ବିଧାନସଭା ପରିସରରେ ପାଳନ ହେଲା ବିଶ୍ୱ ଗୋଲାପ ଦିବସ, କାହିଁକି ଏ ଦିନ କର୍କଟ ଯୋଦ୍ଧା ମାନଙ୍କ ପାଇଁ ଖାସ ଜାଣନ୍ତୁ …

World Rose Day 2022: ଫେବୃଆରୀରେ ପଡୁଥିବା ଗୋଲାପ ଦିବସ ଠାରୁ ବହୁତ ଭିନ୍ନ, କଣ ଏହା ପଛର କାରଣ ଜାଣନ୍ତୁ ....

ଭୁବନେଶ୍ୱର: ପ୍ରତିବର୍ଷ ସେପ୍ଟେମ୍ବର ୨୨ ତାରିଖରେ ବିଶ୍ୱ ଗୋଲାପ ଦିବସ ପାଳନ କରାଯାଏ। ଏହି ଗୋଲାପ ଦିବସ ଫେବୃଆରୀରେ ପଡୁଥିବା ଗୋଲାପ ଦିବସ ଠାରୁ ବହୁତ ଭିନ୍ନ। ତେବେ ଏହି ପାଳନ ପଛର କାରଣ ମଧ୍ୟ ବହୁତ ସ୍ୱତନ୍ତ୍ର ଏବଂ ଅନନ୍ୟ।ଆଜି କର୍କଟରେ ପୀଡିତ ଯୋଦ୍ଧା ମାନଙ୍କ ମନୋବଳ ବୃଦ୍ଧି ପାଇଁ ସମଗ୍ର ବିଶ୍ଵ #WorldRoseDay ପାଳନ କରୁଛି।

ଏହି ଅବସରରେ ବିଧାନସଭା ପରିସରରେ ମାନନୀୟା ବାଚସ୍ପତି ଶ୍ରୀମତୀ ସୁରମା ପାଢୀ, ମାନ୍ୟବର ଉପବାଚସ୍ପତି ଶ୍ରୀ ଭବାନୀ ଶଙ୍କର ଭୋଇ, ମାନ୍ୟବର ସ୍ବାସ୍ଥ୍ୟ ମନ୍ତ୍ରୀ ଶ୍ରୀ ମୁକେଶ ମହାଲିଙ୍ଗ, ମାନ୍ୟବର ମନ୍ତ୍ରୀ ରବି ନାୟକ,ମାନ୍ୟବର ଉଚ୍ଚଶିକ୍ଷା ମନ୍ତ୍ରୀ ସୁରଜ୍ ସୂର୍ଯ୍ୟବଂଶୀ, କଂଗ୍ରେସ ବିଧାୟକ ଦଳ ନେତା ଶ୍ରୀ ରାମଚନ୍ଦ୍ର କାଡମ୍,ମାନ୍ୟବର ବିଧାୟକ ଶ୍ରୀ ବାବୁ ସିଂ, ମାନ୍ୟବର ବିଧାୟକ ଶ୍ରୀ ଇରାଶିଷ ଆଚାର୍ଯ୍ୟ , ମାନ୍ୟବର ବିଧାୟକ ଆକାଶ ଦାସ ନାୟକ, ମାନ୍ୟବର ବିଧାୟକ ସାଗର ଦାସ, ମାନ୍ୟବର ବିଧାୟକ ସତ୍ୟଜିତ ଗମାଙ୍ଗ, ମାନନୀୟା ବିଧାୟିକା ଉପାସନା ମହାପାତ୍ର, ମାନନୀୟା ବିଧାୟିକା ସୋଫିଆ ଫିର୍ଦୋଶ ପ୍ରମୁଖ ଉପସ୍ଥିତ ରହି କର୍କଟ ଯୋଦ୍ଧାଙ୍କ ସହ ସାକ୍ଷାତ କରି ସେମାନଙ୍କୁ ଗୋଲାପ ଗୁଚ୍ଛ ଦେଇ ଉତ୍ସାହିତ କରିଥିଲେ।

ନିଜେ କର୍କଟକୁ ପରାସ୍ତ କରି ଏବେ ଅନ୍ୟମାନଙ୍କୁ ଲଢିବାକୁ ପ୍ରେରିତ କରୁଥିବା ସ୍ବାଗତିକା ଆଚାର୍ଯ୍ୟଙ୍କ ପ୍ରୟାସରେ Awaaken ଟ୍ରଷ୍ଟ ଦ୍ବାରା କର୍କଟ ମୁକ୍ତ ଭାରତ ଗଠନ ପାଇଁ ଯେଉଁ ଭଳି ସଚେତନତା କାର୍ଯକ୍ରମ କରୁଛନ୍ତି ତାହା ବାସ୍ତବରେ ପ୍ରଶଂସନୀୟ ବୋଲି ବିଧାନସଭା ସଦସ୍ୟ ମାନେ କହିଥିଲେ।

ତାଙ୍କର ପ୍ରୟାସ ଆଜି ଅନେକଙ୍କ ଜୀବନରେ ନୂଆ ଉତ୍ସାହ ଏବଂ କର୍କଟ ବିରୁଦ୍ଧରେ ଲଢିବା ପାଇଁ ଆତ୍ମବିଶ୍ୱାସ ଏବଂ ମନୋବଳ ବଢାଇବାର ଏକ ମାଧ୍ୟମ ସାଜିଛି।

କାହିଁକି ଏ ଦିନ ଖାସ : କାନାଡାର ୧୨ ବର୍ଷୀୟ କର୍କଟ ପୀଡିତା ମେଲିଣ୍ଡା ରୋଜଙ୍କ ସ୍ମୃତିରେ ମଧ୍ୟ ବିଶ୍ୱ ଗୋଲାପ ଦିବସ ପାଳନ କରାଯାଏ। କର୍କଟ ରୋଗରୁ ବଞ୍ଚିଥିବା ମେଲିଣ୍ଡା ତାଙ୍କ ଜୀବନର ଶେଷ ଛଅ ମାସ ମଧ୍ୟରେ ତାଙ୍କ ଚାରିପାଖରେ ବହୁତ ଆନନ୍ଦ ବାଣ୍ଟିଥିଲେ।

୧୯୯୪ ମସିହାରେ, ମାତ୍ର ୧୨ ବର୍ଷ ବୟସରେ, ମେଲିଣ୍ଡା ରୋଜଙ୍କୁ ରକ୍ତ କର୍କଟ ରୋଗ ଚିହ୍ନଟ ହୋଇଥିଲା। ତାଙ୍କର ବ୍ୟାପକ ଚିକିତ୍ସା କରାଯାଇଥିଲା, କିନ୍ତୁ ସେତେବେଳେ, କର୍କଟ ରୋଗର ଚିକିତ୍ସା ଅସମ୍ଭବ ମନେ ହେଉଥିଲା।

ଡାକ୍ତରମାନେ ହାର ମାନିଥିଲେ। ଚିକିତ୍ସା ସମୟରେ, ଡାକ୍ତରମାନେ ଘୋଷଣା କରିଥିଲେ ଯେ ମେଲିଣ୍ଡା ରୋଜ ଗୋଟିଏ ସପ୍ତାହରୁ ଅଧିକ ବଞ୍ଚିବେ ନାହିଁ। ଏହା ଏକ ବହୁତ କଷ୍ଟକର ସମୟ ଥିଲା।

କିନ୍ତୁ ଛୋଟ ମେଲିଣ୍ଡା କେବେ ଆଶା ଛାଡି ନଥିଲେ ଏବଂ କେବେ ହାର ମାନି ନଥିଲେ। ତାଙ୍କ ସାହସ ସହିତ, ଝିଅଟି ଡାକ୍ତରମାନଙ୍କୁ ଭୁଲ ପ୍ରମାଣିତ କଲା।

କଣ ଶିଖେଇଗଲେ ମେଲିଣ୍ଡା : ମେଲିଣ୍ଡା ଛଅ ମାସ ବଞ୍ଚି ରହିଲେ ଏବଂ ବିଶ୍ୱ ପାଇଁ ଏକ ଉଦାହରଣ ପାଲଟିଗଲେ । ତାଙ୍କର ଆଶା ଏବଂ ସାହସ ସହିତ, ମେଲିଣ୍ଡା ଏପରି କିଛି ହାସଲ କଲେ ଯାହା ହୁଏତ ଅନ୍ୟ କେହି କରିନଥିଲେ।

ତଥାପି, ଛଅ ମାସ ପରେ ତାଙ୍କର ମୃତ୍ୟୁ ହେଇଗଲା । ବଞ୍ଚିଥିବା ସମୟରେ ଛଅ ମାସ ଧରି, ମେଲିଣ୍ଡା ପ୍ରତିଦିନ ତାଙ୍କ ଚାରିପାଖରେ ଥିବା କର୍କଟ ରୋଗୀଙ୍କୁ ଭେଟି ସେମାନଙ୍କୁ ଖୁସି ରଖିବାକୁ ଚେଷ୍ଟା କରୁଥିଲେ। ବାସ ସେବେଠାରୁ ଏହି ଦିବସ ପାଳନ କରାଯାଉଛି ।