ଏକାଥରକେ ୨୫ ସେଲିବ୍ରିଟି ହେଲେ ହଟହଟା, ବେଟିଂ ଆପର ପ୍ରମୋଶନ୍ ସାଜିଲା କାଳ

ହାଇଦ୍ରାବାଦ୍: ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରିର ୨୫ ସେଲିବ୍ରିଟିଙ୍କ ନାଁରେ ତେଲଙ୍ଗାନାରେ ମାମଲା ରୁଜୁ । ବେଆଇନ ବେଟିଂ ଆପ୍କୁ ପ୍ରମୋଟ କରିବା ଅଭିଯୋଗରେ ମାମଲା ।

ଜଣେ ବ୍ୟବସାୟୀଙ୍କ ଏତଲା ଆଧାରରେ ହେଲା ମାମଲା । ପ୍ରକାଶ ରାଜ୍, ରାଣା ଦଗୁବତି, ବିଜୟ ଦେବରକୋଣ୍ଡାଙ୍କ ନାଁରେ ମଧ୍ୟ ହୋଇଛି ମାମଲା ।

ସେଲିବ୍ରିଟିଙ୍କ ପ୍ରମୋଶନକୁ ବିଶ୍ୱାସ କରି ଲୋକେ ଠକେଇର ଶିକାର ।

ବେଟିଂ ଆପ୍ କମ୍ପାନୀ ଗୁଡ଼ିକ ସେଲିବ୍ରିଟିମାନଙ୍କୁ ନେଇ ସୋସିଆଲ ମିଡିଆରେ ବିଜ୍ଞାପନ ଦେଉଛନ୍ତି । ସେଲିବ୍ରିଟିଙ୍କୁ ଦେଖି ଲୋକେ ଲକ୍ଷ ଲକ୍ଷ ଟଙ୍କା ବେଟିଂ ଆପରେ ଖଟେଇ ଦେଉଛନ୍ତି । କିନ୍ତୁ ପରିଶେଷରେ ସେମାନଙ୍କୁ ଟଙ୍କା ହରେଇବା ଯୋଗୁ ନିବେଶ କରିଥିବା ଲୋକଙ୍କ ପରିବାର ହଇରାଣ ହେଇଛନ୍ତି ।

ଭାରତୀୟ ନ୍ୟାୟ ସଂହିତା ଅଧିନରେ ଠକେଇ ଅଭିଯୋଗ କରାଯାଇଛି । ଖୁବଶୀଘ୍ର ଘଟଣାର ତଦନ୍ତ କରାଯିବ ବୋଲି କୁହାଯାଉଛି ।