fbpx

ଗୋଟିଏ ଝିଅ ଥିଲେ ମିଳିବ CBSE ସ୍କଲାରସିପ୍: ୩୦ ନଭେମ୍ବର ପର୍ଯ୍ୟନ୍ତ ବଢ଼ିଲା ଆବେଦନ ସମୟସୀମା

ନୂଆଦିଲ୍ଲୀ: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ(ସିବିଏସଇ) ଗୋଟିଏ ଝିଅ ସ୍କଲାରଶିପ୍ ୨୦୨୨ ପାଇଁ ପଞ୍ଜୀକରଣ ସମୟ ବୃଦ୍ଧି କରିଛନ୍ତି। ଏନେଇ ବୋର୍ଡ ପକ୍ଷରୁ ଅଫିସିଆଲ ୱେବସାଇଟ cbse.gov.in ରେ ସୂଚନା ଦିଆଯାଇଛି। ନୋଟିସ୍‌ରେ ଦିଆଯାଇଥିବା ସୂଚନା ଅନୁଯାୟୀ ଏବେ ସ୍କଲାରସିପ୍ ପାଇଁ ଅନଲାଇନ୍ ଆବେଦନ ଶେଷ ତାରିଖ ୩୦ ନଭେମ୍ବରକୁ ଘୁଞ୍ଚାଇ ଦିଆଯାଇଛି।

ନୁଆ ବିଜ୍ଞପ୍ତି ଅନୁଯାୟୀ ସ୍କୁଲ୍ ମାଧ୍ୟମରେ ଆବେଦନ କରିବାର ଶେଷ ତାରିଖ ୧୭ ଡିସେମ୍ବର ପର୍ଯ୍ୟନ୍ତ ରହିବ। ବିଜ୍ଞପ୍ତିରେ ଏହା ମଧ୍ୟ କୁହାଯାଇଛି ଯେ, ଗୋଟିଏ ଝିଅ ଥିବା ପୂର୍ବତନ ସରକାରୀ କର୍ମଚାରୀମାନେ ମଧ୍ୟ ୩୦ ନଭେମ୍ବର ପର୍ଯ୍ୟନ୍ତ ଅନଲାଇନ୍ ଆବେଦନ କରିପାରିବେ।

କେଉଁମାନେ କରିପାରିବେ ଆବେଦନ ?

ଏହି ସ୍କଲାରସିପ୍ ସେହି ବିଦ୍ୟାର୍ଥୀମାନଙ୍କୁ ଦିଆଯାଇଥାଏ, ଯେଉଁମାନେ ସେମାନଙ୍କର ପିତାମାନତଙ୍କର ଗୋଟିଏ ମାତ୍ର ଝିଅ ହୋଇଥିବେ। ଏହା ସହିତ କୌଣସି ସିବିଏସଇ ମାନ୍ୟତା ପ୍ରାପ୍ତ ସ୍କୁଲ୍‌ରେ ଅତିକମ୍‌ରେ ୬୦ ପ୍ରତିଶତ ମାର୍କ ସହିତ ୧୦ ମାସ୍ କରିଥିବେ ଏବଂ ଶ୍ରେଣୀ ୧୦ମ ଏବଂ ଦ୍ୱାଦଶ ସିବିଏସଇ ମାନ୍ୟତା ପ୍ରାପ୍ତ ସ୍କୁଲ୍‌ରେ ଜାରି ରଖିଥିବେ। ତେବେ ଆଶାୟୀ ବିଦ୍ୟାର୍ଥୀମାନେ ସିବିଏସଇର ଅଫିସିଆଲ ୱେବସାଇଟକୁ ଯାଇ ଏଥିପାଇଁ ଆବେଦନ କରିପାରିବେ।

କିପରି ଆବେଦନ କରିବେ ? 

ଛାତ୍ରମାନେ ଏହି ପଦକ୍ଷେପ ମାଧ୍ୟମରେ ଛାତ୍ରବୃତ୍ତି ପାଇଁ ଆବେଦନ କରିପାରିବେ-

ଅଫିସିଆଲ୍ ୱେବସାଇଟ୍ cbse.gov.in କୁ ଯାଆନ୍ତୁ।
ବର୍ତ୍ତମାନ, ଗୋଟିଏ ଝିଅ ଶିଶୁ ବୃତ୍ତି ଲିଙ୍କରେ କ୍ଲିକ୍ କରନ୍ତୁ।
ଏହାପରେ ଏକ ନୂତନ ପୃଷ୍ଠା ଖୋଲିବ, ଯେଉଁଠାରେ ନୂତନ ଆବେଦନ ପାଇଁ ଲିଙ୍କରେ କ୍ଲିକ୍ କରନ୍ତୁ।
ବର୍ତ୍ତମାନ ସମସ୍ତ ସୂଚନା ପ୍ରବେଶ କରନ୍ତୁ ଏବଂ ଅନୁରୋଧ କରାଯାଇଥିବା ଡକ୍ୟୁମେଣ୍ଟ ଅପଲୋଡ୍ କରନ୍ତୁ ଏବଂ ସବମିଟ କରନ୍ତୁ।

Get real time updates directly on you device, subscribe now.