fbpx

କାହିଁକି ଟାଟୁ ବନେଇଥିବା ଲୋକେ କରିପାରିବେନି ରକ୍ତଦାନ, ଶରୀର ପାଇଁ ହୋଇପାରେ କି ବିପଜ୍ଜନକ !

ଆଜିର ଆଧୁନିକ ଜୀବନଶୈଳୀରେ ନିଜକୁ ଅଧିକ ଆକର୍ଷଣୀୟ ଦେଖାଇବା ପାଇଁ ଲୋକେ ସେମାନଙ୍କର ହାତ, ଗୋଡ, ପିଠି ଏପରିକି ଶରୀରର ବିଭିନ୍ନ ଅଙ୍ଗରେ ଟାଟୁ ତିଆରି କରନ୍ତି। ଟାଟୁ ତିଆରି କରିବାର ଏକ ଧାରା ପାଲଟିଯାଇଛି। କିନ୍ତୁ ଡାକ୍ତରମାନେ କୁହନ୍ତି ଯେ, ଯେଉଁମାନଙ୍କର ରକ୍ତ ସମ୍ବନ୍ଧୀୟ ସମସ୍ୟା ରହିଛି, ସେମାନେ ଟାଟୁ କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ କିମ୍ବା ରକ୍ତ ସମ୍ବନ୍ଧୀୟ ପରୀକ୍ଷା କରିବା ଉଚିତ୍। ଆଜିକାଲି ପ୍ରତ୍ୟେକ ବୟସର ଲୋକେ ନିଜ ଶରୀରରେ ଟାଟୁ କରୁଛନ୍ତି। କିନ୍ତୁ ଟାଟୁ ଥିବା ଲୋକେ ରକ୍ତଦାନ କରି ପାରିବେ କି ନାହିଁ ତାହା ଆପଣ ଜାଣିଛନ୍ତି କି! ଆଜି ଆମେ ଏହି ସମ୍ପର୍କରେ ଆଲୋଚନା କରିବୁ।

ଅନେକ ସ୍ୱାସ୍ଥ୍ୟ ବିଶେଷଜ୍ଞ ଏବଂ ଲୋକେ କହିଛନ୍ତି ଯେ ଟାଟୁ କରିବା ପରେ ରକ୍ତ ଦାନ କରିବା ବିପଜ୍ଜନକ ଅଟେ। ଅନେକ ଲୋକ ବିଶ୍ୱାସ କରନ୍ତି ଯେ ଥରେ ଟାଟୁ ତିଆରି ହୋଇଗଲେ ଆପଣ ଆଉ ରକ୍ତ ଦାନ କରିପାରିବେ ନାହିଁ। ଆପଣ ଟାଟୁ କରିବାର କିଛି ସମୟ ପାଇଁ ରକ୍ତ ଦାନ କରିପାରିବେ ନାହିଁ। କାରଣ ଟାଟୁ କରିବା ଲାଗି ବ୍ୟବହାର ହେଉଥିବା ଛୁଞ୍ଚତ୍, ପଞ୍ଚତ୍ଂ ଗନ୍‌ ଏବଂ ଅନ୍ୟାନ୍ୟ ସାମଗ୍ରୀ ଅନେକଙ୍କଠାରେ ବ୍ୟବହାର କରାଯାଇଥାଏ। ଏହାକୁ ଭଲ ଭାବେ ଜୀବାଣୁମୁକ୍ତ କରାଯାଏ ନାହିଁ ଏବଂ ଟାଟୁର ଛୁଞ୍ଚି ଏବଂ ଇଙ୍କ୍ ରକ୍ତରେ ପ୍ରବେଶ କରେ, ଯେଉଁ କାରଣରୁ ହେପାଟାଇଟିସ୍ ବି, ହେପାଟାଇଟିସ୍ ସି ଏବଂ ଏଚ୍.ଆଇ.ଭି ପରି ଅନେକ ରକ୍ତ ସମ୍ବନ୍ଧୀୟ ରୋଗ ହେବାର ସମ୍ଭାବନା ବଢିପାରେ। ସେଥିପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହାର କ୍ରମରେ ସ୍ପଷ୍ଟ କରିଛନ୍ତି ଯେ ଟାଟୁ ବନେଇବା ପରେ ତୁରନ୍ତ ରକ୍ତ ଦାନ କରିବା ବିପଜ୍ଜନକ ହୋଇପାରେ।

ଯଦି ଜଣେ ବ୍ୟକ୍ତି ରକ୍ତ ସହ ଜଡିତ ରୋଗରେ ପୀଡିତ, ତେବେ ଏହାର ପ୍ରଭାବ ଶରୀରେ କିଛି ସମୟ ମଧ୍ୟରେ ଦେଖାଯାଏ। ଏହି କାରଣରୁ ଲୋକଙ୍କୁ ଟାଟୁ କରିବାକୁ ବାରଣ କରାଯାଇଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ, ଟାଟୁ କରିବା ବେଳେ ଯେଉଁ ଛୁଞ୍ଚି ବ୍ୟବହାର କରାଯାଏ ତାହା ନୂଆ ନଥାଏ। ଏଭଳି ପରିସ୍ଥିତିରେ ରୋଗ ବ୍ୟାପିବାର ଆଶଙ୍କା ଥାଏ। ଯଦି ଏପରି କୌଣସି ଗାଇଡଲାଇନ ନାହିଁ ଯେଉଁଥିରେ ଟାଟୁ କରିବା ନିଷେଧ। କିନ୍ତୁ କିଛି ଏପରି କିଛି ଆଦେଶ ଅଛି ଯେଉଁଥିରେ ଟାଟୁ କରିବା ପରେ ତୁରନ୍ତ ରକ୍ତଦାନ କରିବା ନିଷେଧ। ସେଥିପାଇଁ ପ୍ରାୟତଃ କୁହାଯାଏ ଯେ ଯଦି ଆପଣ ଟାଟୁ କରୁଛନ୍ତି, ତେବେ ଏକ ଭଲ ଟାଟୁ ପାର୍ଲରରୁ କରାନ୍ତୁ। ନଚେତ୍ ହାଇଜିନ ଦୃଷ୍ଟିରୁ ଏହା ଅତ୍ୟନ୍ତ ବିପଜ୍ଜନକ ଅଟେ। ସେହିପରି ଟାଟୁ କରିବାର ୬ ମାସ ପରେ ରକ୍ତ ପରୀକ୍ଷା କରାଯିବା ଆବଶ୍ୟକ। ଯଦି କାହାକୁ ରକ୍ତ ଦରକାର ହୁଏ, ତେବେ ସେମାନେ କେବଳ ୬ ମାସ ପରେ ହିଁ ରକ୍ତ ଦାନ କରିପାରିବେ।

Get real time updates directly on you device, subscribe now.