fbpx

ଭୟଙ୍କର ସଡ଼କ ଦୁର୍ଘଟଣା; ହାଇୱେରେ ଡମ୍ପରକୁ ଧକ୍କା ଦେଲା କାର, ୮ ମୃତ ଜଣେ ଗୁରୁତର

Advertisement

ଭୋପାଲ: ମଧ୍ୟପ୍ରଦେଶ ଇନ୍ଦୋରରେ ଘଟିଯାଇଛି ଏକ ଭୟଙ୍କର ସଡ଼କ ଦୁର୍ଘଟଣା । ବୁଧବାର ବିଳମ୍ବିତ ରାତିରେ ଇନ୍ଦୋର- ଅହମଦାବାଦ ଏନ୍‌ଏଚରେ ଛିଡ଼ା ହୋଇଥିବା ଡମ୍ପରକୁ କାରଟି ଧକ୍କା ଦେଇଥିଲା । ଏହି ଦୁର୍ଘଟଣାରେ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ଥିବା ଜଣାପଡ଼ିଛି ।

ସୂଚନାରୁ ପ୍ରକାଶ ବୁଧବାର ବିଳମ୍ବିତ ରାତିରେ କାର ଯୋଗେ ୯ ଜଣ ଲୋକ ଗୁନା ଅଭିମୁଖେ ଯାତ୍ରା କରୁଥିଲେ । ଇନ୍ଦୋର ବେଟମା ନିକଟସ୍ଥ ୪ ଲେନ୍ ବିଶିଷ୍ଟ ହାଇୱେରେ କାରଟି ପୂର୍ବରୁ ଛିଡ଼ା ହୋଇଥିବା ଏକ ଡମ୍ପରକୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଂଚି ଶବଗୁଡ଼ିକୁ ଜବତ କରି ଆମ୍ବୁଲାନ୍ସ ଯୋଗେ ପୋଷ୍ଟମର୍ଟମ ପାଇଁ ପଠାଇଥିଲା । ଗୁରୁତର ଆହତକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି । ଅପରପକ୍ଷରେ ଘଟଣାସ୍ଥଳରୁ ଡ୍ରାଇଭର ଫେରାର ଥିବା ବେଳେ ସିସିଟିଭି ଫୁଟେଜ ମାଧ୍ୟମରେ ପୋଲିସର ଅଧିକ ତଦନ୍ତ ଜାରି ରହିଛି ।

Get real time updates directly on you device, subscribe now.