fbpx

ବେଙ୍ଗଲ ନିର୍ବାଚନୀ ହିଂସା: ୯ଟି FIR ଦାଖଲ କଲା CBI

ନୂଆଦିଲ୍ଲୀ: ବେଙ୍ଗଲ ନିର୍ବାଚନ ପରବର୍ତ୍ତୀ ହିଂସାକାଣ୍ଡ ମାମଲାରେ ସିବିଆଇ ପକ୍ଷରୁ ୯ଟି ଏଫଆଇଆର ଦାଖଲ କରାଯାଇଛି । କୋଲକାତା ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ସିବିଆଇ ପକ୍ଷରୁ ମାମଲାର ତଦନ୍ତ ଆରମ୍ଭ କରାଯାଇଥିବା ବେଳେ୯ଟି ଏଫଆଇଆର ଦାଖଲ କରାଯାଇଛି । ପ୍ରାରମ୍ଭିକ ଭାବରେ ୯ଟି ଏଫଆଇଆର ଦାଖଲ କରାଯାଇଥିବା ବେଳେ ପୀଡିତ ପରିବାରଙ୍କ ବୟାନ ମଧ୍ୟ ରେକର୍ଡ କରାଯାଉଛି । ଏହି ୯ ଏଫଆଇଆର ମଧ୍ୟରେ ଅଭିଜିତ ସରକାରଙ୍କ ହତ୍ୟା ମାମଲା ମଧ୍ୟ ରହିଛି ।

ଏହା ସହିତ ସିବିଆଇ ପକ୍ଷରୁ ଆହୁରି ଏକାଧିକ ମାମଲା ରୁଜୁ କରାଯିବ ବୋଲି ଜଣାପଡିଛି । ବେଙ୍ଗଲ ପୋଲିସ ପକ୍ଷରୁ ଅଧିକ ସୂଚନା ମିଳିବା ପରେ ଏଫଆଇର ସଂଖ୍ୟା ବୃଦ୍ଧି ପାଇବ ବୋଲି ଜଣାପଡିଛି । ଫରେନସିକ୍ ବିଶେଷଜ୍ଞଙ୍କ ସହିତ ସିବିଆଇ ଅଧିକାରୀ ମାନେ ଅପରାଧ ସ୍ଥାନକୁ ଭ୍ରମଣ କରିବେ ବୋଲି ଜଣାପଡିଛି । ସିବିଆଇର ଯୁଗ୍ମ ନିର୍ଦ୍ଦେଶକ ଏହି ଟିମର ନେତୃତ୍ୱ ନେଉଥିବା ବେଳେ ଜଣେ ଆଇଜି, ଜଣେ ବରିଷ୍ଠ ଏସପି ଓ ୩ ଜଣ ଏସପି ଏହି ଟିମରେ ରହିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ବେଙ୍ଗଲ ନିର୍ବାଚନ ପରବର୍ତ୍ତୀ ହିଂସାର ସମସ୍ତ ହତ୍ୟା ଓ ଦୁଷ୍କର୍ମ ମାମଲାର ତଦନ୍ତ ଭାର ସିବିଆଇକୁ ହସ୍ତାନ୍ତର କରିଥିଲେ ହାଇକୋର୍ଟ ।

Get real time updates directly on you device, subscribe now.