ସେଲିବ୍ରିଟିଙ୍କ ଅନ୍ତରଙ୍ଗତା, କିଏ କେଉଁଠିକୁ ଯାଇଥିଲେ ହନିମୁନ, ସୋନାକ୍ଷୀ- ଜହୀରଙ୍କଠୁ ବିରାଟ- ଅନୁଷ୍କା ପର୍ଯ୍ୟନ୍ତ….

ଓଡିଶା ଭାସ୍କର: ବଲିଉଡର ଅନେକ ଦମ୍ପତି ଧୂମଧାମରେ ବିବାହ ପରେ ବିଦେଶରେ ହନିମୁନ ମନାଇବା ପାଇଁ ଯାଇଛନ୍ତି । ଲଭ- ରୋମାନ୍ସରେ ମଧୁରତା ଭରି ସେମାନଙ୍କ ହନିମୁନ ଡେଷ୍ଟିନେଶନ । ଭାରତଠୁ ସେମାନେ ଏକାନ୍ତତା ପାଇଁ ଚାଲିଯାଇଛନ୍ତି ସୁଦୂର । ସାତସମୁଦ୍ର ପାର ହୋଇ ସେମାନେ ନିଜ ମନର କଥା ଓ ବ୍ୟଥାକୁ ଅନ୍ତରଙ୍ଗ ମୁହୂର୍ତ୍ତରେ ପରିଣତ କରିଛନ୍ତି । କିଏ ଲଣ୍ଡନ ଯାଇଛି ତ ପୁଣି କିଏ ଜାପାନ । ଜାଣିବା ଏମିତି କେତେ ଜଣ ସେଲିବ୍ରେଟିଙ୍କ ହନିମୁନ ଡେଷ୍ଟିନେଶନ ବାବଦରେ ….
କ୍ରିକେଟ କିଙ୍ଗ ବିରାଟ- ସୁନ୍ଦରୀ ଅଭିନେତ୍ରୀ ଅନୁଷ୍କା ୨୦୧୭ ମସିହାରେ ଇଟାଲୀରେ ଧୂମଧାମରେ ବିବାହ ପରେ ଫିନଲ୍ୟାଣ୍ଡରେ ନିଜର ହନୁମୁନ ମନାଇଥିଲେ । ଯାହା ସେହି ସମୟରେ ସାରା ବିଶ୍ୱରେ ଚର୍ଚ୍ଚା ସାଉଁଟିଥିଲା । ସେହିଭଳି ହଲିଉଡ ତଥା ବଲିଉଡ ଅଭିନେତ୍ରୀ ନିଜଠୁ ୧୦ ବର୍ଷ ଛୋଟଥିବା ପତିଦେବ ନିକ ଜୋନସଙ୍କ ସହ ୨୦୧୮ ମସିହାରେ ବିବାହ ବନ୍ଧନରେ ଆବଦ୍ଧ ହୋଇ ଓମାନରେ ଅନ୍ତରଙ୍ଗ ମୁହୂର୍ତ୍ତକୁ ବେଶ୍ ଉପଭୋଗ କରିଥିଲେ ।

ଏହାବାଦ ଷ୍ଟାଇଲିଲ ଷ୍ଟାର ରଣବୀର କପୂର ଓ ବ୍ୟାଡମିଣ୍ଟନ ଖେଳାଳି ପ୍ରକାଶ ପାଦୁକୋନଙ୍କ ଝିଅ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ବିବାହ ମଧ୍ୟ ବେଶ୍ ଚର୍ଚ୍ଚା ଓ ଆଡମ୍ବରରେ ସମ୍ପନ୍ନ ହୋଇଥିଲା । ବିବାହ ସରିଲା ଓ ସେମାନେ ପ୍ରେମ ପାଇଁ ମାନେ ହନିମୁନ ପାଇଁ ପଳେଇଥିଲେ ଭାରତର ପଡୋଶୀ ଦେଶ ଶ୍ରୀଲଙ୍କାକୁ । ଏମାନେ ବି ୨୦୧୮ ମସିହାରେ ହିଁ ବିବାହ କରିଥିଲେ । ସେହିପରି ସୋନାକ୍ଷୀ- ଜହୀର ବିବାହ ପରେ ଫିଲିପାଇନ୍ସରେ ପ୍ରେମ ଓ ଅନ୍ତରଙ୍ଗତାର ହୋଲି ଖେଳିଥିଲେ । ଯେଉଁଥିରେ ସେମାନେ ବେଶ୍ ରଙ୍ଗୀନ ମଧ୍ୟ ହୋଇଥିବାର ଜଣାପଡିଥିଲା ସୋସିଆଲ ମିଡିଆ ମାଧ୍ୟମରେ ।

ସେପଟେ ଅଭିନେତା ସାହିଦ କପୂର ନିଜ ପତ୍ନୀଙ୍କୁ ହନିମୁନ ପାଇଁ ନେଇ ଯାଇଥିଲେ ସୁଦୂର ଲଣ୍ଡନ । ଲଣ୍ଡନରେ ସେମାନଙ୍କ ଲଭ ଦେଖିବାକୁ ମିଳିଥିଲା । ୨୦୧୫ ମସିହାରେ ସାହିଦ ବିବାହ କରିଥିଲେ । ଏହାବାଦ ସେକ୍ସି ଅଭିନେତ୍ରୀ ସୋନମ କପୂର ନିଜ ପତି ବା ସ୍ୱାମୀ ଆନନ୍ଦ ଆହୁଜାଙ୍କ ସହ ହନିମୁନ ପାଇଁ ଯାଇଥିଲେ ଜାପାନ । ଏତତବାଦ ସବୁଠୁ ର୍ଚ୍ଚାରେ ରହିଥିଲା ସୁନ୍ଦରୀ ତଥା ହଟ ଆଣ୍ଡ ବୋଲ୍ଡ ଅଭିନେତ୍ରୀ କ୍ୟାଟ୍ରିନା କ୍ୟାଫଙ୍କ ଭିକି କୌଶଲଙ୍କ ସହ ମନାଇଥିବା ହନୁମୁନ । ଏମାନଙ୍କ ହନିମୁନ ମାଳଦ୍ୱୀପରେ କଟିଥିଲା । ମାଳଦ୍ୱୀପରେ ଉଭୟ ପତିପତ୍ନୀ ମାହୋଲ ଜମାଇଥିଲେ ।