ସାବଧାନ, ମଶା କରାଇଦେବ ଏଡସ୍, HIV ସଂକ୍ରମିତ ବ୍ୟକ୍ତିଙ୍କୁ କାମୁଡ଼ି ଥିବା ମଶା ବିପଦ… ଅନ୍ୟ ବ୍ୟକ୍ତିଙ୍କୁ କାମୁଡ଼ିଲେ…
ମଶା କାମୁଡ଼ିବାରୁ ଅନେକ ପ୍ରକାର ଅନେକ ପ୍ରକାର ଭାଇରସ୍, ବ୍ୟାକ୍ଟେରିଆ ମଣିଷ ଶରୀରରେ ପହଞ୍ଚି ଯାଏ।
ଓଡ଼ିଶାଭାସ୍କର: ମଶା କାମୁଡ଼ିବାରୁ ଅନେକ ଗମ୍ଭୀର ସଂକ୍ରମଣ ବ୍ୟାପେ। ମଶା କିଛି ଅତି ସାଂଘାତିକ ରୋଗର ମୁଖ୍ୟ କାରଣ ହୋଇଥାଏ। ମଶା କାମୁଡ଼ିବାରୁ ଅନେକ ପ୍ରକାର ଅନେକ ପ୍ରକାର ଭାଇରସ୍, ବ୍ୟାକ୍ଟେରିଆ ମଣିଷ ଶରୀରରେ ପହଞ୍ଚି ଯାଏ।
କିନ୍ତୁ ପ୍ରଶ୍ନ ଉଠୁଛି ଯଦି HIV ସଂକ୍ରମିତ ବ୍ୟକ୍ତିଙ୍କ ରକ୍ତ ପିଇ ମଶା ଯଦି ଅନ୍ୟ ବ୍ୟକ୍ତିଙ୍କୁ କାମୁଡ଼େ ତେବେ କ’ଣ ଏଡସ୍ ହେବ। HIV ଏକ ଭାଇରସ୍। ଯାହା ମଣିଷର ପ୍ରତିରକ୍ଷା ପ୍ରଣାଳୀକୁ ହ୍ରାସ କରୁଛି। ଆଉ ସମୟ ସହିତ ଏହା ଏଡସର କାରଣ ସାଜେ।
ଏହି ଭାଇରସ୍ ସାଧାରଣ ରୂପରେ ସଂକ୍ରମିତ ବ୍ୟକ୍ତିର ରକ୍ତ, ଅସୁରକ୍ଷିତ ଯୌନ ସମ୍ପର୍କ, ପ୍ରସବ ପରେ ସ୍ତନ୍ୟପାନ ସମୟରେ ଏହି ଭାଇରସ୍ ବ୍ୟାପେ। କିନ୍ତୁ ମଶା ଜଣେ ବ୍ୟକ୍ତିଠାରୁ ଅନ୍ୟ ଜଣଙ୍କୁ HIV ଭୂତାଣୁ ପ୍ରସାରିତ କରିପାରିବେ ନାହିଁ। ଏହାର କାରଣ ମଶାର ଜୈବିକ ପ୍ରକ୍ରିୟାରେ ରହିଛି।
ଯେତେବେଳେ ମଶା ଜଣେ HIV ସଂକ୍ରମିତ ବ୍ୟକ୍ତିଙ୍କୁ କାମୁଡ଼େ, ୧-୨ ଦିନ ପରେ ଭାଇରସ ମରିଯାଏ, ଯାହା ମଶାକୁ ରକ୍ତ ହଜମ କରିବା ପାଇଁ ସମୟ ଲାଗେ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ହୁ ଏବଂ ସେଣ୍ଟର ଫାର ଡିଜିଜ କଣ୍ଟ୍ରୋଲ ଆଣ୍ଡ ପ୍ରିବେସନ ସିଡିସି ମଧ୍ୟ ଏହା କହିଛି ଯେ ମଶା ମଶା ଏଚଆଇଭିର ବାହାକ ନୁହେଁ।
ଡେଙ୍ଗୁ କିମ୍ବା ମେଲେରିଆ ପରି ରୋଗ ମଶା ଭାଇରସ ଦ୍ୱାରା ବ୍ୟାପିଥାଏ। କିନ୍ତୁ HIV କ୍ଷେତ୍ରରେ ଏପରି ହୁଏ ନାହିଁ। ୱାଲ୍ଡ ହେଲଥ୍ ଅର୍ଗାନାଇନ୍ସନ୍ ହୁର ରିପୋର୍ଟରୁ ଜଣାପଡ଼ିଛି କି ମଶା କାମୁଡ଼ିବାରୁ ଦୁନିଆରେ ପ୍ରତି ବର୍ଷ ପାଖାପାଖି ୭ ଲକ୍ଷ ଲୋକଙ୍କ ମୃତ୍ୟୁ ହୁଏ।