fbpx

ଚାକିରି ଦେବା ପ୍ରତିଶ୍ରୁତିରେ ଯୁବତୀଙ୍କୁ ଭିନ୍ନ ଭିନ୍ନ ସହରରେ ଦୁଷ୍କର୍ମ, ପୀଡିତାଙ୍କ ଅଭିଯୋଗରେ ମାମଲା ରୁଜୁ

ନୂଆଦିଲ୍ଲୀ: ଚାକିରି ଦେବାରେ ଯୁବତୀଙ୍କ ସହ ଦୁଷ୍କର୍ମ ଏବଂ ମାରପିଟ ମାମଲା ସାମ୍ନାକୁ ଆସିଛି। ପୀଡିତାଙ୍କ ଅଭିଯୋଗ ଅନୁଯାୟୀ, ଭିନ୍ନ-ଭିନ୍ନ ସହରକୁ ନେଇ ଦୁଷ୍କର୍ମ କରାଯାଇଛି। ପୀଡିତା ଏହି ମାମଲାରେ ପୋଲିସ ପାଖେ ଅଭିଯୋଗ କରିଛି। ପୋଲିସ ଏହି ମାମଲାକୁ ପଞ୍ଜିକୃତ କରିବା ସହ ତଦନ୍ତ ଚଳାଇଛି। ପୀଡିତାଙ୍କ ଅନୁଯାୟୀ, ଅଭିଯୁକ୍ତ ତାଙ୍କୁ ମୁମ୍ବାଇରେ କାମ ଦେବା ଲାଗି ପ୍ରତିଶ୍ରୁତି ଦେଇଥିଲା ଏବଂ ତାକୁ ଡକାଇ ହୋଟେଲରେ ଦୁଷ୍କର୍ମ କରିଥିଲା। କୁହାଯାଉଛି ଯେ, ପୀଡିତା ଜଣକ ୟୁପିର ଉନ୍ନାବ ଜିଲ୍ଲାର ବାସିନ୍ଦା।

ଜିମରେ ଚାକିରି ଦେବା ପ୍ରତିଶ୍ରୁତି:
ଜିମ ମାଲିକଙ୍କ ବିରୋଧରେ ରେପ ଏବଂ ମାରପିଟର ମାମଲା ରୁଜୁ କରାଯାଇଛି। ପୋଲିସ ଅଧିକାରୀମାନେ ଶନିବାର ଦିନ ଏହାର ସୂଚନା ଦେଇଛନ୍ତି। ପୋଲିସଙ୍‌କ କହିବାନୁଯାୟୀ, ତୁପିର ଉନ୍ନାବ ଜିଲ୍ଲାରେ ରହୁଥୁବା ୨୪ ବର୍ଷୀୟ ପୀଡିତା ଜିମ ମାଲିକଙ୍କ ବିରୋଧରେ ମାମଲା ରୁଜ୍ଜୁ କରିଛନ୍ତି। ପୀଡିତାଙ୍କ ଅଭିଯୋଗ ଅନୁସାରେ, ଅଭିଯୁକ୍ତ ତାଙ୍କୁ କହିଥିଲା ଯେ; ସେ ମୁମ୍ବାଇରେ ଏକ ଜିମ ଖୋଲିବାକୁ ଯାଉଛନ୍ତି। ସେହି ଜିମରେ ଏକ ଭଲ ପଦରେ ଯୁବତୀଙ୍କୁ ଚାକିରି ଦେବେ ବୋଲି କହିଥିଲେ। ଏହାପରେ ଅଭିଯୁକ୍ତ ପୀଡିତାଙ୍କୁ ମିଟିଙ୍ଗ ପାଇଁ ମୁମ୍ବାଇ ଡକାଇଥିଲେ। ଅଭିଯୋଗ ରହିଛି ଯେ, ଜିମ ମାଲିକ ଏଠାରେ ଜୁହୁର ଏକ ହୋଟେଲରେ ତାଙ୍କ ସହ ଦୁଷ୍କର୍ମ କରିଥିଲା।

ପୋଲିସ ବର୍ତ୍ତମାନ ଏହି ମାମଲାରେ ଅଭିଯୁକ୍ତଙ୍କ ଉପରେ ବିଭିନ୍ନ ଧାରା ଲଗାଇ ମାମଲା ରୁଜୁ କରିଛନ୍ତି। ଅଭିଯୁକ୍ତଙ୍କୁ ଖୋଜାଯାଉଛି। ପୋଲିସଙ୍କ କହିବାନୁଯାୟୀ, ଅଭିଯୁକ୍ତଙ୍କୁ ଖୁବଶୀଘ୍ର ଗିରଫ କରାଯାଇଛି। ପୀଡିତାଙ୍କ ଅଭିଯୋଗ ରହିଛି ଯେ, ଜିମ ମାମଲିକ ତାଙ୍କ ସହ ମୁମ୍ବାଇ, ଗୋଆ ଏବଂ ଲକ୍ଷ୍ନୌରେ ଦୁଷ୍କର୍ମ କରିଛନ୍ତି। ପୀଡିତା ପ୍ରଥମଥର ପାଇଁ ସେହି ବ୍ୟକ୍ତିଙ୍କୁ ୨୦୧୯ରେ ଭେଟିଥିଲେ। ସେହି ସମୟରେ ଅଭିଯୁକ୍ତ ଜିମ ଖୋଲିବା ବିଷୟରେ ତାଙ୍କୁ କହିଥିଲେ। ଜୁହୁ ପୋଲିସ ମାମଲାର ସୂଚନା ଦେଇଛନ୍ତି।

Get real time updates directly on you device, subscribe now.