fbpx

ଗୋଟିଏ ଦିନରେ କେତେଥର କଟିପାରେ ଚାଲାଣ ? ଜାଣନ୍ତୁ ଏହାର ଉତ୍ତର

Advertisement

ନୂଆଦିଲ୍ଲୀ: ଅନେକ ଲୋକ ଭାବନ୍ତି ଯେ, ଯଦି ଦିନରେ ଥରେ ଚାଲାଣ କଟିଯାଏ, ତେବେ ସେମାନେ ଦିନସାରା ଖୁସିରେ ବୁଲାବୁଲି କରିପାରିବେ, ବର୍ତ୍ତମାନ ସେମାନଙ୍କର ଆଉ ଚାଲାଣ କଟିବ ନାହିଁ । ଆପଣ ପ୍ରାୟ ସମସ୍ତଙ୍କଠାରୁ ଏପରି କଥା ଶୁଣିଥିବେ ନିଶ୍ଚୟ । କିନ୍ତୁ ଆପଣ ଜାଣନ୍ତି ଏହା କେତେ ସତ ଏବଂ ମିଛ? ଆପଣମାନଙ୍କ ମଧ୍ୟରୁ ଅଧିକାଂଶ ଏହି ବିଷୟରେ ସମ୍ପୂର୍ଣ୍ଣ ସତ୍ୟ ଜାଣନ୍ତି ନାହିଁ । ଏଥିପାଇଁ ଆଜି ଆମେ ଆପଣଙ୍କୁ ଏହି ବିଷୟରେ ଅଧିକ ସତ କହିବୁ । ଯାହା ପରେ ଆପଣ ଏପରି ଭୁଲ କରିବା ଠାରୁ ଦୂରେଇ ରହିବେ ଏବଂ ଭାରୀ ଚାଲାଣରୁ ମଧ୍ୟ ରକ୍ଷା ପାଇବେ । ତେବେ ସତ୍ୟହେଉଛି ଯେକୌଣସି କାର / ବାଇକର ଦିନରେ ଗୋଟିଏ ଥର ଅପେକ୍ଷା ଅଧିକ ଥର ଚାଲାଣ କଟିପାରେ ।

ଏଠାରେ ଆମେ ଆପଣଙ୍କୁ କହିବୁ କେଉଁ ପରିସ୍ଥିତିରେ ଗୋଟିଏ ଚାଲାଣ କଟିବ ଏବଂ କେଉଁ କ୍ଷେତ୍ରରେ ଏକାଧିକ ଥର ଚାଲାଣ କଟିବ ।
ଯଦିଓ ଏହା କହିବା ଭୁଲ ହେବ ଯେ ଦିନରେ ଥରେ ଚାଲାଣ କଟିବା ପରେ, ଆପଣଙ୍କର ଦ୍ୱିତୀୟ ଥର ଚାଲାଣ କଟିବ ନାହିଁ । ଅନେକ କ୍ଷେତ୍ରରେ, ଦିନରେ ଥରେ ଚାଲାଣ କଟିବା ପରେ ଆପଣଙ୍କର ପୁନର୍ବାର ଚାଲାଣ କଟାଯାଇ ନପାରେ, କିନ୍ତୁ ଏହା ପ୍ରତ୍ୟେକ କ୍ଷେତ୍ରରେ ହେବନାହିଁ । ଉଦାହରଣ ସ୍ୱରୁପ, ଯଦି ଆପଣ ଦିନରେ ଥରେ ଏକ ନିୟମ ଉଲ୍ଲଂଘନ କରନ୍ତି ଏବଂ ଚାଲାଣ କଟେ, ତେବେ ଦ୍ୱିତୀୟଥର ନିୟମ ଉଲ୍ଲଙ୍ଘନ କଲେ ଚାଲାଣ କଟିନପାରେ । କିନ୍ତୁ ଏହା କେବଳ କିଛି କ୍ଷେତ୍ରରେ ଘଟେ । ଯଦି ଆପଣ ଅନ୍ୟ କୌଣସି ନିୟମ ଭାଙ୍ଗନ୍ତି କିମ୍ବା ବାରମ୍ବାର ନିୟମ ଉଲ୍ଲଂଘନ କରନ୍ତି, ତେବେ ଆପଣଙ୍କର କେବଳ ଥରେ ନୁହେଁ ଦିନରେ ଅନେକ ଥର ଚାଲାଣ କଟିପାରେ ।

କିଛି ମାମଲା ଯେପରିକି- ବିନା ହେଲମେଟରେ ବାଇକ୍ ଚଲାଇବା, ସ୍କୁଟର ଇତ୍ୟାଦି ଚଳାଇବଦିନ ସାରା ଆଉ ଚାଲାଣ କାଟିନଥାଏ । ଯଦି ଆପଣ ଇ-ଏୟାର ନିୟମ ଭାଙ୍ଗନ୍ତି, ତେବେ ଆପଣଙ୍କର ଚାଲାଣ କଟିପାରେ ।

ଇ-ଚାଲାଣ :-
ଓଭରସ୍ପିଡିଂ, ରେଡ୍ ଲାଇଟ୍ କ୍ରସିଂ ଇତ୍ୟାଦି ଚାଲାଣ ଯଦି ଆପର ବାରମ୍ବାର ନିୟମ ଭାଙ୍ଗନ୍ତି ବା ରାସ୍ତାରେ ଲାଗିଥିବା କ୍ୟାମେରାରେ ନଜର ଆସନ୍ତି, ସେତେଥର ଆପଣଙ୍କର ଚାଲାଣ କଟିବ । ଏଗୁଡ଼ିକ ଏପରି , ଯାହାକୁ ଆପଣ ଥରେ କରିବା ପରେ ସଂଶୋଧନ କରିପାରିବେ । ଏପରି ପରିସ୍ଥିତିରେ ଯଦି ଆପଣ ଏହି ଭୁଲକୁ ବାରମ୍ବାର ପୁନରାବୃତ୍ତି କରନ୍ତି, ଦିନରେ ଅନେକ ଥର ଚାଲାଣ କଟିପାରେ ।

Get real time updates directly on you device, subscribe now.