fbpx

ଟିକାକୁ ନେଇ କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି, ଜାଣନ୍ତୁ କ’ଣ?

ନୁଆଦିଲ୍ଲୀ,୨୩ ।୩: ଦେଶରେ କରୋନା ସଂକ୍ରମଣ ପୁଣି ବଢିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ଅଧିକରୁ ଅଧିକ ଟିକାକରଣ ଉପରେ ଗୁରୁତ୍ୱ ଦିଆଯାଉଛି । ଏହାରି ମଧ୍ୟରେ ଟିକାକରଣ ନିୟମରେ ପରିବର୍ତ୍ତନ ଆଣିଛନ୍ତି କେନ୍ଦ୍ର ସରକାର । ଏଣିକି ୪୫ ବର୍ଷ ହେଲେ ମିଳିପାରିବ କରୋନା ଟିକା । ଏପ୍ରିଲ ପହିଲାରୁ ୪୫ ବର୍ଷରୁ ଅଧିକ ବ୍ୟକ୍ତିଙ୍କୁ ଟିକାକରଣ କରାଯିବ । କରୋନା ଟିକାକରଣ ନେଇ କେନ୍ଦ୍ର କ୍ୟାବିନେଟରେ ନିଷ୍ପତ୍ତି ନିଆଯାଇଛି ।

ତେବେ ୪୫ ବର୍ଷରୁ ଉର୍ଦ୍ଧ ଲୋକେ ଟିକାକରଣ ପାଇଁ ନାମ ପଞ୍ଜୀକରଣ କରାଇବାକୁ ପରାମର୍ଶ ଦିଆଯାଇଛି । ପୂର୍ବରୁ ବହୁବିଧ ରୋଗାକ୍ରାନ୍ତ ୪୫ ବର୍ଷରୁ ଅଧିକଙ୍କୁ ମିଳିଥିଲା ଟିକା ।

Get real time updates directly on you device, subscribe now.