fbpx

ସଂସଦ ପାଇଁ କିଣାଯିବ ୧୨ ଲକ୍ଷ ଟଙ୍କାର ବିଲେଇ, କାରଣ ଜାଣି ହୋଇଯିବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ: ସଂସଦ ପାଇଁ କିଣାଯିବ ୧୨ ଲକ୍ଷ ଟଙ୍କାର ବିଲେଇ। ଏହି କଥା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ତେବେ ଏଭଳି ନିଷ୍ପତ୍ତି ପାକିସ୍ତାନୀ ସଂସଦ ନେଇଛି। ପାକିସ୍ତାନୀ ସଂସଦରେ ମୂଷା ଏବଂ ବିଲେଇ ଖବର ଶୁଣିବାକୁ ଅଜବ ହୋଇଥିଲେ ସୁଧା ଏଠାରେ ସାଂସଦ ଏବଂ କର୍ମଚାରୀ ଏକ ସମସ୍ୟା ଦେଇ ଗତି କରୁଛନ୍ତି ଯାହାକୁ ସୁଧାରିବା ନିହାତି ଆବଶ୍ୟକ। ସଂସଦ ଭବନରେ ମୂଷାଙ୍କ ସଂଖ୍ୟା ଖୁବ ଜୋରରେ ବଢୁଛି। ମୂଷା ସମସ୍ୟା ସେଠାରେ ନୂଆ ନୁହେଁ ହେଲେ ବର୍ତ୍ତମାନ ଏହା ଅଧିକ ପ୍ରଭାବ ପକାଇଛି। ଏହି ମୂଷ।।ମନେ ସଂସଦରେ କାଗଜପତ୍ର କାଟିବା ସହ କମ୍ପ୍ୟୁଟରର ତାର ମଧ୍ୟ କାଟିପକାଉଛନ୍ତି। ଏହା ବ୍ୟତୀତ ମୂଷାଙ୍କ କାରଣରୁ ସଂସଦ ପରିସର ଅପରିଷ୍କାର ହେତୁ ରୋଗର ବିପଦ ବଢିଯାଇଛି।

ପାକିସ୍ତାନ ସଂସଦରେ ମୂଷାଙ୍କ ସଂଖ୍ୟା ମହଙ୍ଗା ପଡିଛି। ଏହି ମୂଷାମାନେ ଫାଇଲଗୁଡିକୁ କାଟି ଗୁଣ୍ଡ କରିଦେଉଛନ୍ତି। ମୂଷାଙ୍କଠାରୁ ବର୍ତ୍ତିବା ପାଇଁ ପାକିସ୍ତାନ ସଂସଦରେ ବିଲେଇମାନଙ୍କୁ କାମରେ ରଖାଯିବ। ଜିଓ ନ୍ୟୁଜର ରିପୋର୍ଟ ମୁତାବକ, ସରକାରୀ ଫାଇଲଗୁଡିକର ସୁରକ୍ଷା ପାଇଁ ପାକିସ୍ତାନର କ୍ୟାପିଟାଲ ଡେଭଲପମେଣ୍ଟ ଅଥରିଟୀ ବିଲେଇମାନଙ୍କୁ ରଖିବାର ନିଷ୍ପତ୍ତି ନେଇଛନ୍ତି। ଖାସ କରି ଏଥିପାଇଁ ୧୨ ଲକ୍ଷ ଟଙ୍କା ପାକିସ୍ତାନୀ ଟଙ୍କାର ବଜେଟ ମଧ୍ୟ ପ୍ରସ୍ତୁତ କରାଯାଇଛି।

ନିଷ୍ପତ୍ତି ନିଆଯାଇଛି ଯେ, ସଂସଦରେ ମୂଷାମାନଙ୍କୁ ଧରିବା ପାଇଁ ବିଲେଇ କିଣାଯିବ। କୁହାଯାଉଛି ଯେ, ବିଲେଇ ମୂଷାଙ୍କୁ ମାରିବା ଏବଂ ତାଙ୍କୁ ଗୋଡାଇବାରେ ସ।।ହାଯ୍ୟ କରିବ। ଏହି କଥାକୁ ନେଇ କିଛି ଲୋକେ ବିରୋଧ କରୁଛନ୍ତି, ହେଲେ ଅନେକ ଲୋକେ ଏହାକୁ ପ୍ରଭାବଶାଳୀ ଏବଂ ବ୍ୟବହାରିକ ଉପାୟ ଭାବେ ସମର୍ଥନ କରୁଛନ୍ତି।

Get real time updates directly on you device, subscribe now.