fbpx

ଖୁସିଖବର! କେନ୍ଦ୍ର କର୍ମଚାରୀଙ୍କୁ ଏହିଦିନ ମିଳିବ ୩୮% DA : ସିଧା ଆକାଉଣ୍ଟକୁ ଆସିବ ୨୧,୬୨୨ ଟଙ୍କା

Advertisement

ନୂଆଦିଲ୍ଲୀ: କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଆସିଛି ଏକ ବଡ଼ ଖବର । ସରକାର ଖୁବ୍ ଶୀଘ୍ର ମହଙ୍ଗ ଭତ୍ତା (ଡିଏ) ବୃଦ୍ଧି କରିବାକୁ ଯାଉଛନ୍ତି । ଯଦି ଆପଣ ମଧ୍ୟ ଡିଏର ବୃଦ୍ଧିକୁ ଅପେକ୍ଷା କରିଛନ୍ତି, ତେବେ ଆପଣଙ୍କ ବେତନରେ ବମ୍ପର ବୃଦ୍ଧି ଘଟିବାକୁ ଯାଉଛି । କର୍ମଚାରୀଙ୍କ ମହଙ୍ଗା ଭତ୍ତା ୩୪ ପ୍ରତିଶତରୁ ୩୮ ପ୍ରତିଶତକୁ ବୃଦ୍ଧି କରାଯାଇଛିି ଏବଂ ଖୁବ୍ ଶୀଘ୍ର ଏହାର ଅର୍ଥ ଆସନ୍ତା ମାସରେ କର୍ମଚାରୀଙ୍କ ଆକାଉଣ୍ଟକୁ ଆସିବ ।

ମିଡିଆ ରିପୋର୍ଟ ଅନୁଯାୟୀ, ସରକାର ସେପ୍ଟେମ୍ବରରେ ଏହା ଘୋଷଣା କରିପାରନ୍ତି । ଏହା ସହିତ ଏହାର ଅର୍ଥ ସେପ୍ଟେରରେ ଟ୍ରାନ୍ସଫର ହୋଇପାରେ । ମହଙ୍ଗା ଭତ୍ତାରେ ଆପଣଙ୍କୁ ଜୁଲାଇ ଏବଂ ଅଗଷ୍ଟ ମାସ ପାଇଁ ବକେୟା ମଧ୍ୟ ମିଳିବ ।

ସପ୍ତମ ବେତନ ଆୟୋଗର ବର୍ତ୍ତମାନର ସ୍କେଲ ଅନୁଯାୟୀ, କର୍ମଚାରୀ ଏବଂ ପେନସନଭୋଗୀଙ୍କୁ ୩୪ ପ୍ରତିଶତ ହାରରେ ମହଙ୍ଗା ଭତ୍ତା ଏବଂ ଡିଆର ପ୍ରଦାନ କରାଯାଉଛି, କିନ୍ତୁ ଆସନ୍ତା ମାସରେ ଆନୁଷ୍ଠାନିକ ଘୋଷଣା ପରେ କର୍ମଚାରୀଙ୍କ ଡିଏ ୪ ପ୍ରତିଶତ ବୃଦ୍ଧି ପାଇବ ଅର୍ଥାତ୍ ଆସନ୍ତା ମାସରୁ ଆପଣଙ୍କୁ ୩୮ ପ୍ରତିଶତ ହାରରେ ମହଙ୍ଗା ଭତ୍ତା ମିଳିବ ।

କେତେ ଦରମା ବଢ଼ିବ ?
ସପ୍ତମ ବେତନ ଆୟୋଗ ଅନୁଯାୟୀ, କର୍ମଚାରୀମାନେ ୩୮ ପ୍ରତିଶତ ହାରରେ ମହଙ୍ଗା ଭତ୍ତା ପାଇବେ । ଯଦି ଆମେ ସର୍ବାଧିକ ବେତନ ହିସାବ କରୁ, ତେବେ ୫୬,୯୦୦ ଟଙ୍କା ମୌଳିକ ବେତନ ଉପରେ ୨୧୬୨୨ ଟଙ୍କା ପ୍ରତ୍ୟେକ ମାସରେ ଡିଏ ଭାବରେ ଉପଲବ୍ଧ ହେବ ଯଥା ଏହି ବେତନ ସ୍କେଲର ଲୋକମାନେ ବାର୍ଷିକ ୨,୫୯,୪୬୪ ଲକ୍ଷ ଟଙ୍କାର ଲାଭ ପାଇବେ ।

Get real time updates directly on you device, subscribe now.