fbpx

ସାଂସଦ ଅନୁଭବଙ୍କ ନାଁରେ ମାମଲା

ଭୁବନେଶ୍ୱର,୨୦ ।୧୨(ଓଡିଶା ଭାସ୍କର): ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀଙ୍କ ଦାମ୍ପତ୍ୟ ଜୀବନ ହୋଇଥିବା କଳହ ବଢିବାରେ ଲାଗିଛି । ଦୁହିଁଙ୍କ ଅଭିଯୋଗ କୋର୍ଟକଚେରୀରେ ଚାଲିଥିବା ବେଳେ ଏବେ ସୋସିଆଲ ମିଡିଆରେ ଦୁହିଁଙ୍କର ଅଲଗା ଅଲଗା ଭିଡିଓ ଭାଇରାଲ ହେଉଛି । ଏହାରି ମଧ୍ୟରେ ସାଂସଦ ଅନୁଭବ ମହାନ୍ତିଙ୍କ ନାଁରେ ମାମଲା ରୁଜୁ ହୋଇଛି । ଅନୁଭବଙ୍କ ପତ୍ନୀ ବର୍ଷାଙ୍କ ଏତଲା ଭିତ୍ତିରେ ମାମଲଶ ରୁଜୁ ହୋଇଛି । ୪୯୮-ଏ ମାମଲା ରୁଜୁ କରିଛି ପୁରୀଘାଟ ଥାନା ପୋଲିସ । ଅନୁଭବଙ୍କ ୨ ସହଯୋଗୀଙ୍କ ନାଁରେ ମଧ୍ୟ ମାମଲା ରୁଜୁ ହୋଇଛି । ତେବେ ଘରୋେଇ ହିଂସା ଓ ନିର୍ଯ୍ୟାତନା ନେଇ ବର୍ଷା ଏତଲା କରିଥିଲେ ।

Get real time updates directly on you device, subscribe now.