଶ୍ଚିତ ଭାବରେ କିଛି ଜିନିଷ ଅଛି, ଯଦି ଆପଣ ସେଗୁଡିକୁ ମାନନ୍ତି, ତେବେ ରୋଗ ପ୍ରତିରକ୍ଷା ଅଧିକ ଶକ୍ତିଶାଳୀ ହୋଇପାରେ । କରୋନା ସମୟରେ ଆପଣ ଆପଣଙ୍କର ଦୈନନ୍ଦିନ ଜୀବନରେ ଜୀବନରେ କେଉଁ ଜିନିଷ ବ୍ୟବହାର କରୁଥିଲେ, ତାହା ତୁରନ୍ତ ବନ୍ଦ କରିଦେବା ଉଚିତ ।

ଦନ୍ତ ଚିକିତ୍ସକଙ୍କ କହିବା ଅନୁଯାୟୀ କୋଭିଡରୁ ସୁସ୍ଥ ହେବା ପରେ ତୁରନ୍ତ ବ୍ୟବହାର କରୁଥିବା ଟୁଥ୍ ବ୍ରଶ୍ ଏବଂ ଜିଭ ସଫା କରିବାକୁ ବ୍ୟବହାର କରୁଥିବା ପାତିଆକୁ ବ୍ୟବହାର ନକରିବା ଉଚିତ୍, କାରଣ କରୋନା ସମୟରେରେ ଏହାର ବ୍ୟବହାର ହେତୁ ଏଥିରେ ଜୀବାଣୁ ଥାଇପାରେ । ଦନ୍ତ ଚିକିତ୍ସକ ସୁଚେତା ଅରୋରାଙ୍କ ଅନୁଯାୟୀ ୧୪ ଦିନର ଆଇସୋଲେସନ ପରେ ଆପଣଙ୍କୁ ନିଜର ଟୁଥ ବ୍ରଶ ଏବଂ ଟଙ୍ଗ କ୍ଲିନରକୁ ବଦଳାଇବା ଦରକାର ।

ଡକ୍ଟର ସୁଚେତାଙ୍କ ଅନୁଯାୟୀ, ଯଦି ଆପଣ କୋଭିଡରୁ ସୁସ୍ଥ ହେବା ପରେ ମଧ୍ୟ ସେଗୁଡିକୁ ବ୍ୟବହାର କରନ୍ତି, ତେବେ ଆପଣ ପୁନଃ ସଂକ୍ରମଣ ହେବାର ଆଶଙ୍କା ରହିଛି, ତେଣୁ ତୁରନ୍ତ ସେଗୁଡିକ ବ୍ୟବହାର ବନ୍ଦ କରିଦେବା ଉଚିତ୍  । ଏହା ସହିତ, ଆପଣ ସ୍ୱଚ୍ଛତା ମଧ୍ୟ ବଜାୟ ରଖିବେ ଏବଂ ସୁରକ୍ଷା ମଧ୍ୟ ବଜାୟ ରହିବ । ସେ ଏହା ମଧ୍ୟ କହିଛନ୍ତି ଯେ କୋଭିଡରୁ ସୁସ୍ଥ ହେଉଥିବା ଲୋକମାନେ ନିୟମିତ ଭାବରେ ପାଟିକୁୁ ମାଉଥୱାଶ  କରିବା ଏବଂ ବେଟାଡାଇନ ବ୍ୟବହାର କରିବା ଆବଶ୍ୟକ।

ମେରଟ ମେଡିକାଲ କଲେଜର ପ୍ରଫେସର ଅରବିନ୍ଦ କୁମାର କହିଛନ୍ତି ଯେ କୋଭିଡରୁ ସୁସ୍ଥ ହେବା ପରେ ଆମକୁ ଆହୁରି ଅନେକ ସ୍ୱଚ୍ଛତା ପ୍ରତି ଧ୍ୟାନ ଦେବା ଉଚିତ୍। ବାଥରୁମ ଏବଂ କବାଟ ହ୍ୟାଣ୍ଡେଲ ସହିତ ଦୈନନ୍ଦିନ ଜୀବନରେ ବ୍ୟବହାର କରୁଥିବା ସମସ୍ତ ଜିନିଷକୁ ସାଦିଟାଇଜ କରିବା  ଏହା ସହ ବ୍ୟବହାର କରୁଥିବା ସାବୁନ, ଏଭଳିକି ପାନିଆକୁ ମଧ୍ୟ ବଦଳାଇବା ଉଚିତ୍ ।

Get real time updates directly on you device, subscribe now.