fbpx
BSKY
BJD YOUTH SKY
BJD MS SKY

ଇଣ୍ଟରନ୍ୟାସନାଲ ସାଇବର ଫ୍ରଡ ରୋକିବାକୁ ସିବିଆଇର ସ୍ୱତନ୍ତ୍ର ଅଭିଯାନ, ୧୧ ରାଜ୍ୟର ୭୬ରୁ ଅଧିକ ସ୍ଥାନରେ ଚଢଉ

ନୂଆଦିଲ୍ଲୀ: ଏବେ ଦେଶରେ ଇଣ୍ଟରନ୍ୟାସନାଲ ସାଇବର ଫ୍ରଡ ମାମଲା ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ରୋକିବା ଲାଗି ସିବିଆଇର ଅପରେସନ ଚକ୍ର ୨ ଅଭିଯାନ ଆରମ୍ଭ ହୋଇଛି । ଏହି କ୍ରମରେ ସିବିଆଇ ପକ୍ଷରୁ ୧୧ ରାଜ୍ୟର ୭୬ରୁ ଅଧିକ ସ୍ଥାନରେ ଚଢଉ କରିଛି । ଏହି ଚଢଉ ସମୟରେ ସିବିଆଇ ହାତରେ ଲାଗିଛି ବହୁ ଡିଜିଟାଲ ପ୍ରମାଣ ।

କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସୀ ସିବିଆଇ ପକ୍ଷରୁ ଅପରେସନ ଚକ୍ର ୨ ଅଭିଯାନ ଆରମ୍ଭ କରାଯାଇଛି । ଏହି ଅଭିଯାନ ଜରିଆରେ ସିବିଆଇ ଗୁରୁବାର ଦେଶର ଅଲଗା ଅଲଗା ରାଜ୍ୟରେ ଚଢଉ କରିଛି । ଅପରେସନ ଚକ୍ର ଜରିଆରେ ସିବିଆଇ ମଧ୍ୟପ୍ରଦେଶ,ଉତ୍ତରପ୍ରଦେଶ, କର୍ଣ୍ଣାଟକ, ହରିୟାଣା, ତାମିଲନାଡୁ, ପଞ୍ଜାବ, ବିହାର, ଦିଲ୍ଲୀ, ହିମାଚଳପ୍ରଦେଶ, ପଶ୍ଚିମବଙ୍ଗର ୭୬ରୁ ଅଧିକ ସ୍ଥାନରେ ଚଢଉ କରିଛି । ଏହି ଚଢଉ ଇଣ୍ଟରନ୍ୟାସନାଲ ସାଇବର ଫ୍ରଡ ମାମଲାରେ କରାଯାଇଛି । ଏହି ଚଢଉ ସମୟରେ ସିବିଆଇ ଦ୍ୱାରା ଡିଜିଟାଲ ପ୍ରମାଣ ଆକାରରେ ଲାପଟପ୍‌, ହାର୍ଡ ଡିସ୍କ ସହିତ ଅନ୍ୟ ବହୁ କାଗଜପତ୍ର ଜବତ କରାଯାଇଛି । ଏଠାରେ ସୂଚାଇ ଦିଆଯାଇପାରେ କି ସିବିଆଇ ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ ଆମାଜନ ଓ ମାଇକ୍ରୋସଫ୍ଟର ଅଭିଯୋଗ ପରେ ନିଆଯାଇଛି ।

Get real time updates directly on you device, subscribe now.