fbpx

ଗରମରୁ ଗାଡିର ଟାୟରରେ ଲାଗୁଛି ନିଆଁ, ଜାଣନ୍ତୁ ଗାଡି ଟାୟରରେ କେଉଁ ଗ୍ୟାସ ଭରିବେ

ଓଡିଶା ଭାସ୍କର: ତାତି ପାଇଁ ଅସ୍ତବ୍ୟସ୍ତ ହୋଇପଡୁଛି ଜୀବନ । ଜୀବଜନ୍ତୁ ସହ ମଣିଷ ବି ଘାଇଲା ହେଉଛି ଗରମରେ । କେବଳ ଏତିକି ନୁହେଁ, ସଡକ ବି ଗରମ ହେବାରେ ଲାଗିଛି ଖରା ପାଇଁ । ଫଳରେ ଅତ୍ୟଧିକ ଗରମ ପାଇଁ ଗାଡିର ଟାୟରରେ ବି ନିଆଁ ଲାଗୁଛି । ସେଥିପାଇଁ ଜାଣିବାର ଆବଶ୍ୟକତା ଅଛି ଯେ ଗାଡି ଟାୟରରେ କେଉଁ ପ୍ରକାର ଗ୍ୟାସ ଆପଣମାନେ ବ୍ୟବହାର କରିବେ ।

ସଡକ ଅତ୍ୟଧିକ ଗରମ ହେଉଥିବା କାରଣରୁ ଗାଡିର ଟାୟର ଫାଟିବାର ବିପଦ ବି ଅଧିକ । ତାହା ସହ ଟାୟର ନିଆଁରେ ପୋଡି ଯିବାର ଭୟ ବି ଡ୍ରାଇଭର ମନରେ ଶଙ୍କା ଖେଳାଇଥାଏ । ଉଭୟ ଦୁଇ ଚକିଆ ଓ ଚାରିଚକିଆ ଯାନ ଏଥିରେ ସାମିଲ ରହିଛି, ଯାହାକୁ ନେଇ ସେ ଭୟଭୀତ ଥାଏ । ସୂଚନା ଅନୁସାରେ, ଯଦି ଅଧିକ ଗରମ ହୁଏ; ତାପମାତ୍ରା ବଢେ । ଫଳରେ ଗାଡିର ଟାୟର ଉପରେ ଅଧିକ ଚାପ ବୃଦ୍ଧି ପାଏ । ତାହାସହିତ ସଡକର ଡାମର ମଧ୍ୟ ଅଧିକ ଗରମ ହୁଏ । ଫଳରେ ଯାତାୟତ କରୁଥିବା ଗାଡିର ଟାୟରର ସଂରଚନା ଗରମ କାରଣରୁ ଦୁର୍ବଳ ହୋଇଯାଏ । ଲମ୍ବା ସମୟ ପର୍ଯ୍ୟନ୍ତ ଯଦି ଏଭଳି ସ୍ଥିତିରେ ଗାଡି ଚଳାଯାଏ, ତେବେ ଗାଡିର ଟାୟର ଜଳିବାର ଆଶଙ୍କା ବଢିଚାଲେ । ଏଭଳି ପରିସ୍ଥିତିରୁ ମୁକୁଳିବା ପାଇଁ ସ୍ୱତନ୍ତ୍ର ଟାୟର ଡିଜାଇନ କରାଯାଇଛି । ଏହା ସେହି ସଡକରେ ବେଶୀ କାମରେ ଆସେ ଯେଉଁଠାରେ ତାପମାତ୍ରା ୭ ଡିଗ୍ରୀରୁ ଅଧିକ ଥାଏ । ଗ୍ରୀଷ୍ମକାଳୀନ ସମୟରେ ଗାଡିର ଟାୟରକୁ କ୍ଷତି ନ ପହଞ୍ଚାଇବା ପାଇଁ ଏହା ତିଆରି ହୋଇଛି । ଭାରତରେ ସାଧାରଣଭାବରେ ଏଭଳି ଟାୟରର ବ୍ୟବହାର ହୋଇଥାଏ । ମାତ୍ର ସଡକ ଯଦି ୪୦ ଡିଗ୍ରୀ ଉପର ତାପମାତ୍ରାରେ ତାତେ, ତେବେ ପ୍ରାୟ ସମସ୍ତ ପ୍ରକାର ଟାୟର ଫାଟିବାର ସମ୍ଭାବନା ଅଧିକ । ସେଥିପାଇଁ ଅନେକ ଲୋକ ଟାୟରରେ ନାଇଟ୍ରୋଜେନ ଗ୍ୟାସ ଭର୍ତ୍ତି କରନ୍ତି । ଏହା ଟାୟରକୁ ଅତ୍ୟଧିକ ତାପମାତ୍ରାରୁ ରକ୍ଷା କରେ । ସେଥିପାଇଁ ସ୍ଥିର ଭାବରେ ଏହା ଲମ୍ବା ସମୟ ପର୍ଯ୍ୟନ୍ତ କାମ କରିଥାଏ ।

Get real time updates directly on you device, subscribe now.