ଟିମ ଇଣ୍ଡିଆକୁ ଫେରିବେ ମାହି! Champions Trophyରେ ହେବେ ସାମିଲ, ମିଳିବ ବଡ଼ ଦାୟିତ୍ୱ
Champions Trophyରେ M.S Dhoniଙ୍କୁ ବଡ଼ ଦାୟିତ୍ୱ ଦେବ ଟିମ ଇଣ୍ଡିଆ, ୧୨ ବର୍ଷ ପରେ ଫେରିବ ଟ୍ରଫି!
ନୂଆଦିଲ୍ଲୀ: ଚମ୍ପିଆନ୍ସ ଟ୍ରଫି-୨୦୨୫ ପାଇଁ ପ୍ରସ୍ତୁତି ଜାରି ରଖିଛି ଟିମ ଇଣ୍ଡିଆ । ନ୍ୟୁଜିଲାଣ୍ଡ ଏବଂ ଅଷ୍ଟ୍ରେଲିଆ ବିପକ୍ଷ ପରାଜୟ ପରେ ଏବେ ପୂର୍ବତନ ଅଧିନାୟକ ଏମ.ଏସ ଧୋନୀଙ୍କୁ ଖୋଜୁଛନ୍ତି କ୍ରିକେଟପ୍ରେମୀ । ରୋହିତଙ୍କ ନେତୃତ୍ୱ ଉପରେ ପ୍ରଶ୍ନ ଉଠିବା ସହ ମାହିଙ୍କୁ ଦଳକୁ ଫେରାଇ ଆଣିବାକୁ ଦାବି ହେଉଛି ।
ଏହାଭିତରେ ଚର୍ଚ୍ଚା ହେଉଛି ଯେ, କ୍ୟାପଟେନ୍ କୁଲ ମାହି ପୁଣିଥରେ ଭାରତୀୟ ଦଳକୁ କମବ୍ୟାକ କରିପାରନ୍ତି । ଚମ୍ପିଆନ୍ସ ଟ୍ରଫି ପାଇଁ ଏକ ପ୍ରମୁଖ ଭୂମିକାରେ ଧୋନୀଙ୍କୁ ଦଳରେ ସାମିଲ କରିପାରେ ଟିମ ଇଣ୍ଡିଆ । ମାହିଙ୍କ ନେତୃତ୍ୱରେ ରୋହିତ ସେନା ପୁଣିଥରେ ଚମ୍ପିଆନ୍ସ ଟ୍ରଫି ହାସଲ କରିପାରିବ ବୋଲି ଆଶା ରହିଛି ।
ଦଳକୁ ଫେରିବେ ମାହି: ଖୁବଶୀଘ୍ର ଚମ୍ପିଆନ୍ସ ଟ୍ରଫି ପାଇଁ ଦଳ ଘୋଷଣା କରିପାରେ ଟିମ ଇଣ୍ଡିଆ । ଏହି ଦଳରେ ଅନେକ ଷ୍ଟାର କ୍ରିକେଟରଙ୍କ ସହ କ୍ୟାପଟେନ୍ କୁଲ ଧୋନୀଙ୍କୁ ମଧ୍ୟ ଦଳରେ ସୁଯୋଗ ମିଳିପାରେ । ୨୦୨୦ରେ କ୍ରିକେଟରୁ ବିଦାୟ ନେଇଥିବା ମାହି ପୁଣିଥରେ ଟିମ ଇଣ୍ଡିଆରେ ସାମିଲ ହୋଇପାରନ୍ତି ।
ମିଳିବ ବଡ଼ ଦାୟିତ୍ୱ: ଚମ୍ପିଆନ୍ସ ଟ୍ରଫି-୨୦୨୫ ପାଇଁ ଟିମ ଇଣ୍ଡିଆ ମାହିଙ୍କୁ ମେଣ୍ଟର ଭାବରେ ଦଳରେ ସାମିଲ କରିପାରେ ବୋଲି ଚର୍ଚ୍ଚା ହେଉଛି । ଗମ୍ଭୀର କୋଚ୍ ଦାୟିତ୍ୱ ନେବା ପରେ ଦଳର ପ୍ରଦର୍ଶନ ଖରାପ ରହିଥିବା ବେଳେ ମାହି ରୋହିତ ସେନା ପାଇଁ ମାର୍ଗଦର୍ଶକ ସାଜିପାରନ୍ତି ।
କେତେ ସତ ଏହି ମାମଲା: ନିକଟରେ ଭାରତୀୟ ଜର୍ସିରେ ମାହିଙ୍କର ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହାପରେ ଧୋନୀଙ୍କୁ ଚମ୍ପିଆନ୍ସ ଟ୍ରଫି ପାଇଁ ମେଣ୍ଟର ଦାୟିତ୍ୱ ଦେବାକୁ ଦାବି କରୁଛନ୍ତି କ୍ରିକେଟପ୍ରେମୀ । ତେବେ ଏ ନେଇ ଖୁବ ଚର୍ଚ୍ଚା ହେଉଥିବା ବେଳେ ଏ ନେଇ ଧୋନୀ କିମ୍ବା ବିସିସିଆଇ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ ।
ଇଂଲଣ୍ଡ ଟି-୨୦ ସିରିଜ ପାଇଁ ଦଳ ଘୋଷଣା: ଇଂଲଣ୍ଡ ବିପକ୍ଷ ଟି-୨୦ ସିରିଜ ପାଇଁ ଦଳ ଘୋଷଣା କରିଛି ଟିମ ଇଣ୍ଡିଆ । ସୂର୍ଯ୍ୟକୁମାର ଯାଦବ ଦଳର ଅଧିନାୟକ ହୋଇଥିବା ବେଳେ ଅକ୍ସର ପଟେଲଙ୍କୁ ଦଳର ଉପ-ଅଧିନାୟକ ପଦ ଦେଇଛି ଟିମ ଇଣ୍ଡିଆ । ତେବେ ଷ୍ଟାର ବୋଲର ମହମ୍ମଦ ଶାମୀ ଏହି ଦଳରେ କମବ୍ୟାକ କରିଛନ୍ତି ।
ଇଂଲଣ୍ଡ ସିରିଜ ପାଇଁ ଭାରତର ଟି-୨୦ ଦଳ: ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ଅକ୍ସର ପଟେଲ(ଉପ-ଅଧିନାୟକ), ସଞ୍ଜୁ ସାମସନ, ଅଭିଶେକ ଶର୍ମା, ତିଲକ ବର୍ମା, ହାର୍ଦ୍ଦିକ ପାଣ୍ଡ୍ୟା, ରିଙ୍କୁ ସିଂହ, ନୀତିଶ କୁମାର ରେଡ୍ଡୀ, ହର୍ଷିତ ରାଣା, ଅର୍ଶଦୀପ ସିଂହ, ମହମ୍ମଦ ଶାମୀ, ବରୁଣ ଚକ୍ରବର୍ତ୍ତୀ, ରବି ବିଷ୍ଣୋଇ, ୱାଶିଂଟନ୍ ସୁନ୍ଦର ଏବଂ ଧ୍ରୁବ ଜୁରେଲ ।