fbpx
BSKY
BJD YOUTH SKY
BJD MS SKY

ଡିଏନ୍‌ଏ ଟେଷ୍ଟ ପାଇଁ କାହାକୁ ବାଧ୍ୟ କରିପାରିବ ନାହିଁ, ଏହା ବ୍ୟକ୍ତିଗତ ସ୍ୱାଧୀନତା ଓ ଗୋପନୀୟତା ଅଧିକାରକୁ ଉଲ୍ଲଂଘନ କରେ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ଡିଏନ୍‌ଏ ଟେଷ୍ଟ କରାଯିବା ବାଧ୍ୟତାମୂଳକ ନୁହେଁ । କୌଣସି ବ୍ୟକ୍ତିଙ୍କୁ ଡିଏନ୍‌ଏ ଟେଷ୍ଟ ପାଇଁ ବାଧ୍ୟ କରିବା ବ୍ୟକ୍ତିଗତ ସ୍ୱାଧୀନତା ଓ ଗୋପନୀୟତା ଅଧିକାରର ଉଲ୍ଲଂଘନ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ଏହା ଦ୍ୱାରା ସେହି ବ୍ୟକ୍ତିଙ୍କ ଉପରେ ସାମାଜିକ ପ୍ରତିଷ୍ଠା ଉପରେ ପ୍ରଭାବ ପଡିବାର ସମ୍ଭାବନା ରହିଛି । ପଞ୍ଜାବର ଜଣେ ବ୍ୟକ୍ତିଙ୍କ ଦ୍ୱାରା ଦାଖଲ କରାଯାଇଥିବା ଯାଚିକା ଉପରେ ଶୁଣାଣି ସମୟରେ ସୁପ୍ରିମକୋର୍ଟ ଏହି ରାୟ ଦେଇଛନ୍ତି । ସମ୍ପୃକ୍ତ ବ୍ୟକ୍ତି ପଞ୍ଜାବ ଓ ହରିୟାଣା ହାଇକୋର୍ଟଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।

ପୂର୍ବରୁ ସମ୍ପତ୍ତିରୁ ଅଂଶଧନ ପାଇବା ପାଇଁ ଡିଏନ୍‌ଏ ପରୀକ୍ଷା କରିବାକୁ ହାଇକୋର୍ଟ ତାଙ୍କୁ ନିର୍ଦ୍ଦେଶ ଦେଇଥିଲେ । ପଞ୍ଜାବର ୩ଭଉଣୀ ଅଶୋକ କୁମାର ନାମକ ଜଣେ ବ୍ୟକ୍ତିଙ୍କୁ ଭାଇ ବୋଲି ଅସ୍ୱୀକାର କରିବା ସହ ସମ୍ପତ୍ତିରେ ଅଂଶଧନ ଦେବାକୁ ମନା କରିଦେଇଥିଲେ । ଏହା ସହ ଅଶୋକ ତାଙ୍କ ବାପା,ମାଙ୍କ ପୁଅ ନୁହଁନ୍ତି ବୋଲି ଯୁକ୍ତି ରଖିଥିଲେ । ତେବେ ପୁରା ମାମଲା ପଞ୍ଜାବର ଏକ ନିମ୍ନ ଅଦାଲତରେ ପହଞ୍ଚିଥିଲା । ୩ ଭଉଣୀ କୋର୍ଟରେ ଅଶୋକ କୁମାରଙ୍କ ଡିଏନ୍‌ଏ ଟେଷ୍ଟ ପାଇଁ ଦାବି କରିଥିଲେ । କିନ୍ତୁ ବିଚାରପତି ସେମାନଙ୍କ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିଲେ । ଏହି ବିବାଦର କୌଣସି ସମାଧାନ ହୋଇ ନପାରିବାରୁ ମାମଲା ପରବର୍ତ୍ତୀ ପର୍ଯ୍ୟାୟରେ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟରେ ପହଞ୍ଚିଥିଲା । ଅଂଶଧନରେ ଅଧିକାର ସାବ୍ୟସ୍ତ ପାଇଁ ହାଇକୋର୍ଟ ୨୦୧୯ମାର୍ଚ୍ଚରେ ଅଶୋକଙ୍କୁ ଡିଏନ୍‌ଏ ପରୀକ୍ଷା କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ତେବେ ଅଶୋକ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟକୁ ଯାଇଥିଲେ । ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ସୁଭାଷ ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି ପରେ କହିଛନ୍ତି ଯେ କୌଣସି ବି ପରିସ୍ଥିତିରେ ସମ୍ପର୍କ ପ୍ରମାଣ ପାଇଁ ଡିଏନ୍‌ଏ ଟେଷ୍ଟ ନିମନ୍ତେ ନିର୍ଦ୍ଦେଶ ଦିଆଯିବା ଉଚିତ ନୁହେଁ । ଅନ୍ୟ ପ୍ରମାଣ ଆଧାରରେ ଶୁଣାଣି ହୋଇପାରିବ ଓ ନ୍ୟାୟ ମଧ୍ୟ ମିଳିାରିବ । ଡିଏନ୍‌ଏ ଟେଷ୍ଟ ଜଣେ ବ୍ୟକ୍ତିର ଗୋପନୀୟତା ଅଧିକାରକୁ ପ୍ରଭାବିତ କରିଥାଏ ଓ ଏହାର ସାମାଜିକ ପ୍ରଭାବ ମଧ୍ୟ ରହିାରେ । ତେଣୁ ଏ କ୍ଷେତ୍ରରେ କୌଣସି ବ୍ୟକ୍ତିଙ୍କୁ ଡିଏନ୍‌ଏ ଟେଷ୍ଟ ପାଇଁ ବାଧ୍ୟ କରାଯାଇପାରିବ ନାହିଁ ବୋଲି ଖଣ୍ଡପୀଠ ମତ ଦେଇଛନ୍ତି ।

Get real time updates directly on you device, subscribe now.