fbpx

୧୧.୫ କୋଟି ପାନ କାର୍ଡ ନିଷ୍କ୍ରିୟ କଲା CBDT, ବ୍ୟାଙ୍କିଂ କାମ ଠାରୁ ଆରମ୍ଭ କରି ଏହିସବୁ କାମରେ ଭୋଗିବାକୁ ପଡିବ ଅସୁବିଧା

Advertisement

ନୂଆଦିଲ୍ଲୀ: ସେଣ୍ଟ୍ରାଲ ବୋର୍ଡ ଅଫ୍ ଡାଇରେକ୍ଟ ଟ୍ୟାକ୍ସେସ୍ (ସିବିଡିଟି) ପକ୍ଷରୁ ୧୧.୫ କୋଟି ପାନ କାର୍ଡକୁ ନିଷ୍କ୍ରିୟ କରିଦିଆଯାଇଛି । ଆଧାର ସହ ଲିଙ୍କ ହୋଇ ନ ଥିବା କାରଣରୁ ଏହିସବୁ ପାନକାର୍ଡକୁ ନିଷ୍କ୍ରିୟ କରିଦିଆଯାଇଛି । ଆରଟିଆଇ ପକ୍ଷରୁ ପଚରାଯାଇଥିବା ପ୍ରଶ୍ନର ଉତ୍ତରରେ ସିବିଡିଟି ପକ୍ଷରୁ ଏହା କୁହାଯାଇଛି ।

ଏଠାରେ ସୂଚାଇ ଦିଆଯାଇପାରେ କି ପାନ୍‌କୁ ଆଧାରରେ ଲିଙ୍କ କରିବାର ଶେଷ ତାରିଖ ୩୦ ଜୁନ୍ ଥିଲା । ୧ ଜୁଲାଇ ୨୦୧୭ ପୂର୍ବରୁ ଜାରି ହୋଇଥିବା ସମସ୍ତ ପାନକାର୍ଡଧାରୀଙ୍କ ଲାଗି ଏହି ନିର୍ଦ୍ଦେଶ ଥିଲା । ଅପରପକ୍ଷେ ୧ ଜୁଲାଇ ୨୦୧୭ ପରେ ଜାରି ହୋଇଥିବା ସମସ୍ତ ପାନ ସ୍ୱତଃ ଆଧାର ସହ ଲିଙ୍କ ହୋଇଯାଇଛି ।
ଆରଟିଆଇ କାର୍ଯ୍ୟକର୍ତ୍ତା ଚନ୍ଦ୍ର ଶେଖର ଗୌରଙ୍କୁ ସିବିଡିଟି ପକ୍ଷରୁ ମିଳିଥିବା ଉତ୍ତରରେ କୁହାଯାଇଛି କି ଦେଶରେ ୭୦.୨୪ କୋଟି ପାନ କାର୍ଡଧାରୀ ରହିଛନ୍ତି । ଏମାନଙ୍କ ମଧ୍ୟରୁ ୫୭.୨୫ କୋଟି ଜନତାଙ୍କର ପାନ ଆଧାର ସହ ଲିଙ୍କ ହୋଇଛି । ୧୧.୫ କୋଟି ଜନତାଙ୍କର ପାନ ଆଧାର ସହ ଲିଙ୍କ ହୋଇ ନ ଥିବାରୁ ନିଷ୍କ୍ରିୟ କରିଦିଆଯାଇଛି ।

ତେବେ ପାନ୍‌କୁ ପୁନଃ ୧୦୦୦ଟଙ୍କା ଜମା କରି କାର୍ଯ୍ୟକ୍ଷମ କରାଯାଇପାରିବ । ଏଠାରେ ସୂଚାଇ ଦିଆଯାଇପାରେ କି ପାନ୍ କାର୍ଡ ନିଷ୍କ୍ରିୟ ହେବା ଦ୍ୱାରା ୫୦,୦୦୦ଟଙ୍କା କିମ୍ବା ଏହାଠାରୁ ଅଧିକ ଆର୍ଥିକ କାରବାର କରାଯାଇପାରିବ ନାହିଁ । ଏହା ବ୍ୟତିତ ଆଇଟିଆର୍ ଭରିବାରେ ସମସ୍ୟା ଭୋଗିବାକୁ ପଡିପାରେ ।

Get real time updates directly on you device, subscribe now.