fbpx

ବାଇକ୍‌କୁ ଧକ୍କା ଦେଇ ଘର ଭିିିିିତକୁ ପଶିଗଲା କାର୍, ୩ ଆହତ

ରାଇଘର (ଭାସ୍କର ନ୍ୟୁଜ୍‌): ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ୍‌ ସଦର ମହକୁମାସ୍ଥିତ ଜଗନ୍ନାଥ ମନ୍ଦିର ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଦୃତଗତିରେ ଆସୁଥିବା କାରଟି ନିୟନ୍ତ୍ରଣ ହରାଇ ବାଇକକୁ ଧକ୍କା ଦେବା ସହ ଏକ ଘରଭିତକୁ ପଶି ଯାଇଥିଲା। ଏହି ଦୁର୍ଘଟଣା ୩ ଜଣ ଆହତ ହୋଇଛନ୍ତି। ଘଟଣାସ୍ଥଳରୁ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ପ୍ରକାଶ ଥାଉ କି, ସିଜି ୦୫ଏଡି ୫୧୦୦ ଏର୍ଟିଗା କାର୍‌ଟି ଛତିଶଗଡ଼ରୁ ଆସି ଉମରକୋଟ ଯାଉଥିବାବେଳେ ରାଇଘରର ସହଦେବ ଗଣ୍ଡ ଗୋଟାଏ ବାଇକ୍‌ ଓଡି ୨୪ଡି୩୨୧୩ ବାଇକ୍‌ ନେଇ ଗଞ୍ଜାମରୁ ଜଗନ୍ନାଥ ମନ୍ଦିର ନିର୍ମାଣ ପାଇଁ ଆସିଥିବା ମିସ୍ତ୍ରୀ ତ୍ରିନାଥ ମହାରଣାକୁ ନେଇ କାର୍‌ ଓ ବାଇକ୍‌ ଧକ୍କା ହୋଇଛି ଏବଂ କାର୍‌ଟି ଭାରସାମ୍ୟ ହରାଇ ସୁଜିତ୍‌ ପଣ୍ଡାଙ୍କ ଘରେ ଯାଇ ବାଡ଼େଇ ହୋଇଯାଇଥିଲା । ଫଳରେ ସୁଜିତ୍‌ ପଣ୍ଡାଙ୍କ ଘର ଭାଙ୍ଗି ଯିବାସହ କାର୍‌ରେ ଯାଉଥିବା ୩ଜଣ ଆହତ ହୋଇଛନ୍ତି । ବାଇକ୍‌ରେ ଆସୁଥିବା ସହଦେବ ଗଣ୍ଡ ଓ ତ୍ରିନାଥ ମହାରଣାଙ୍କୁ ଘର ଭାଙ୍ଗିଯାଇଥବା ସୁଜିତ୍‌ ପଣ୍ଡା ହିଁ ଆମ୍ବୁଲାନ୍ସ ଡକାଇ ରାଇଘର ମେଡିକାଲକୁ ପଠାଇବା ବ୍ୟବସ୍ଥା କରିଥିଲେ । ପ୍ରାଥମିକ ଚିକିତ୍ସା ପରେ ସହଦେବ ଗଣ୍ଡଙ୍କୁ ଉମରକୋଟ ସ୍ଥାନାନ୍ତର କରିଥିବା ବେଳେ ମନ୍ଦିର କାମ କରୁଥିବା ତ୍ରିନାଥ ମହାରଣାଙ୍କୁ ନବରଙ୍ଗପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ସୁଜିତ୍‌ ପଣ୍ଡାଙ୍କ ଆଗ ପଟ ସମ୍ପୂର୍ଣ୍ଣ ଭାଙ୍ଗି ଯାଇ କାନ୍ଥ ମଧ୍ୟ ଫାଟିଯାଇଛି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଗାଡି ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି।

Get real time updates directly on you device, subscribe now.