fbpx

ଶ୍ମଶାନରେ ବ୍ଲାଷ୍ଟ ହେଲା କିରୋସିନି ଜାରକିନ୍, ଜୁଇରେ ନିଆଁ ଜଳିଗଲେ ୨ ଶବ ବାହକ

ଢେଙ୍କାନାଳ (ଭାସ୍କର ନ୍ୟୁଜ୍‌) :ଶ୍ମଶାନ ଜୁଇରେ ଜଳିଗଲେ ୨ ଶବ ବାହକ । ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ବତାସିଂହ ଗ୍ରାମରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଶନିବାର ସକାଳେ ଗାଁର ଅକ୍ଷୟ ବେହେରାଙ୍କର ବାର୍ଦ୍ଧକ୍ୟ ଜନିତ ରୋଗରେ ମୃତ୍ୟୁ ଘଟିଥିଲା । ତାଙ୍କ ଶବକୁ ଗାଁ ଶ୍ମଶାନରେ ପୋଡିବା ପାଇଁ ପ୍ରାୟ ୨୦ରୁ ଉଦ୍ଧ୍ୱର୍ ଶବବାହକ ଶ୍ମଶାନକୁ ଯାଇଥିଲେ । ଶବ ପୋଡା ଯାଉଥିବା ସମୟରେ ବତାସିଂହ ଗ୍ରାମର କାଳିଆ ବେହେରା ଏକ କିରୋସିନି ଜାରକୁ ଠିିପିନ ଖୋଲି କିରୋସିନି ସହିତ ଜଳୁଥିବା ଜୁଇ ଉପରକୁ ଫୋପାଡି ଦେଇଥିଲେ । ଫଳରେ ଜାରକିନଟି ଗରମରେ ଉତ୍ତପ୍ତ ହେବା ସହ ବାଷ୍ପରଣ ଆକାରରେ ଜାରଟି ବ୍ଲାଷ୍ଟ ହୋଇଥିଲା । ଫଳରେ ସେଠାରେ ଉପସ୍ଥିତ ଥିବା କାଳିଆ ବେହେରାଙ୍କ ସମେତ ଖଇରପଶି ଗ୍ରାମର ନିତ୍ୟାନନ୍ଦ ନାୟକ ନିଆଁ ଝୁଲରେ ଗୁରୁତର ଆହତ ହୋଇପଡିଥିଲେ । ଉଭୟ ଆହତଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା । ସେଠାରେ ସେମାନଙ୍କ ଅବସ୍ଥା ସଂକଟାପନ୍ନ ଥିବାର ଜଣାପଡିଛି ।

Get real time updates directly on you device, subscribe now.