fbpx

ପ୍ରକାଶ ପାଇଲା ସିବିଏସଇ ଦ୍ୱାଦଶ ରେଜଲ: ୯୨.୭୧ % ପାସ୍

Advertisement

ନୂଆଦିଲ୍ଲୀ: ସିବିଏସଇ ଦ୍ୱାଦଶ ପରୀକ୍ଷା ରେଜଲ୍ଟ ଆଜି ପ୍ରକାଶ ପାଇଛି । ମୋଟ୍ ପାସ୍ ହାର ୯୨.୭୧ ପ୍ରତିଶତ ରହିଛି । ୯୪.୫୪% ଛାତ୍ରୀ ପାସ୍ ହୋଇଥିବା ବେଳେ ୯୧.୨୫% ଛାତ୍ରୀ ପାସ୍ ହୋଇଛନ୍ତି । ଛାତ୍ରଛାତ୍ରୀମାନେ www.cbse.nic.in ୱେବସାଇଟ ଯାଇ ନିଜ ପରୀକ୍ଷା ଫଳ ଦେଖିପାରିବେ । ୧୦ଟା ପୂର୍ବରୁ ହିଁ ସିବିଏସଇ ରେଜଲ୍ଟ ପ୍ରକାଶ ପାଇଛି ।

ତେବେ ଦେଶରେ ୧୪ ଲକ୍ଷ ୫୪ ହଜାର ୩୭୦ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ଟର୍ମ-୨ ପରୀକ୍ଷା ସହ ଫାଇନାଲ ରେଜଲ୍ଟ ବାହାରିଛି । ସିବିଏସଇ ରେଜଲ୍ଟକୁ ନେଇ ଛାତ୍ରଛାତ୍ରୀ ଖୁବ୍ ଉତ୍ସାହିତ ଥିବା ଜଣାପଡିଛି । ଏହା ସହ ଅପରାହ୍ନ ୨ଟାରେ ଦଶମ ରେଜଲ୍ଟ ବାହାରିବ ବୋଲି ସୂଚନା ମିଳିଛି ।

ତେବେ ସିବିଏସଇ ରେଜଲ୍ଟ ନିର୍ଦ୍ଧାରିତ ସମୟରେ ପ୍ରକାଶ ପାଇବ ବୋଲି ଶନିବାର କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ । ହେଲେ ରେଜଲ୍ଟ କେବେ ଜାରି ହେବ, ସେନେଇ କୌଣସି ସୂଚନା ନେଇନଥିଲେ । ଏପ୍ରିଲ ୨୬ ତାରିଖରେ ଆରମ୍ଭ ହୋଇଥିବା ସିବିଏସଇ ପରୀକ୍ଷା ଜୁନ୍ ୧୫ରେ ଶେଷ ହୋଇଥିଲା । ସମଗ୍ର ଦେଶରୁ ପ୍ରାୟ ୩୫ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବାବେଳେ ଓଡ଼ିଶାରୁ ଦଶମ ଶ୍ରେଣୀରେ ୩୦ ହଜାରରୁ ଅଧିକ ଛାତ୍ରଛାତ୍ରୀ ଏବଂ ଦ୍ୱାଦଶରେ ୧୮ ହଜାରରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି ।

Get real time updates directly on you device, subscribe now.