କାନାରା ବ୍ୟାଙ୍କ ଜାଲିଆତି: ସିବିଆଇ ସ୍କାନରରେ ପୁଣି ୟୁନିଟେକ ଏମଡି

ନୂଆଦିଲ୍ଲୀ, ୭ା୧୨: କାନାରା ବ୍ୟାଙ୍କର ୧୯୮ କୋଟି ଟଙ୍କା ଜାଲିଆତି ମାମଲାରେ ସିବିଆଇ ପୁଣି ଥରେ ୟୁନିଟେକର ଏମଡି ସଞ୍ଜୟ ଚନ୍ଦ୍ରାଙ୍କ ବିରୋଧରେ କେଶ୍ ଦାୟର କରିଛି । ଏଥିସହ ସଞ୍ଜୟଙ୍କ ପିତା ରମେଶ ଓ ଭାଇ ଅଜୟଙ୍କ ବିରୋଧରେ ମଧ୍ୟ କେଶ ଆରମ୍ଭ ହୋଇଛି । ସଞ୍ଜୟଙ୍କୁ ଗତ ଶୁକ୍ରବାର ଦିନ ୪୩ ମାସ ପରେ ମେଡିକାଲ କାରଣରୁ ଦିଲ୍ଲୀ ହାଇକୋର୍ଟରୁ ଅନ୍ତରୀଣ ଜାମିନ ମିଳିଥିଲା । ୟୁନିଟେକ୍ ବିରୋଧରେ ସିବିଆଇ, ଇଡି, ଦିଲ୍ଲୀ ପୋଲିସ ସହିତ ଅନ୍ୟ ଏଜେନ୍ସି ଯାଞ୍ଚ କରୁଛନ୍ତି । କାନାରା ବ୍ୟାଙ୍କ ତରଫରୁ ଅଭିଯୋଗ କରାଯାଇଛି ଯେ, ଶ୍ରୀ ଚନ୍ଦ୍ରାଙ୍କ ବ୍ୟକ୍ତିଗତ ଓ କର୍ପୋରେଟ ଗ୍ୟାରେଣ୍ଟି ଆଧାରରେ କମ୍ପାନୀ ଋଣ ନେଇଥିଲା । କିନ୍ତୁ ପରେ ରିୟଲ୍ ଇଷ୍ଟେଟ୍ ବଜାରରେ ମାନ୍ଦା ହେତୁ କମ୍ପାନୀ ଡିଫଲ୍ଟ ଆରମ୍ଭ କରିଥିଲା ।