fbpx

ସିବିଆଇ ରେଡ୍ ; ନୋଟ୍ ଗଦିରେ ଶୋଉଥିଲେ ପୂର୍ବତନ ସରକାରୀ ଅଧିକାରୀ, ସୁନା ସହ ୩୮ କୋଟି ନଗଦ ଜବତ, ବାପା ଓ ପୁଅ ଗିରଫ

ନୂଆଦିଲ୍ଲୀ: ଆକ୍ସନ ମୁଡ୍ ରେ ସିବିଆଇ । ଆୟବର୍ହିଭୂତ୍ତ ଠୁଳ କରିଥିବା ଅଭିଯୁକ୍ତଙ୍କୁ ସିବିଆଇ ଗୋଟି ଗୋଟି କରି ପର୍ଦ୍ଦଫାସ କରୁଛି । ଜଳ ଓ ଶକ୍ତି ପରାମର୍ଶଦାତା (wapcos) ର ପୂର୍ବତନ ଚେୟାରମ୍ୟାନ୍ ତଥା ପରିଚାଳନା ନିର୍ଦ୍ଦେଶକ ରଜିନ୍ଦର କୁମାର ଗୁପ୍ତା ନୋଟ୍ ଗଦିରେ ଶୋଉଥିଲେ । ତାଙ୍କ ଘରୁ ୩୮ କୋଟି ଟଙ୍କାରୁ ଅଧିକ ନଗଦ ଟଙ୍କା ଜବତ କରିବା ପରେ ଉଭୟ ବାପା-ପୁଅକୁ ଗିରଫ କରାଯାଇଛି।

ରାଜିନ୍ଦର ଗୁପ୍ତା ଏବଂ ତାଙ୍କ ପତ୍ନୀ ରେମା ସିଙ୍ଗଲ, ପୁଅ ଗୌରବ ସିଙ୍ଗଲ ଏବଂ ବୋହୂ କୋମଲ ସିଙ୍ଗଲଙ୍କ ବିରୋଧରେ ଏପ୍ରିଲ ୧, ୨୦୧୧ ରୁ ମାର୍ଚ୍ଚ ୩୧, ୨୦୧୯ ପର‌୍ୟ୍ୟନ୍ତ ବେଆଇନ ସମ୍ପତ୍ତି ଜବତ କରିଥିବା ଅଭିଯୋଗରେ ସିବିଆଇ ଏକ ମାମଲା ରୁଜୁ କରିଛି। ମଙ୍ଗଳବାର ଠାରୁ ଏହି ରେଡ୍ ଆରମ୍ଭ ହୋଇଛି । ଏଫ୍ଆଇଆର୍ ପରେ ସିବିଆଇ ଟିମ୍ ଦିଲ୍ଲୀ, ଗୁରୁଗ୍ରାମ, ଚଣ୍ଡିଗଡ଼, ସୋନିପାଟ ଏବଂ ଗାଜିଆବାଦର ୧୯ ଟି ସ୍ଥାନରେ ଏକାକଳୀନ ଭାବରେ ଚଢଉ କରିଥିଳେ । ମଙ୍ଗଳବାର ସିବିଆଇ ନଗଦ ୨୦ କୋଟି ଟଙ୍କା ଏବଂ ବୁଧବାର ସୁଦ୍ଧା ୩୮ କୋଟିରୁ ଅଧିକ ମିଳିଛି ବୋଲି ସିବିଆଇ ମୁଖପାତ୍ର କହିଛନ୍ତି ।

ସିବିଆଇ କହିଛି ଯେ ନଗଦ ବ୍ୟତୀତ ବହୁ ପରିମାଣର ଅଳଙ୍କାର, ମୂଲ୍ୟବାନ ସାମଗ୍ରୀ ଏବଂ ସମ୍ପତ୍ତି ଦଲିଲ ମଧ୍ୟ ଜବତ କରାଯାଇଛି। ଅଧିକାରୀଙ୍କ କହିବାନୁସାରେ, ପୂର୍ବତନ ଅଧ୍ୟକ୍ଷ ଏବଂ ତାଙ୍କ ପରିବାର ମଧ୍ୟ ସେବାରୁ ଅବସର ନେବା ପରେ ଦିଲ୍ଲୀରେ ଏକ ଘରୋଇ ପରାମର୍ଶଦାତା ବ୍ୟବସାୟ ପ୍ରତିଷ୍ଠା କରିଥିବା ଅଭିଯୋଗ ହୋଇଛି। ସେ କହିଛନ୍ତି ଯେ ଅଭିଯୁକ୍ତଙ୍କ ଅସ୍ଥାବର ସମ୍ପତ୍ତିରେ ଦିଲ୍ଲୀ, ଗୁରୁଗ୍ରାମ, ପଞ୍ଚକୁଲା, ସୋନେପାଟ ଏବଂ ଚଣ୍ଡିଗଡ଼ରେ ଫ୍ଲାଟ, ବ୍ୟବସାୟିକ ସମ୍ପତ୍ତି ଏବଂ ଫାର୍ମହାଉସ ରହିଛି।

Get real time updates directly on you device, subscribe now.