ନୂଆଦିଲ୍ଲୀ,୨୪ ।୧୨: ନାଗରିକତା ସଂଶୋଧନ ଆଇନ(ସିଏଏ) ଓ ରାଷ୍ଟ୍ରୀୟ ନାଗରିକ ରେଜିଷ୍ଟର (ଏନଆରସି)କୁ ନେଇ ଦେଶରେ ବିକ୍ଷୋଭ ପ୍ରଦର୍ଶନ ଚାଲିଥିବା ବେଳେ ରାଷ୍ଟ୍ରୀୟ ଜନସଂଖ୍ୟା ରେଜିଷ୍ଟର ବା ଏନପିଆରକୁ କ୍ୟାବିନେଟ୍ ମଞ୍ଜୁରି ମିଳିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଏହି ବୈଠକରେ ଏନପିଆର ଅପଡେଟ୍ ନିଷ୍ପତ୍ତିକୁ ଅନୁମତି ଦିଆଯାଇଛି । ଏନପିଆରକୁ ଅପଡେଟ୍ କରିବା ପାଇଁ ୮୫୦୦ କୋଟି ଟଙ୍କାର ବଜେଟକୁ ମଞ୍ଜୁରି ଦିଆଯାଇଥିବା ବେଳେ ଏହା ୨୦୨୦ ଏପିଲ ମାସରୁ ଏହା ଉପରେ କାମ ଆରମ୍ଭ ହେବ ।
Government Sources: Armed forces will fall under ambit of Dept of Military Affairs which will have appropriate expertise to manage military affairs. Chief of Defence Staff will head it.
The Dept of Military Affairs will have appropriate mix of civilian and military officers https://t.co/gcSkoeaAca— ANI (@ANI) December 24, 2019
କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭେଡ଼କର କହିଛନ୍ତି ଯେ, ‘୨୦୨୦ ମସିହା ଏପ୍ରିଲ ମାସରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ଜନଗଣନା କରାଯିବ । ଜନଗଣନା ପାଇଁ କୌଣସି କାଗଜପତ୍ର ଦରକାର ନାହିଁ । ଯେଉଁମାନେ ଭାରତରେ ବସବାସ କରୁଛନ୍ତି, ସେମାନଙ୍କ ଗଣନା ହେବ । ଏଥିପାଇଁ ଏକ ସ୍ୱତନ୍ତ୍ର ଆପ୍ ପ୍ରସ୍ତୁତ ହୋଇଛି ।’
#WATCH LIVE: Union Cabinet briefing from Delhi https://t.co/4yTU1NCaqI
— ANI (@ANI) December 24, 2019
ତେବେ ଏନପିଆରରେ ଦେଶର ‘ସାମାନ୍ୟ ନାଗରିକ’ଙ୍କ ଗଣନା କରାଯାଇଥାଏ । ଏନପିଆର ଅର୍ଥ କୌଣସି ଗାଁ କିମ୍ବା ଗ୍ରାମାଞ୍ଚଳ, ସହର କିମ୍ବା ୱାର୍ଡ଼ ତଥା ସହରାଞ୍ଚଳର ସୀମାନ୍ତବର୍ତ୍ତୀ ଅଞ୍ଚଳରେ ବାସ କରୁଥିବା ଲୋକଙ୍କ ସମ୍ପୂର୍ଣ୍ଣ ବିବରଣୀ । ଏହା ସହ ଯେଉଁମାନେ କୌଣସି ସ୍ଥାନୀୟ କ୍ଷେତ୍ରରେ ଗତ ଛଅ ମାସରୁ ଅଧିକ ସମୟ ହେବ ରହୁଛନ୍ତି କିମ୍ବା ଛଅ ମାସରୁ ଅଧିକ ସମୟ ରହିବାର ଯୋଜନା କରିଛନ୍ତି , ସେମାନଙ୍କୁ ଏନପିଆରର ଅନ୍ତର୍ଭୁକ୍ତ କରାଯିବ ।