fbpx

ରାଜ୍ୟସଭା ସାଂସଦ ରଘୁନାଥ ମହାପାତ୍ରଙ୍କ ପରଲୋକ

ଭୁବନେଶ୍ୱର, ୯/୦୫(ଓଡିଶା ଭାସ୍କର) : ରାଜ୍ୟସଭା ସାଂସଦ ରଘୁନାଥ ମହାପାତ୍ରଙ୍କ ଆଜି ପରଲୋକ ହୋଇ ଯାଇଛି । ତାଙ୍କ ପରଲୋକ ନେଇ ଭୁବନେଶ୍ୱର ଏମ୍ସ ନିର୍ଦ୍ଦେଶିକା ସୁଚନା ଦେଇଛନ୍ତି । କରୋନାରେ ଆକ୍ରାନ୍ତ ହୋଇ ସେ ଚିକିତ୍ସିତ ହେଉଥିବା ବେଳେ ୭୮ ବୟସରେ ତାଙ୍କର ନିଧନ ହୋଇଛି । ସାଂସଦ ସମେତ ବିଶିଷ୍ଟ ଭାସ୍କର୍ଯ୍ୟ ଶିଳ୍ପୀ ମଧ୍ୟ ଥିଲେ ପଦ୍ମବିଭୂଷଣ ରଘୁନାଥ । ସେ ଗତ ୨୨ ତାରିଖରେ କରୋନା ସଂକ୍ରମିତ ହୋଇ ଏମ୍ସରେ ଭର୍ତ୍ତି ହୋଇଥିଲେ । ଆଜି ଅପରାହ୍ନ ୩ଟା ୪୯ରେ ରଘୁନାଥଙ୍କ ନିଧନ ହୋଇଛି । ସେ ପଦ୍ମଶ୍ରୀ, ପଦ୍ମଭୁଷଣ ଓ ପଦ୍ମବିଭୂଷଣରେ ମଧ୍ୟ ସମ୍ମାନିତ ହୋଇଥିଲେ ।

୧୯୪୩ ମସିହା ମାର୍ଚ୍ଚ ୨୪ ତାରିଖରେ ରଘୁନାଥ ମହାପାତ୍ର ଜନ୍ମଗ୍ରହଣ କରିଥିଲେ । ନିଜକୁ ଏକ ଉତ୍କର୍ଷ ଭାସ୍କର୍ଯ୍ୟ ଭାବରେ ଗଢ଼ି ତୋଳିଥିଲେ । ୨୦୧୩ରେ ତାଙ୍କୁ ପଦ୍ମବିଭୂଷଣରେ ସମ୍ମାନିତ କରାଯାଇଥିଲା । ଏଥିସହିତ ୨୦୦୧ରେ ପଦ୍ମଭୁଷଣ ଏବଂ ୧୯୭୬ ମସିହାରେ ପଦ୍ମଶ୍ରୀରେ ତାଙ୍କୁ ସମ୍ମାନିତ କରାଯାଇଥିଲା ।

Get real time updates directly on you device, subscribe now.