fbpx

ବଢିଲା ପ୍ରାର୍ଥୀଙ୍କ ନିର୍ବାଚନୀ ଖର୍ଚ୍ଚସୀମା, ଜାଣନ୍ତୁ କେତେ

ନୂଆଦିଲ୍ଲୀ ,୨୧ ।୧୦: କରୋନାକୁ ଦୃଷ୍ଟିରେ ରଖି ଆଗକୁ ଆସୁଥିବା ନିର୍ବାଚନ ପାଇଁ ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କ ନିର୍ବାଚନୀ ଖର୍ଚ୍ଚ ସୀମା ବୃଦ୍ଧି କରାଯାଇଛି । ୧୦ ପ୍ରତିଶକ ବଢିଛି ପ୍ରାର୍ଥୀଙ୍କ ନିର୍ବାଚନ ଖର୍ଚ୍ଚ ସୀମା । ବିଧାୟକ ପ୍ରାର୍ଥୀଙ୍କ ଖର୍ଚ୍ଚ ସୀମା ୨୮ ଲକ୍ଷରୁ ୩୦.୮୦ ଲକ୍ଷ ହୋଇଛି । ସେହିପରି ସାଂସଦ ପ୍ରାର୍ଥୀଙ୍କ ଖର୍ଚ୍ଚ ସୀମା ୭୦ ଲକ୍ଷରୁ ୭୭ ଲକ୍ଷ ଟଙ୍କାକୁ ବୃଦ୍ଧି ପାଇଛି । ଏନେଇ ଆଇନ ମନ୍ତ୍ରଣାଳୟ ପକ୍ଷରୁ ଖର୍ଚ୍ଚ ସୀମା ବୃଦ୍ଧି ନେଇ ଗେଜେଟ୍ ଜାରି ହୋଇଛି ।

Get real time updates directly on you device, subscribe now.