୭୦ ଲକ୍ଷ ଟଙ୍କା ଲାଞ୍ଚ ନେବାବେଳେ, ଇନକମ୍ ଟ୍ୟାକ୍ସ କମିଶନରଙ୍କୁ ବାନ୍ଧିଲା CBI
ସିବିଆଇ ବିଛାଇ ଥିବା ଜାଲରେ ଫସିଗଲେ ଆୟକର ବିଭାଗର କମିଶନର।
ହାଇଦ୍ରାବାଦ: ଯିଏ ସବୁବେଳେ ଅନ୍ୟ ଉପରେ ଚଢାଉ କରେ। ଯେଉଁ ଇନକମ୍ ଟ୍ୟାକ୍ସ ନାଁ ଧରିଲେ ବଡ଼ ବଡ଼ ଅସାଧୁ ବ୍ୟବସାୟୀ ହୁଅନ୍ତୁ ବା କଳାବଜାରୀ କାମ କରୁଥିବା ବ୍ୟକ୍ତିଙ୍କ ମନରେ ଛାନିଆ ପଶିଯାଏ। ଏବେ ସେହି ଇନକମ୍ ଟ୍ୟାକ୍ସର ଜଣେ ଅଧିକାରୀଙ୍କୁ ୭୦ ଲକ୍ଷ ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ବାନ୍ଧିଛି ସିବିଆଇ।
ଏକ ଘରୋଇ କମ୍ପାନୀର ଆବେଦନକୁ ବେଆଇନ ଭାବେ ତାଙ୍କ ସପକ୍ଷରେ କରିବାକୁ ଆୟକର ବିଭାଗର କମିଶନର ନେଉଥିଲେ ଲାଞ୍ଚ। ଏହି ଅଭିଯୋଗ ଆଧାରରେ ମେ ୯ ତାରିଖ ଦିନ ଏକ FIR ପଞ୍ଜିକୃତ ହୋଇଥିଲା। ପରେ ସିବିଆଇ ଏହି ସ୍କାମର ପର୍ଦ୍ଦାଫାସ କରିଥିଲା।
ଲାଞ୍ଚ ନେଉଥିଲେ କମିଶନର: ହଁ ଯିଏ ସବୁବେଳେ ଲାଞ୍ଚ କିମ୍ୱା ବଡ଼ ବଡ଼ ଅପରାଧର ପର୍ଦ୍ଦାଫାସ କରିଥାନ୍ତା। ଏବେ ସେହି ଆୟକର ବିଭାଗର କମିଶନରଙ୍କ ପର୍ଦ୍ଦାଫାଶ ହୋଇଛି। ପାଖାପାଖି ୭୦ ଲକ୍ଷ ଟଙ୍କାର ଲାଞ୍ଚ ନେବା ବେଳେ ଧରାପଡିଛନ୍ତି।
ହାଇଦ୍ରାବାଦର ଆୟକର ବିଭାଗର କମିଶନର (ଛାଡ଼ି)ଙ୍କ ସମେତ ପାଞ୍ଚ ଜଣଙ୍କୁ 70 ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଗିରଫ କରିଛି ସିବିଆଇ। ଏକ ଘରୋଇ କମ୍ପାନୀର ଆବେଦନକୁ ତାଙ୍କ ସପକ୍ଷରେ ସମାଧାନ କରିବା ପାଇଁ ଏହି ଲାଞ୍ଚ ନିଆଯାଉଥିଲା ବୋଲି ଅଭିଯୋଗ ହୋଇଛି।
ଅଭିଯୁକ୍ତ କମିଶନର: ମେ ୯ ତାରିଖରେ ପଞ୍ଜିକୃତ ଏକ ଏଫଆଇଆର ମାଧ୍ୟମରେ ସିବିଆଇ ଏହି ଠକେଇର ପର୍ଦ୍ଦାଫାସ କରିଥିଲା। ଅଭିଯୁକ୍ତ କମିଶନର ଜୀବନ ଲାଲ ଲାଭିଡିଆ (IRS, ୨୦୦୪) ବର୍ତ୍ତମାନ ଆୟକର ଆପିଲ ୟୁନିଟ୍-୭ ଏବଂ ୟୁନିଟ୍-୮ ର ଦାୟିତ୍ୱରେ ଥିଲେ। ତଦନ୍ତରୁ ଜଣାପଡିଛି ଯେ ସେ ଘରୋଇ ପାର୍ଟିଗୁଡ଼ିକୁ ଅବୈଧ ଲାଭ ଯୋଗାଇବା ପାଇଁ ମଧ୍ୟସ୍ଥିଙ୍କ ମାଧ୍ୟମରେ ଲାଞ୍ଚ ମାଗୁଥିଲେ।
ଲାଞ୍ଚ ନେବା ବେଳେ ଧରାପଡିଲେ: ସିବିଆଇ ଅନୁଯାୟୀ, ସାଜିଦା ଲାଞ୍ଚ ଟଙ୍କା ଲାଭିଡିଆଙ୍କୁ ଦେଉଥିଲେ, ଯିଏ ସେତେବେଳେ ଆୟକର କମିଶନର (ଆପିଲ୍ ୟୁନିଟ୍-୮ ଏବଂ ୟୁନିଟ୍-୭)ର ଅତିରିକ୍ତ ଦାୟିତ୍ୱ ତୁଲାଉଥିଲେ।
ସିବିଆଇ ଲାଭିଡିଆ ଏବଂ ଅନ୍ୟ ୧୪ ଜଣ ବ୍ୟକ୍ତି ଏବଂ ସଂସ୍ଥା ବିରୁଦ୍ଧରେ ମାମଲା ରୁଜୁ କରିଛି। ଅଭିଯୋଗ ହୋଇଛି ଯେ ଲାଭିଡିଆ ଆପିଲ୍ ମାମଲାରେ ଘରୋଇ କମ୍ପାନୀଗୁଡ଼ିକୁ ବେଆଇନ ଲାଭ ପ୍ରଦାନ କରିବା ପାଇଁ ଦଲାଲମାନଙ୍କ ସହ ମିଶି ଲାଞ୍ଚ ନେଉଥିଲେ।
ଫାଶରେ ପଡିଲେ କମିଶନର: ମୁମ୍ବାଇରେ ଲାଞ୍ଚ ଟଙ୍କା ଗ୍ରହଣ କରୁଥିବା ସମୟରେ ସିବିଆଇ ଜାଲ ବିଛାଇ ଜଣେ ଅଭିଯୁକ୍ତଙ୍କୁ ଧରିଲା। ଏହା ପରେ, ଲାଭିଡିଆ ଏବଂ ଅନ୍ୟ ଅଭିଯୁକ୍ତମାନଙ୍କୁ ହାଇଦ୍ରାବାଦରୁ ଗିରଫ କରାଯାଇଥିଲା।
ସଂସ୍ଥା ମୁମ୍ବାଇ, ହାଇଦ୍ରାବାଦ, ଖମ୍ମମ୍, ବିଶାଖାପାଟଣା ଏବଂ ନୂଆଦିଲ୍ଲୀର 18ଟି ସ୍ଥାନରେ ତଲାସି କରିଥିଲା ଏବଂ ଲାଞ୍ଚ ପରିମାଣ ବ୍ୟତୀତ 69 ଲକ୍ଷ ଟଙ୍କା ନଗଦ ଜବତ କରିଥିଲା।