ଇସ୍ତଫା ଦେଲେ କାନାଡ଼ା ଉପପ୍ରଧାନମନ୍ତ୍ରୀ କ୍ରିଷ୍ଟିୟା ଫ୍ରିଲାଣ୍ଡ

ନୂଆଦିଲ୍ଲୀ: କାନାଡ଼ା ଉପପ୍ରଧାନମନ୍ତ୍ରୀ କ୍ରିଷ୍ଟିୟା ଫ୍ରିଲାଣ୍ଡ ଇସ୍ତଫା ଦେଇଛନ୍ତି । ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ସହ ତାଙ୍କର ମତାମତ ସମାନ ରହୁନଥିବାରୁ ସେ ଏହି ପଦକ୍ଷେପ ଗ୍ରହଣ କରିଥିବା ଫ୍ରିଲାଣ୍ଡ ଉଲ୍ଲେଖ କରିଛନ୍ତି । ଫ୍ରିଲାଣ୍ଡ କାନାଡ଼ାର ଉପପ୍ରଧାନମନ୍ତ୍ରୀ ସହ ଦେଶର ଅର୍ଥମନ୍ତ୍ରୀ ଦାୟିତ୍ୱରେ ମଧ୍ୟ ରହିଥିଲେ । ସଂସଦରେ ଅର୍ଥନୈତିକ ଅପଡେଟ୍ ଦେବାର କିଛି ଘଣ୍ଟା ପୂର୍ବରୁ ଫ୍ରିଲାଣ୍ଡ ନିଜ ପଦ ଛାଡ଼ିଛନ୍ତି । ଟ୍ରୁଡୋଙ୍କ କ୍ୟାବିନେଟରୁ ଫ୍ରିଲାଣ୍ଡଙ୍କ ପରି ଜଣେ ଶକ୍ତିଶାଳୀ ନେତ୍ରୀ ଓହରିଯିବା ନିଶ୍ଚିତ ଭାବେ ପ୍ରଧାନମନ୍ତ୍ରୀଙ୍କ ଲିବେରାଲ ପାର୍ଟି ପାଇଁ ଏକ ବଡ଼ ଝଟକା । ଫ୍ରିଲାଣ୍ଡ ଡେପୁଟି ପିଏମ୍ ପଦ ଛାଡ଼ିବା ପରେ କିଏ ଏହି ପଦ ସମ୍ଭାଳୁଛନ୍ତି ତା’ ଉପରେ ସଭିଙ୍କ ନଜର ରହିଛି ।