fbpx

କାରରେ ଲାଗିଲା ନିଆଁ, ହୁତହୁତ ହୋଇ ଜଳିଲା ରାସ୍ତା ମଝିରେ

ଭୁବନେଶ୍ୱର: ରାସ୍ତା ମଝିରେ ହୁତହୁତ ହୋଇ ଜଳିଗଲା କାର୍ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଭୁବନେଶ୍ୱର ଖଣ୍ଡଗିରି ଓଭର ବ୍ରିଜ୍ ନିକଟରେ । ଘଟଣା ସମୟରେ ଗାଡ଼ିରେ ଉପସ୍ଥିତ ଥିବା ଯାତ୍ରୀମାନେ ସୁରକ୍ଷିତ ଥିବା ଜଣାପଡ଼ିଛି ।

ସୂଚନା ଅନୁଯାୟୀ, ରବିବାର ଦିନ ୧ଟା ସମୟରେ ଛିଡ଼ା ହୋଇଥିବା ଏକ କାରରେ ହଠାତ୍ ନିଆଁ ଲାଗିଯାଇଥିଲା । ତେବେ ନିଆଁ ଲାଗିବା ଜାଣି ସେଥିରେ ଥିବା ଯାତ୍ରୀମାନେ ବାହାରକୁ ସୁରକ୍ଷିତ ଭାବରେ ବାହାରକୁ ଚାଲିଆସିଥିଲେ । ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଛନ୍ତି ।

Get real time updates directly on you device, subscribe now.