fbpx

ଜିଲ୍ଲା ପରିଷଦ ପ୍ରାର୍ଥୀ ତାଲିକା: ଜାଣନ୍ତୁ କେଉଁ ଦଳ ଦେଲା କେତେ ପ୍ରାର୍ଥୀ

ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପାଇଁ ଜାରି ରହିଛି ପ୍ରକ୍ରିୟା । ନାମାଙ୍କନ ପ୍ରକ୍ରିୟା ଶେଷ ହୋଇଥିବାବେଳେ ନିର୍ବାଚନ ଆଚରଣ ବିଧି ମଧ୍ୟ ଲାଗୁ ହୋଇଛି । ସେପଟେ ନାମାଙ୍କନ ଏବଂ ପ୍ରାର୍ଥୀପତ୍ର ପ୍ରତ୍ୟାହାର ସରିବା ପରେ ଏବେ ଆସିଛି ଚୂଡ଼ାନ୍ତ ତାଲିକା । ତାଲିକାରେ କେଉଁ ପଦବୀ ପାଇଁ କେଉଁ ଦଳରୁ କେତେ ପ୍ରାର୍ଥୀ ଲଢ଼ୁଛନ୍ତି ସେନେଇ ରହିଛି ତଥ୍ୟ ।

ଜିଲ୍ଲା ପରିଷଦ ପାଇଁ ମୋଟ୍ ୩,୪୦୭ ପ୍ରାର୍ଥୀ ଲଢ଼ୁଥିବାବେଳେ ବିଜେପିର-୮୪୮, କଂଗ୍ରେସ-୮୩୬, ବିଜେଡି-୮୫୧ ପ୍ରାର୍ଥୀ, ସିପିଆଇ(ଏମ୍)-୭୨, ସିପିଆଇ-୩୮, ବିଏସପି-୧୫୯, ଆପ୍-୩୨, ଏଜେଏସୟୁ-୧୨, ଜେଏମଏମ-୪୭, ଅନ୍ୟାନ୍ୟ-୨୧୪ ଏବଂ ସ୍ୱାଧୀନ ଭାବେ ଲଢ଼ିବେ ୨୯୮ ଜଣ ପ୍ରାର୍ଥୀ ।

ସୂଚନାଯୋଗ୍ୟ, ରାଜ୍ୟରେ ଆସନ୍ତା ୧୬ ରେ ପ୍ରଥମ ପର୍ଯ୍ୟାୟ ଭୋଟ୍ ଗ୍ରହଣ ହେବ । ତେବେ ୫ଟି ପର୍ୟ୍ୟାୟରେ ପଞ୍ଚାୟତ ନିର୍ବାଚନ ହେବ । ଫେବ୍ରୁଆରୀ ୧୬ରେ ପ୍ରଥମ ପର୍ୟ୍ୟାୟ ଭୋଟ୍ ରହିଥିବା ବେଳେ ଫେବ୍ରୁଆରୀ ୧୮ରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ହେବ । ଏହା ପରେ ଫେବ୍ରୁଆରୀ ୨୦, ୨୨ ଓ ୨୪ ରେ ଭୋଟ ଗ୍ରହଣ କରାଯିବ । ଫେବ୍ରୁଆରୀ ୨୫,୨୭ ଓ ୨୮ରେ ଭୋଟ ଗଣତି ହେବ ।

Get real time updates directly on you device, subscribe now.